ଦେଶ ବିଦେଶ

ଚୀନ: ଭୂକମ୍ପରେ ୪୬ ମୃତ୍ୟୁ

ନୂଆଦିଲ୍ଲୀ: ଚୀନର ସିଚୁଆନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି ସହର। ଏହି ଭୂମିକମ୍ପରେ ୪୬ ଲୋକଙ୍କ ମୃତ୍ୟୁ ନେଇ ସୂଚନା ଥିବା ବେଳେ ୫୦୦୦୦ରୁ ଅଧିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୂକମ୍ପରେ ବହୁ ମାତ୍ରାରେ ଆର୍ଥିକ କ୍ଷୟକ୍ଷତି ହୋଇଛି। ଏହି ଭୂମିକମ୍ପର କେନ୍ଦ୍ର ସିଚୁଆନର ଲୁଡିଙ୍ଗ ଥିଲା।

ସୋମବାର ରାତିରେ ସିଚୁଆନର ଜରୁରୀକାଳୀନ ପ୍ରବନ୍ଧନ ବିଭାଗର ଡେପୁଟି ଡାଇରେକ୍ଟର ବାଙ୍ଗ ଫେଙ୍ଗ କହିଛନ୍ତି କି, ୧୬ ଲୋକଙ୍କ ପତ୍ତା ମିଳୁନଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକଙ୍କ ଉଦ୍ଧାର ପାଇଁ ୬୫୦୦ରୁ ଅଧିକ ଉତ୍ତାରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବିଲ୍ଡିଂର ଭଗ୍ନାଂଶରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଉଛି। ଏହି ଭୂମିକମ୍ପରେ କିଛି ସ୍ଥାନରେ ଜମି ଧସିଯିବାରୁ କେତେକ ସ୍ଥାନରେ ସଡକ ଓ ଆଖପାଖ ଘର କ୍ଷତିଗ୍ରସ୍ତ ହୋଇଛି।

ଚୀନର ସରକାରୀ ସମାଚାର ଏଜେନ୍ସି ସିନ୍ହୁଆ ଅନୁଯାୟୀ ୪୬ ମୃତକଙ୍କ ମଧ୍ୟରୁ ୨୯ଙ୍କୁ ତିବ୍ଦତାନ ସ୍ବାୟତ୍ତ ଅଞ୍ଚଳରୁ ଥିବା ବେଳେ ୧୭ ଜଣ ୟାନ ସହରରୁ ରହିଛନ୍ତି। ଏପର୍ଯ୍ୟନ୍ତ ଗାର୍ଜେ ଓ ୟାନରୁ ୫୦୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ଚାଇନା ଅର୍ଥକ୍ବେକ ନେଟୱର୍କସ୍ ସେଣ୍ଟର ମୁତାବକ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ଥିଲା। ଭୂକମ୍ପ ବେଜିଂର ସମୟ ଅନୁଯାୟୀ ସୋମବାର ମଧ୍ୟାହ୍ନ ୧୨.୫୨ରେ ଅନୁଭୂତ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button