ଦେଶ ବିଦେଶ

ଜଣେ ସହୀଦଙ୍କ ଝିଅକୁ କୋଳେଇନେଲେ ଏହି ଦୁଇଜଣ IAS ଓ IPS ସ୍ୱାମୀ ସ୍ତ୍ରୀ, ଏବେ ସାରା ଦେଶ କରୁଛି ତାଙ୍କର ପ୍ରଶଂସା

ଏ ଦୁନିଆରେ ଏମିତି ବହୁତ କମ ଲୋକ ଥିବେ ଯିଏ କି ନିଜ ସନ୍ତାନକୁ ଛାଡି ଆଉ କେଉଁ ପିଲାର ଚିନ୍ତା କରିବା କଥା ଭବିବେ। କିନ୍ତୁ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ପିଲାକୁ ନିଜ ପିଲା ଭଳି ଦେଖନ୍ତି ଓ ଭଲ ମଧ୍ୟ ପାଆନ୍ତି । ସେହିଭଳି ଏକ ଝିଅ ଯାହାର ବାପା ଜଣେ ସହିଦ ହୋଇଯାଇଥିବା ଯବାନ ଅଟନ୍ତି। ଯିଏ ଦେଶ ପାଇଁ ନିଜ ଜୀବନ ହରାଇ ନିଜ ପରିବାର ଲୋକଙ୍କୁ ଶୋକରେ ଡୁବାଇ ଚାଲିଯାଇଛନ୍ତି। ସେହି ଯବାନ ଙ୍କର ଗୋଟେ ଛୋଟ ଝିଅଟିଏ ଥିଲା। ଯାହାକୁ କି ଦୁଇଜଣ ବଡ ଅଫିସର ଥିବା ସ୍ଵାମୀ ସ୍ତ୍ରୀ କୋଳାଇ ନେଇଛନ୍ତି।

ଏହି ଅଧିକାରୀ ମାନେ ଏମିତି କାମ କରିଛନ୍ତି ଯାହା କୌଣସି ନେତା କିମ୍ବା ମନ୍ତ୍ରୀମାନେ କରିପାରିବା ବହୁତ କମ୍ ଦେଖିବାକୁ ମିଳେ ।  ଆମେ କଥା ହେଉଛୁ ଦେଶର ଦ୍ୱିତୀୟ ମହିଳା ଆଇପିଏସ୍ ଅଞ୍ଜୁମ ଆରା ଓ ତାଙ୍କର ଆଇଏଏସ୍ ସ୍ୱାମୀ ୟୁନୁସ୍ ଙ୍କ ବିଷୟରେ। ସେମାନେ ସହିଦ ପରମଜିତଙ୍କ ୧୨ ବର୍ଷର ଝିଅକୁ କୋଳାଇ ନେଇଥିଲେ । ସାଧାରଣ ଜନତାଙ୍କ ମଧ୍ୟରେ ଧାରଣା ହୋଇଯାଇଛି କି ନିର୍ବାଚନରେ ମନ୍ତ୍ରୀ ପଦ ପାଇଲା ପରେ ଲୋକେ ନିଜର ଅଧିକାର ଓ ଆଇନ୍ ଦେଖାଇଥାନ୍ତି । ସେମାନଙ୍କୁ ସମାଜର ଦୁଃଖ କଷ୍ଟ ବିଷୟରେ ଜଣା ନଥାଏ । କିନ୍ତୁ ଏହି ଦମ୍ପତି ଲୋକଙ୍କ ଭାବନାରୁ କିଛି ଅଲଗା କରି ଦେଖାଇ ଥିଲେ ।

ସୀମାରେ ନିଯୁକ୍ତ ଥିବା ସହିଦ ପରମଜୀତ ସିଂ ଙ୍କ ଝିଅକୁ କୋଳାଇନେବାପରେ ସେ ଏକ ମିଶାଲ୍ ସୃଷ୍ଟି କଲେ । ଅଞ୍ଜୁମ୍ ସୋଲନ ଶିମଲା ରେ ସୋଲନ୍ ଜିଲ୍ଲାର ଏସ୍ ପି ଅଛନ୍ତି ଓ ତାଙ୍କ ସ୍ୱାମୀ ୟୁନୁସ୍ କୁଲ୍ଲୁ ଜିଲ୍ଲା କଲେକ୍ଟର ଅଛନ୍ତି । ପାକିସ୍ଥାନ ବର୍ଡରରେ ଆକ୍ସନ୍ ଟିମ୍ ଆକ୍ରମଣରେ ପଞ୍ଜାବର ସୀମାରେ ଥିବା ଜବାନ ପରମଜିତ୍ ସିଂ ସହିଦ ହୋଇଗଲେ । ତାଙ୍କର ୧୨ ବର୍ଷର ଝିଅ ତାଙ୍କର ଅନ୍ତିମ ସଂସ୍କାର କଲେ । ସହୀଦ ଝିଅ ବିଷୟରେ ଏହି ଖବର ପାଇ ହିମାଚଳ ପ୍ରଦେଶରେ ନିଯୁକ୍ତ ହୋଇଥିବା ଅଫିସର୍ ଦମ୍ପତି ସେହି ଝିଅକୁ କୋଳାଇ ନେବାପାଇଁ ଫଇସଲା ନେଇଥିଲେ ।

ଏବେ ସେହି ଦମ୍ପତି ଝିଅର ପାଠ ପଢାରୁ ନେଇକରି ସବୁ ଖର୍ଚ୍ଚ ବହନ କରିବେ । ୟୁନୁସ୍ ଓ ଅଞ୍ଜୁମ୍ ଆରା ସହିଦଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଏହି କଥାରେ ରାଜି କରାଇଥିଲେ । ଏହି ଦମ୍ପତିଙ୍କ କହିବା କଥା କି ତାଙ୍କ ପାଖରେ ଏକ ଛୋଟ ପୁଅ ଅଛି । ଏମିତି ସହୀଦଙ୍କ ଝିଅକୁ ଆପଣାଇଲେ ତାଙ୍କୁ ଏକ ଝିଅ ମିଳିଯିବ ଓ ପୁଅ ପାଇଁ ଏକ ଭଉଣୀ ମିଳିଯିବ ।

ଅଞ୍ଜୁମ୍ ଆରା କହିଲେ କି ଶହୀଦର ଝିଅକୁ ନିଜ ଇଚ୍ଛା ମୁତାବିକ ତାଙ୍କ ସହ କିମ୍ବା ନିଜ ମା ସହ ରହିପାରେ । ଝିଅ ଯେଉଁଠି ରହିଲେ ବି ପାଠ ପଢା ଖର୍ଚ୍ଚ ଓ ସବୁ ଜିନିଷରେ ସହଯୋଗ କରିବେ । ଯଦି ଝିଅ ଆଇଏଏସ୍ କିମ୍ବା ଆଇପିଏସ୍ ହେବାକୁ ଚାହୁଁଛି ତେବେ ସ୍ୱାମୀ ଓ ସ୍ତ୍ରୀ ମିଶିକରି ତାକୁ ଗାଇଡ୍ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button