ଓଡିଶା

Akhsya Parijaଙ୍କ ନାଁରେ ଅଭିନେତା ଅଭିନେତ୍ରୀ ମାନେ ଆଣିଲେ ଅଭିଯୋଗ, କହିଲେ “ଭିକାରି ଭଳି ନିଜ ପଇସା ପାଇଁ ବାରମ୍ବାର ଆସିବାକୁ ଖରାପ ଲାଗୁଛି, ବହୁତ କଷ୍ଟ ଲାଗୁଛି”…. ଦେଖନ୍ତୁ Video

ବନ୍ଧୁଗଣ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ରେ ଠକେଇ ଅଭିଯୋଗ ଆସିଛି । ନିଜର ପ୍ରଦକ୍ଷଣ ହାଉସର ଯେଉଁ ମାନେ କଳାକାର କରନ୍ତି ସେମାନଙ୍କୁ ଟଙ୍କା ନ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ “ଶାନ୍ତି” ସିରିଏଲ ର ଶୁଟିଙ୍ଗ ହେଉଥିଲା ଅକ୍ଷୟ ପରିଜାଙ୍କ ପ୍ରଡକସନ ହାଉସ ରେ । କିନ୍ତୁ ଏହି ସିରିଏଲର ଯେଉଁ ମାନେ ଅଭିନୟ କରୁଥିଲେ ସେମାନଙ୍କୁ ଅକ୍ଷୟ ପରିଜା ଏ ଯାଏଁ ପେମେଣ୍ଟ କରି ନାହାନ୍ତି ।

ଯାହା ଫଳରେ ପ୍ରଡକସନ ହାଉସ ଗେଟ ସମାନ ରେ ଠିଆ ହୋଇ କଳାକାର ମାନେ ଦାବି କରୁଛନ୍ତି ତାଙ୍କର ପାରିଶ୍ରମିକ ଟଙ୍କା ତାଙ୍କୁ ଦିଆଯାଉ । କିନ୍ତୁ ସମୟ ପରେ ସମୟ ଗଡିବା କାରଣରୁ ସବୁ କଳାକାର ଙ୍କ ଠାରୁ ଆରମ୍ଭ କରି ଟେକସିଆନ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଏ ନେଇ କର୍ମକର୍ତ୍ତା ମାନେ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ।

ଏ ନେଇ କର୍ମକର୍ତ୍ତା ମାନେ କହିଛନ୍ତି ଯେ “ସମସ୍ତେ କାମ କରୁଥିଲେ କିନ୍ତୁ ପଇସା ମିଳି ନାହି । ପଇସା ଦେବେ କହି ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଦେଉ ନାହାନ୍ତି । ଏତେବେଳେ କହୁଛନ୍ତି ଚ୍ଯାନେଲ ଦେଇ ନାହି ଆଉ କେବେ କହୁଛନ୍ତି ଚ୍ଯାନେଲରୁ ପାଇଲେ ଦେବୁ । କିନ୍ତୁ ଚ୍ଯାନେଲ କହୁଛି ଆମେ ଦେଇ ଦେଇଛୁ ।

ମୋ ପଇସା ତ ବାକି ଅଛି କିନ୍ତୁ 50 ଜଣଙ୍କୁ ନେଇ ଆମେ କରିଥିଲୁ ସମସ୍ତେ ଆସିଛୁ ପଇସା ନେବା ପାଇଁ । 3 ମାସର ଟଙ୍କା ବାକି ଅଛି । ଅକ୍ଷୟ ସାର ଙ୍କ ସହ ଆଲୋଚନା ହୋଇଥିଲା ଆଉ ସେ ଡେଟ ଦେଇଥିଲେ ପଇସା ଦେବାକୁ କିନ୍ତୁ ମିଳିଲା ନାହି । ସେଥିପାଇଁ ବାଧ୍ୟ ହୋଇ ସମସ୍ତେ ଆସିଛନ୍ତି । ଟେକଶିଆନ, ଆର୍ଟିଷ୍ଟ ମାନଙ୍କର ପଇସା ବାକି ଅଛି ।

ଆଉ ଜଣେ କର୍ମ କର୍ତ୍ତା କହିଛନ୍ତି ” ଆମେ ନଭେମ୍ବର ରୁ ପେମେଣ୍ଟ ପାଇ ନାହୁଁ । ବାରମ୍ବାର ଆମେ ଅପେକ୍ଷା କରି ସାରିଲୁଣି । ଏହା ପରେ ବି ତାଙ୍କର କିଛି ରେସପଣ୍ଡ ନାହି । ଆମେ ଏବେ ଅକ୍ଷୟ ବାବୁ ରେସପଣ୍ଡ ଦେଉଛନ୍ତି କିନ୍ତୁ ନୂଆ ଡେଟ ଦେଉଛନ୍ତି । ଆମେ ଅଫିସରେ ଯାଇ କଥା ହେଇଛୁ । କିନ୍ତୁ କିଛି ଲାଭ ନାହି ।

ଆମେ ମାନେ ବହୁତ ଦୁଖିତ କାରଣ ଆମେ ଆମେ ବହୁତ କଷ୍ଟ କରିଛୁ ପରିଶ୍ରମ କରିଛୁ ଯଦି ପାରିଶ୍ରମିକ ଦେବେ ଆହି । ଆଉ ଆମେ ଏଠାକୁ ଆସି ଭିକାରି ଭାଇ ବାରମ୍ବାର ନେହେରୁ ହେବୁ ବହୁତ ଅସୁନ୍ଦର ଲାଗୁଛି ବହୁତ କଷ୍ଟ ହେଉଛି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button