ମନୋରଞ୍ଜନ

ଅଳିଆ ଗଦାରୁ ଏହି ଝିଅକୁ ପାଇଥିଲେ ମିଥୁନ ଚକ୍ରବର୍ତ୍ତୀ! ଏବେ ବଲିଉଡ୍ ରେ ହେବାକୁ ଯାଉଛନ୍ତି ଅଭିନେତ୍ରୀ

ଏହି କାହାଣୀ ଏକ ଏମିତି ଛୁଆକୁ ଆପଣାଇ ନେବାର ଥିଲା ଯିଏ କି ଅଳିଆ ଗଦାରେ ପଡିଥିବାର ମିଳିଥିଲା। ଭାରତୀୟ ସମାଜରେ କେବେ ପୁଅ ଇଚ୍ଛାରେ କେବେ ଅବୈଧ ଛୁଆ ହେଲେ ମା ବାପା ଛୁଆଙ୍କୁ ତ୍ୟାଗ କରିଦେବା ଏକ ବାସ୍ତବିକ କଥା ଅଟେ , ଏମିତି ଏକ କଥା ନିଜ ଜମାନାରେ ସୁପରଷ୍ଟାର୍ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ହୋଇଥିଲା, ମିଥୁନ୍ ଚକ୍ରବର୍ତ୍ତୀ ଅଳିଆ ଗଦାରୁ ସେହି ଛୁଆକୁ କୋଳାଇ ନେଇଥିଲେ ।

ବହୁତ ବର୍ଷ ପୂର୍ବରୁ ସେ ଗୋଟେ ଛୁଆଙ୍କୁ ପଶ୍ଚିମ ବଙ୍ଗଳାର ଗୋଟେ ରାସ୍ତା କଡରୁ ଏକ ଅଳିଆ ଗଦାରୁ ମିଳିଥିଲା , ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଯେବେ ସେହି ଝିଅ ବିଷୟରେ ଜଣା ପଡିଲା ତେବେ ସେ ତାକୁ ବଞ୍ଚାଇବାପାଇଁ ଓ ଆପଣେଇ ନେଲେ , ଅଭିନେତା ଓ ଡାନ୍ସର ମିଥୁନ ଚକ୍ରବର୍ତ୍ତୀଙ୍କ ଜୀବନରେ ଯୋଡି ହୋଇଥିବା କାହାଣୀ ବହୁତ ଚର୍ଚ୍ଚାରେ ଥିଲା।

ମିଥୁନ ଚକ୍ରବର୍ତ୍ତୀ ସେହି ଝିଅକୁ ନିଜ ଝିଅପରି ପାଳିଲେ , ଓ ତାହାର ନାଁ ଦିଶାନୀ ରଖିଲେ, ଆପଣଙ୍କୁ କହିଦେବୁ କି ଦିଶାନୀ ମିଥୁନଙ୍କୁ ବହୁତ ବର୍ଷ ପୂର୍ବରୁ ଏକ ଅଳିଆ ଗଦାରେ ପଡିଥିବାର ମିଳିଥିଲା , ଏବେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି , ଯେତେବେଳେ ସେହି ଛୁଆ ଅଳିଆ ଗଦାରେ ପଡିଥିଲା, ସେତେବେଳେ ସେଠାରେ ଥିବା ଲୋକେ ତାକୁ କେଉଁ ସରକାରୀ ସଂଗଠନ କିମ୍ବା ଆଶ୍ରମରେ ଦେଇଦେବା କଥା କହୁଥିଲେ , ମିଥୁନଙ୍କୁ ଏହି ବିଷୟରେ ଜଣା ପଡିବା ପରେ ସେ ତାକୁ ଯାଇ ସେଠାରୁ ଉଦ୍ଧାର କଲେ, ଓ ନିଜ ନାଁ ଦେଲେ , ମିଥୁନ ଚକ୍ରବର୍ତ୍ତୀ ଏହିପରି ଏକ ମହାନ୍ କାମ କଲେ ।

ଯେବେ ମିଥୁନ ଦିଶାନୀକୁ କୋଳେଇ ନେବାର ଫଇସଲା କଲେ , ତେବେ ତାଙ୍କର ସ୍ତ୍ରୀ ଯୋଗିତା ଏହି ପରି ପୁଣ୍ୟ କାମ ପାଇଁ ତାଙ୍କୁ ସାଥ୍ ଦେଲେ , ଏମିତି କୁହାଯାଏ କି ଯୋଗିତା ସେହି ଛୁଆକୁ କୁଣ୍ତାଇବା ପାଇଁ ବହୁତ ଉତ୍ସାହିତ ଥିଲେ , ସେ ପୂରା ରାତି କାଗଜ ପତ୍ର କାମ କରିବା ପାଇଁ ବ୍ୟସ୍ତ ରହିଥିଲେ , ତାପରେ ସେ ଘରକୁ ଆଣିଲେ , ଦିଶାନୀଙ୍କ ନାଁ ଦିଆଗଲା , ତାଙ୍କୁ ଏକ କଳାକାର ଝିଅ ପରି ପାଳନ ପୋଷଣ କରାଗଲା ।

ଏବେ ଏମିତି ଖବର ସାମନା କୁ ଆସିଛି କି ଦିଶାନୀ ଏବେ ଜଲଦି ହିଁ ଫିଲ୍ମ ଆଉ ବଲିଉଡ୍ ରେ ନିଜର ଡେବ୍ୟୁ କରିପାରନ୍ତି , ଦିଶାନୀ ନ୍ୟୁୟର୍କ ଫିଲ୍ମ ଏକାଡେମୀ ଆକ୍ଟିଙ୍ଗ୍ କୋର୍ସ କରିସାରିଛନ୍ତି , ଓ ଏବେ ସେ ବଲିଉଡ୍ ଏ ଏଣ୍ଟ୍ରି କରିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି , ଦିଶାନୀଙ୍କ ଫଲୋଅରର୍ସ ୩୦,୦୦୦ ହଜାର ଅଛନ୍ତି ।

ଏବେ ଦିଶାନୀ ବାକି ଷ୍ଟାର୍ ଙ୍କ ପରି ଲାଇମ୍ ଲାଇଟ୍ ରେ ଆସି ସାରିଛନ୍ତି , କହିଦେବୁ କି ଦିଶାନୀ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି , ତାଙ୍କର ଫଲୋର୍ସ ସଂଖ୍ୟା ବହୁତ ଅଧିକା ଅଟେ , ବାକି କିଡ୍ସ ଷ୍ଟାର୍ ଙ୍କ ଭଳି ଦିଶାନୀଙ୍କ ଇନଷ୍ଟ୍ରାଗ୍ରାମ ଏକାଉଣ୍ଟରେ ପାର୍ଟି ଫଟୋଗୁଡିକ ଭରି ରହିଥାଏ , ବହୁତଥର ସେ ଫଟୋଗୁଡୀକ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି , ମିଥୁନ ଓ ଯୋଗିତାଙ୍କ ଚାରିଜଣ ଛୁଆ ଅଛନ୍ତି , ଯେଉଁଠି ତାଙ୍କର ୩ ଜଣ ପୁଅ , ମହାକ୍ଷ୍ୟ, ଉସମେ, ଓ ନମାଶୀ, ଓ ଝିଅ ଦିଶାନୀ ଚକ୍ରବର୍ତ୍ତୀ ଅଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button