ମହାକାଶରେ ଦୁଇ ଗ୍ରହ ମଧ୍ୟରେ ମହା ବିସ୍ଫୋରଣ, ନାସା କଲା ଆବିଷ୍କାର – Utkal Mail
ନ୍ୟୁୟର୍କ : ଆମ ପୃଥିବୀ ଓ ସୌରଜଗତରେ ଥିବା ଅନ୍ୟ ଗ୍ରହମଣ୍ଡଳ ସୃଷ୍ଟି ପଛରେ ଏକ ବିଗବ୍ୟାଙ୍ଗ୍ ବା ମହାବିସ୍ଫୋରଣ ଥିବା ବୈଜ୍ଞାନିକମାନେ ପୂର୍ବରୁ କହିଆସୁଛନ୍ତି । ଏବେ ସେହିପରି ଏକ ମହାବିସ୍ଫୋରଣ ହୋଇଥିବା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦାବି କରିଛି ।
ପୃଥିବୀଠାରୁ ପ୍ରାୟ ୩,୬୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ ଦୁଇଟି ବିଶାଳ ଗ୍ରହ ମଧ୍ୟରେ ଧକ୍କା ପରେ ଘଟିଥିବା ଘଟଣାର ଏକ ଚିତ୍ର ନାସା ବୈଜ୍ଞାନିକମାନେ ଉଠାଇଛନ୍ତି। ଏଥିପାଇଁ ସେମାନେ ନାସାର ଆକାଶ ଉପରେ ନଜର ରଖିବା ପାଇଁ ଡିଜାଇନ୍ ହୋଇଥିବା ମହାକାଶଯାନକୁ ବ୍ୟବହାର କରିଛନ୍ତି। ଦୁଇଟି ବିଶାଳ ବରଫଗ୍ରହ ମଧ୍ୟରେ ଭୟଙ୍କର ବିସ୍ଫୋରଣ ପରେ ଉଭୟଙ୍କର ବିଲୟ ଘଟିଛି ଓ ଏହାର ପରିଣାମରେ ବାଷ୍ପିତ ପଥର ଏବଂ ପାଣିକୁ ନେଇ ଗଠିତ ଏକ ବିଶାଳ ମେଘ ଖଣ୍ଡ ସୃଷ୍ଟି ହୋଇଛି ।
କିନ୍ତୁ ଏହି ମହାବିସ୍ଫୋରଣ ଯୋଗୁଁ ନୂଆ ନୂଆ ଗ୍ରହଣ ସୃଷ୍ଟି ହେବେ କି ? ଏ ନେଇ ନ୍ୟୁ ସାଇଣ୍ଟିଷ୍ଟର ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଘଟଣା ବାସ୍ତବ ସମୟରେ ଏକ ନୂତନ ଦୁନିଆର ଜନ୍ମ ଦେଖିବା ଏବଂ ପୃଥିବୀ ଗଠନର ରହସ୍ୟକୁ ଉନ୍ମୋଚନ କରିବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ । ପ୍ରଥମ ଥର ପାଇଁ ଆମ ଆଖିଆଗରେ ଏସବୁ ଘଟଣା ଘଟିବ, ଯାହାକି ପୃଥିବୀ ସୃଷ୍ଟି ପୂର୍ବରୁ ଘଟିଥିବା ମହା ବିସ୍ଫୋରଣ ବେଳେ ଅନୁମାନ କରାଯାଉଥିଲା ।