ମନୋରଞ୍ଜନ

ଇନଷ୍ଟାରେ ଐଶ୍ବର୍ଯ୍ୟାଙ୍କ ଅଜବ ପ୍ରଶ୍ନ: ଯଦି ଚାହିବେ ତାହେଲେ… – Utkal Mail


ଇନଷ୍ଟାଗ୍ରାମରେ ଏବେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମାଙ୍କ ବୟାନ ବେଶ୍‌ ଚର୍ଚ୍ଚାକୁ ଆସିଛି। ଶୁଣାଯାଉଛି ଏହା ତାଙ୍କର ଉଡ଼ା ଖବର। ଏଭଳି ଖବର ପ୍ରଚାର ପଛରେ ଐଶ୍ବର୍ଯ୍ୟାଙ୍କ କି ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ିନାହିଁ। ହେଲେ ସୋସିଆଲ ମିଡିଆରେ ତାଙ୍କ ଗର୍ଭଧାରଣ ଖବରକୁ ନେଇ ଜୋର୍‌ରେ ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ଐଶ୍ବର୍ଯ୍ୟା ମଧ୍ୟ ସର୍ବସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି- ଆପଣମାନେ ଯଦି ଚାହିବେ ତାହେଲେ ମୁଁ ମା’ ହେବି। ଏହା କିଭଳି କଥା? ତୁମେ ମା’ ହେବ କି ନାହିଁ ତାହା ତୁମ ପ୍ରସଙ୍ଗ। ତେବେ ନୀଲଙ୍କ ସହ ତାଙ୍କର ଲିଭ୍ ଇନ୍ ରିଲେସନ୍ କଥା ମିଛ ନୁହେଁ। ସେହି କାରଣରୁ ସେ ମା’ ହେବା କିଛି ଅସମ୍ଭବ କଥା ନୁହେଁ। ‘ଗୁମ୍ ହୈ କିସି କେ ପ୍ୟାର ମେ’ ଧାରାବାହିକରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ଥିବା ଐଶ୍ବର୍ଯ୍ୟାଙ୍କୁ କିଛିଦିନ ତଳେ ଥାଇଲାଣ୍ଡରେ ଐଶ୍ବର୍ଯ୍ୟା ଓ ନୀଲ ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା।

ସେଠାରେ ଏକ ସୁଇମିଙ୍ଗ ପୁଲରେ ଐଶ୍ବର୍ଯ୍ୟାଙ୍କୁ ବିକିନୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ନିଜର ଫଟୋକୁ ମଧ୍ୟ ସେ ସୋସିଆଲ ମିଡିଆ‌ରେ ଶେୟାର କରିଥିଲେ। ଲାଲ୍ ଇସ୍କ, ମେରି ଦୁର୍ଗା, ବାଲକ୍ରିଷ୍ଣ, ସୂର୍ଯ୍ୟପୁତ୍ର କର୍ଣ୍ଣ, କୋଡ୍ ରେଡ୍, ସଙ୍କଟମୋଚନ ହନୁମାନ, ଜାନବାଦ ସିନ୍ଦବାଦ ଆଦି ଧାରାବାହିକରେ ଅଭିନୟ କରିଛନ୍ତି ଐଶ୍ବର୍ଯ୍ୟା। ‘ଖତରୋଁ କେ ଖିଲାଡ଼ି ସିଜିନ୍-୧୩’, ସ୍ମାର୍ଟ ଯୋଡ଼ି, ମାଧୁରୀ ଟକିଜ୍, ଘୁମ୍ ହୈ କିସି କେ ପ୍ୟାର ମେ, ମାଧୁରୀ ଟକିଜ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଐଶ୍ବର୍ଯ୍ୟାଦର୍ଶକଙ୍କ ମନ ମୋହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button