‘ଦିଲ୍ଲୀ ବନେଗା ଖଲିସ୍ତାନ୍’ ସ୍ଲୋଗାନ୍ ଲେଖାରେ ଦିଲ୍ଲୀର ୫ଟି ମେଟ୍ରୋ ଷ୍ଟେସନ୍ ପାଚେରି ବିରୂପ – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀର କେତୋଟି ମେଟ୍ରୋ ଷ୍ଟେସନ୍ ପାଚେରୀରେ ଖଲିସ୍ତାନକୁ ସମର୍ଥନ କରି ସ୍ଲୋଗାନ୍ ଲେଖାଯାଇଥିବା କଥା ଆଜି ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ପଞ୍ଜାବୀ ବାଗ, ଶିବାଜୀ ପାର୍କ, ମଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଓ ମହାରାଜା ସୂରଜମଲ ଷ୍ଟାଡିୟମ୍ ମେଟ୍ରୋ ପାଚେରିରେ କଳା ରଙ୍ଗରେ ‘ଦିଲ୍ଲୀ ବନେଗା ଖଲିସ୍ତାନ୍’, ‘ଖଲିସ୍ତାନ ରେଫେରେଣ୍ଡମ୍ ଜିନ୍ଦାବାଦ୍’ ଆଦି ସ୍ଲୋଗାନ୍ ଲେଖାଯାଇଛି।
ଦିଲ୍ଲୀ ପୁଲିସ କହିଛି ଯେ, ଶିବାଜୀ ପାର୍କ ଓ ପଞ୍ଜାବୀ ବାଗ ସମେତ ଏକାଧିକ ମେଟ୍ରୋ ଷ୍ଟେସନ୍ରେ ଉପସ୍ଥିତ ଥିବା ନିଷିଦ୍ଧ ‘ଶିଖ୍ସ୍ ଫର୍ ଜଷ୍ଟିସ୍’ର (ଏସ୍ଏଫ୍ଜେ) କର୍ମୀମାନେ ଖଲିସ୍ତାନକୁ ସମର୍ଥନ କରି ଏହି ସ୍ଲୋଗାନ୍ ସବୁ ଲେଖିଛନ୍ତି।
ଏହାଛଡ଼ା, ଭାରତ ବିରୋଧୀ ସ୍ଲୋଗାନ୍ ଲେଖାଯାଇ ନାଙ୍ଗୋଲିରେ ଥିବା ଏକ ସରକାରୀ ସର୍ବୋଦୟ ବାଳ ବିଦ୍ୟାଳୟର ପାଚେରିକୁ ମଧ୍ୟ ବିରୂପ କରାଯାଇଛି।
ଏହି ଘଟଣାର ଅନୁସନ୍ଧାନ ନିମନ୍ତେ ଦିଲ୍ଲୀ ପୁଲିସର ‘ସ୍ପେସାଲ୍ ସେଲ୍’ ସମ୍ପ୍ରତି ବିଭିନ୍ନ ସ୍ଥାନରେ ସଜାଗ ହୋଇଛି। ମେଟ୍ରୋ ‘ଡିସିପି’ କହିଛନ୍ତି ଯେ, ପାଚେରିରେ ଲିଖିତ ସ୍ଲୋଗାନ୍ଗୁଡ଼ିକୁ ଲିଭାଇ ଦିଆଯାଇଛି।
ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ‘ସିସିଟିଭି ଫୁଟେଜ୍’ ଯାଞ୍ଚ ଚାଲିଛି।