ଜୀବନଶୈଳୀ

ପରିବା ନିଅ ପରିବା… ନିଜ ପରିବାର ପାଇଁ ଏହି ଝିଅଟି ଯାହା କରୁଛି ଦେଖିଲେ ଅପାନ ବି କରିବେ ଶହେ ସଲାମ, ଦେଖନ୍ତୁ Video

ନାରୀ ସମାଜରେ କେବେ ଦୁର୍ବଳ ନୁହନ୍ତି। ଯାହାକୁ ପ୍ରମାଣିତ କରି ଦେଖାଇବା ସହ ଅନ୍ୟ ମାନଙ୍କ ପାଇଁ ଏବେ ଉଦାହରଣ ସାଜିଛନ୍ତି ଦୁର୍ଗମ ଅଞ୍ଚଳର ଜଣେ ଝିଅ । ନିଜର ଦୃଢ଼ ଇଚ୍ଛା ଶକ୍ତି ସାମ୍ନାରେ ପରିସ୍ଥିତି ବି ହାର ମାନିଛି । ବାଇକରେ ଗାଁ ଗାଁ ବୁଲି ପରିବା ବିକି ଘର ଚଳାଇବା ସହ ଦୁଇ ଭଉଣୀଙ୍କୁ ପଢ଼ାଉଛନ୍ତି ପାଠ ।

ହଁ ଦର୍ଶକ ବନ୍ଧୁ ପରିବାର ର ଭରପୋଷଣ କରିବା ପାଇଁ ସାମାଜିକ ତାହି ଟପରାକୁ ପରୱା ନ କରି ପରିବା ବିକ୍ରି ଭଳି ଧନ୍ଦାକୁ ଆଦରି ନେଇଛନ୍ତି ଅଞ୍ଜନା ଦୋରା । ଆଗରୁ ବାଲି ସିମେଣ୍ଟ କାମ କରି ଦୁଇ ପଇସା ରୋଜଗାର କରୁଥିଲେ ହେଲେ ଯାହା ମିଳୁଥିଲା ଘର ଚଳାଇବା ସହଜ ନ ଥିଲା । ଏମିତିରେ ନିଜେ କିଛି କରିବାର ଜୋସ ହିଁ ତାଙ୍କୁ ସବୁ ବାଧାକୁ ଏଡାଇ ଆଗକୁ ବଢିବାର ବାଟ ଦେଖାଇଲା ।

ବ୍ଯାଙ୍କରୁ ଲୋନ କରି ଗାଡିଟି ଆଣିଲେ ଆଉ ଏବେ ଘର ଠାରୁ ଦୂରରେ ଥିବା ବଜାରରେ ତାହା ପରିବା ଆଣି ଗ୍ରାହକଙ୍କର ଆସ୍ଥା ଭଜନ ହେବା ସହ ଦୁଇ ପଇସା ରୋଜଗାର କରିବାରେ ସମର୍ଥନ ହୋଇଛନ୍ତି । ପ୍ରଶାସନଙ୍କୁ ଅଞ୍ଜନା ଗୋଟେ ନିବେଦନ କରିଛନ୍ତି ସରକାର ଯଦି ତାଙ୍କ ପରିବାରକୁ ଆଡ ଆଖିରେ ଅନାନ୍ତେ ତେବେ ସୁଖରେ ଦିନ କାଟନ୍ତେ । ନଚେତ ଏମିତି ଶୋଚନୀୟ ଅବସ୍ଥା ହୋଇ ଜୀବନ ବଞ୍ଚିବା ଛଡା ସେମାନେ ଆଉ କଣ ବା କରିପାରିବେ ।

କାହିଁଙ୍କି ନା ପରିବାରର ଦାରିଦ୍ରତା କାରଣରୁ ଅଞ୍ଜନା ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ଦେଇଛନ୍ତି । ବଡ ଭାଇ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଘରେ ବାପା, ମା, ଦୁଇ ଭଉଣୀ ଅଛନ୍ତି । ଘରର ବଡ ଭଉଣୀ ହିସାବରେ ଏବେ ସବୁ ବୋଝ ଅଞ୍ଜନାଙ୍କ ମୁଣ୍ଡ ଉପରେ । ବୁଢା ବାପା, ମା ଙ୍କ ମୁହଁରେ ଦାନା ଯୋଗାଡ କରିବା ସହ ଦୁଇ ଭଉଣୀଙ୍କୁ ପାଠ ପଢାଇବା ହରଚ୍ଚା ବହନ କରୁଛନ୍ତି ଅଞ୍ଜନା । ଅଞ୍ଜନା ଙ୍କ ବାପା ଜଣେ ବଧିର ହୋଇଥିଲେ ମଧ୍ୟ ତାଙ୍କୁ ଭିନ୍ନ କ୍ଷୟମ ଭତ୍ତା ମିଳୁ ନାହାଇ କି ମୁଣ୍ଡ ଗୁଞ୍ଜିବା ପାଇଁ ପରିବାର କୁ ଭଲ ଘର ଖଣ୍ଡେ ନାହି ।

ଜୀବିକା ମିସନ ପ୍ରୋଜେକ୍ଟ ର ମ୍ୟାନେଜର କହିଛନ୍ତି ତୁରନ୍ତ ଅଞ୍ଜନା ଙ୍କୁ ସ୍ଵୟଂ ସହାୟତା ଗୋଷ୍ଠୀ ରେ ସାମିଲ କରିବେ । ଜୀବିକା ମିସନ ପାଖ ରୁ ଋଣ ସହ ଯାହା ଆବଶ୍ୟକ ସେ ସବୁ ସୁବିଧା ସୁଯୋଗ ଦିଆଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button