ବିଚାର

ବିଜୁଳି ମାରିଲେ କରିବେ କଣ ? କେମିତି ରହିବେ ସୁରକ୍ଷିତ… ଦେଖନ୍ତୁ କଣ କରିବେ କଣ ନାହିଁ

ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ବଜ୍ରପାତର ହେବାର କାରଣ ଓ ଏହି ସମୟରେ କଣ କରିବା ଉଚିତ । ବଜ୍ରପାତର ମୁଖ୍ୟ କାରଣ ଗୁଡିକ ହେଉଛି ସମୁଦ୍ର ରେ ସ୍ଥଳ ଭାଗକୁ ଜଳିୟ ବାଷ୍ପ ପ୍ରବାହ ହୋଇଥାଏ । ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ ।

ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଓ ବାୟୁମଣ୍ଡଳର ତଳ ସ୍ତର ତାତିବା କାରଣରୁ ଉପରକୁ ଉଠେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ଆଉ ଏକ କାରଣ ହେଉଛି ଜଳିୟ ବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ହେଉଛି ଟ୍ରଫଲାଇନ । ବଙ୍ଗୋପସାଗର ରୁ ଉପକୂଳ ବର୍ତ୍ତୀ ଜିଲ୍ଲାକୁ ଆଦ୍ରତା ଥିବା ସାମୁଦ୍ରିକ ପବନ ବହେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ ।

ବଜ୍ରପାତ ସମୟରେ ବା ବିଜୁଳି ମାରିଲେ ଭୁଲରେ ବି ଘରୁ ବାହାରକୁ ବାହାରନ୍ତୁ ନାହି । ଘର ଭିତରେ ରୁହନ୍ତୁ । ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ ହୋଇଥାଏ । ଯଦି ଚାଳ କି ଅନ୍ୟ କୌଣସି ଘରେ ଅଛନ୍ତି ତେବେ ସେଠାରେ ରୁହନ୍ତୁ ନାହି । ଏହା ସହ ମୋବାଇଲ ଭଳି ଇଲେକ୍ଟ୍ରୋନିକ ଡିଭାଇସ ଭୁଲରେ ବି ବ୍ୟବହାର କରନ୍ତୁ ନାହି ।

ଏମିତି ସମୟରେ ମୋବାଇଲକୁ ସ୍ଵିଚ ଅଫ କରି ଦିଅନ୍ତୁ ନଚେତ ଦୂରେଇ ରୁହନ୍ତୁ । ଏହା ବାଦ ଯଦି ଘର ଭିତରେ ଅଛନ୍ତି ଝରକା ଓ କବାଟ ପାଖରୁ ଦୂରେଇ ରୁହନ୍ତୁ । ବାହାରେ ଥିଲେ ନଇଁ ପଡି ଆଁଠୁ କୁ ବଙ୍କା କରି ଛାତିରେ ଲଗାଇ ବସି ଆଡନ୍ତୁ । ନିଜକୁ ଯେତେ ସଙ୍କୋଚିତ କରିପାରିବେ ସେମିତି କରି ବସନ୍ତୁ । କେବେ ବି ସିଧା ସଳଖ ମାଟି ଉପରେ ଶୁଅନ୍ତୁ ନାହି ଯଦି ଆପଣ ବାହାରେ ଅଛନ୍ତି ବା ମାଟି ଘରେ ଅଛନ୍ତି ।

ବିଜୁଳି ମାରିବା ସମୟରେ ଯଦି ଆପଣ କାର ରେ ଥିଲେ ଗାଡି ଡୋର ବନ୍ଦକରି ଦିଅନ୍ତୁ । ଗାଡି ର ଝରକା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହା ଛଡା ପାଣି ଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଜଳସାୟ ବା ଜଳ ପାଖରେ ଅଛନ୍ତି ତେବେ ବଜ୍ରପାତ ସମୟରେ ସେଠାରୁ ଦୂରେଇ ଚାଲି ଯାଆନ୍ତୁ । କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବକ ଜଲ୍ଦି ହୋଇଥାଏ ।

ଗୋଟେ କରେଣ୍ଟ ଉତପତି ହୁଏ ଆଉ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭବନା ଥାଏ । ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହି । ମେଟାଲ ତଥା ଧାତୁ ସାମଗ୍ରୀ କୁ ସ୍ପର୍ଶ କରନ୍ତୁ ନାହି । ବଜ୍ରପାତ ସମୟରେ ତାର ବାଡ, ସାଇକେଲ ଠାରୁ ଦୁରେଇ ରୁହନ୍ତୁ । ଟିଭି ଭଳି ଇଲେକ୍ଟ୍ରି ସାମଗ୍ରୀ କୁ ବିଦ୍ୟୁଦ ବୋର୍ଡ ଥର କାଢି ଦିଅ ନ୍ତୁ ଯେବେ ବଜ୍ରପାତ ହେଉଛି । ଯଦି କୌଣସି ଇଲେକ୍ଟ୍ରି ସାମଗ୍ରୀ ବ୍ୟବହାର କରୁଛନ୍ତି ଏବେ ଏହା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button