ଦେଶ ବିଦେଶ

ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ୟୁପି ଯୁବକ ଗିରଫ

ଇସ୍‌ଲାମବାଦ୍‌: ପାକିସକ୍ତାନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଉ ଜଣେ ଭାରତୀୟ ବ୍ୟକ୍ତି ଗିରଫ ହୋଇଛନ୍ତି। ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ) ପାଇଁ ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍‌) ଗିରଫ କରିଥିବା ସୂଚନା ରହିଛି। ରାମପୁର ଜିଲ୍ଲାର ବାସିନ୍ଦା ଅଭିଯୁକ୍ତ ଜଣକ ଶେହଜାଦ୍‌ ଭାବେ ପରିଚିତ। ତାଙ୍କୁ ଶନିବାର ମୋରାଦାବାଦରୁ ହେପାଜତକୁ ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଶେହଜାଦଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୂର୍ବରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଏବଂ ୟୁଟ୍ୟୁବର୍ସ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଛି।

ଏଟିଏସ୍‌ ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଇସଲାମାବାଦର ଗୁଇନ୍ଦା ସଂସ୍ଥା ସହ ଶେହଜାଦଙ୍କ ସମ୍ପୃକ୍ତି ରହିଛି। ଭାରତ-ପାକିସ୍ତାନ ସୀମା ଦେଇ ଚୋରା ଚାଲାଣରେ ଶେହଜାଦଙ୍କ ହାତ ରହୁଥିଲା। ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ତାଙ୍କ ଉପରେ ନଜର ରଖାଯାଇଥିଲା। ଏବେ ତାଙ୍କ ବିରୋଧରେ ପ୍ରମାଣ ବି ମିଳିଛି।

ତଦନ୍ତରୁ ଜଣାପଡିଛି ଯେ ସେ ବହୁବାର ପାକିସ୍ତାନ ଯାତ୍ରା କରିଥିଲେ ଏବଂ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀର ଅବୈଧ ସୀମାପାର ବାଣିଜ୍ୟରେ ଲିପ୍ତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button