ଦେଶ ବିଦେଶ

ଟିଭି ଦର୍ଶକଙ୍କ ପାଇଁ ନୂଆ ନିୟମ ଆଣିଲା ଟ୍ରାଇ । ଏବେ ୧୫୩ ଟଙ୍କାରେ ଦେଖିପାରିବେ ୧୦୦ଟି ଚ୍ୟାନେଲ ! ପଢନ୍ତୁ ସଂପୂର୍ଣ୍ଣ ଖବର

ବଡ ଖବର! ଟିଭି ଦେଖୁଥିବା ଲୋକମାନେ ଏଇ କିଛି ଦିନ ହବ ସରକାରଙ୍କ ଦ୍ଵାରା ଲାଗୁ ହୋଇଥିବା ନୂଆ ନିୟମକୁ ନେଇ ବହୁତ ବ୍ୟସ୍ତ ହୋଇ ପଡିଥିଲେ ଯେ ଏବେ ଟିଭି ଦେଖିବା ବୋଧେ ବହୁତ ମହଙ୍ଗା ପଡିବ। ତେବେ ଯଦି ଆପଣ ବି ସେମିତି କିଛି ଭାବନାରେ ଅଛନ୍ତି ଯେ ଆପଣ କେତେ ଟଙ୍କା ଦେଲେ କେଉଁ କେଉଁ ଚ୍ଯାନେଲ ଦେଖି ପାରିବେ ତେବେ ଚଲାନ୍ତୁ ଜଣାଇବା ସେହି ସବୁ ବିଷୟରେ।

ଟ୍ରାଇ ନୂଆ ନିୟମ ଆଣିଛି ଦର୍ଶକ ମାନଙ୍କ ପାଇଁ  । ଟ୍ରାଇର ନୂଆ ନିୟମ ଅନୁସାରେ ୧୫୩ ଟଙ୍କା ଦେଇ ୧୦୦ ଚ୍ୟାନେଲ ଦେଖିହେବ । ଏଥିରେ ୧୦୦ଟି ଫ୍ରି ଏବଂ ପେ ଚ୍ୟାନେଲ ରହିବ । ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ତେବେ ପେ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିବ । ଟ୍ରାଇର ଏହି ନିୟମ, ଆସନ୍ତା ଫେବୃଆରୀରୁ ଦର୍ଶକଙ୍କ ଟିଭି ଦେଖିବା ଆହୁରି ମହଙ୍ଗା କରିଦେବ ।

ଏହି ନିୟମ ଫେବୃଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆର ନୂଆ ନିୟମ ଅନୁସାରେ, ୧୫୩ ଟଙ୍କା ଦେଇ ଦେଖିହେବ ୧୦୦ଟି ଚ୍ୟାନେଲ୍ । ଏହି ୧୦୦ ଚ୍ୟାନେଲ ମଧ୍ୟରେ ରହିବ ଉଭୟ ପେ ଏବଂ ଫ୍ରି ଚ୍ୟାନେଲ ।

ସର୍ବନିମ୍ନ ୧୩୦ ଟଙ୍କା ଏବଂ ଜିଏସଟିକୁ ମିଶାଇ ୧୫୩ ଟଙ୍କା ୪୦ ପଇସା କରାଯାଇଛି । ଯାହା ନେଟୱର୍କ କେପାସିଟି ଫିସ୍ ବାବଦରେ ଦିଆଯିବ । ୧୦୦ଟି ଚ୍ୟାନେଲ ମଧ୍ୟରୁ ଯେତିକି ପେ ଚ୍ୟାନେଲ ଚୟନ କରିବେ, ସେଥିଲାଗି ଚ୍ୟାନେଲର ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିବ। ଟ୍ରାଇର ଏହି ନୂଆ ନିୟମକୁ ସମସ୍ତ ଘରୋଇ କେବୁଲ ଏବଂ ଡିଟିଏଚ୍ ସେବା ଯୋଗାଉଥିବା ଅପରେଟର ମାନିବାକୁ ନିର୍ଦେଶ ଦିଆଯାଇଛି।

ସେହିପରି ୧୦୦ରୁ ଅଧିକ ଚ୍ୟାନେଲ ପାଇଁ

ଯଦି ଆପଣ ଶହେରୁ ଅଧିକ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତେବେ ଶହେ ଚ୍ୟାନେଲ ବାଦ୍ ପରବର୍ତୀ ୨୫ ଚ୍ୟାନେଲ ପାଇଁ ଅତିରିକ୍ତ ୨୦ ଟଙ୍କା ଦେବାକୁ ପଡିବ । ଟ୍ରାଇର ନୂଆ ନିୟମ ଅନୁସାରେ ଆଉ କିଛି ବି ଫ୍ରି ନାହିଁ । ଅର୍ଥାତ୍, ଟିଭି ଦେଖିବେ ତ ୧୫୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ବଡ କଥା ହେଉଛି ଏହି ଶହେ ଚ୍ୟାନେଲ ମଧ୍ୟରୁ ଆପଣ ନିଜ ମନ ପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସର୍ବନିମ୍ନ ମୂଲ୍ୟ ଭିତରେ ଏଚଡି ଚ୍ୟାନେଲ ଗୁଡିକୁ ଅର୍ନ୍ତଭୁକ୍ତ କରାଯାଇନାହିଁ । ତେବେ ଚ୍ୟାନେଲ ଦରକୁ ସର୍ବାଧିକ ୧୯ ଟଙ୍କା ମଧ୍ୟରେ ରଖିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button