ପୁରୀରେ କେଉଁଠି ଅଛି ସୁଦର୍ଶନ ଚକ୍ର ଜାଣନ୍ତୁ, କଣ କଲ୍କି ଜନ୍ମ ନେଇ ସାରିଲେଣି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ, ସୁଦର୍ଶନ ଚକ୍ର ଭଗବାନ କୃଷ୍ଣଙ୍କ ଅସ୍ତ୍ର ଅଟେ । ସେହି ସୁଦର୍ଶନ ଚକ୍ରକୁ କେବଳ ଭଗବାନ ବିଷ୍ଣୁ ହିଁ ଚଲାଇ ପାରିବେ । ତେବେ ବିଷ୍ଣୁଙ୍କ ଅନ୍ତ ପରେ ସେହି ସୁଦର୍ଶନ ଚକ୍ର ଏବେ କେଉଁଠାରେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଅଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହାର ଉତ୍ତର ଦେବାକୁ ଯାଉଛି । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁଠାରେ ରହିଛି ସୁଦର୍ଶନ ଚକ୍ର ଏବଂ କଳିଯୁଗକୁ ପାପ ମୁକ୍ତ କରିବା ପାଇଁ ଭଗବାନ କଲ୍କି ଅବତାର ଧାରଣ କଲେଣି କି ନାହିଁ ।
ଶ୍ରୀକୃଷ୍ଣ ତଥା ଭଗବାନ ବିଷ୍ଣୁଙ୍କ ଛଡା ସୁଦର୍ଶନ ଚକ୍ର ଆଉ କେହି ଚଳାଇବା ତ ଦୂରର କଥା ଏହାକୁ କେହି ମଧ୍ୟ ଉଠାଇ ପାରିବେ ନାହିଁ । କୁହାଯାଏ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ସମୟରେ ସୁଦର୍ଶନ ଚକ୍ର ତାଙ୍କ ହାତରୁ ଖସି ଭୂମିର ଛାତି ଚିରି ଧରିତ୍ରୀ ଭିତରେ ପଶିଥିଲା । କଳିଯୁଗର ଅନ୍ତ ସମୟରେ ଭଗବାନ କଲ୍କି ଅବତାର ନେବା ପରେ ସେ ହିଁ ଏହି ସୁଦର୍ଶନ ଚକ୍ରକୁ ନିଜ ଆଙ୍ଗୁଠିରେ ଉଠାଇ ପାପର ସଂହାର କରିବାକୁ ଲାଗିବେ ।
ଏହି ସମସ୍ତ କଥାର ଉଲ୍ଲେଖ ଶିବ ପୁରାଣରେ କରାଯାଇଛି । କାରଣ ଶିବଙ୍କୁ ପ୍ରସନ୍ନ କରି ହିଁ ଭଗବାନ ବିଷ୍ଣୁ ଏହି ଅମୋଘ ସୁଦର୍ଶନ ଚକ୍ରକୁ ହାସଲ କରିଥିଲେ । ସୂଚନା ଅନୁଯାୟୀ କାଳ କାଳ ହେବ ଖୋଜା ଯାଉଥିବା ସୁଦର୍ଶନ ଚକ୍ର ଏବେ ଓଡିଶାରେ ଠାବ କରାଯାଇଛି । ଧରିତ୍ରୀ ଗର୍ଭରୁ ଫୁଟି ବାହାରିଛି ସେହି ସୁଦର୍ଶନ ଚକ୍ର । ଅନେକ ବେଦ ପୁରାଣରେ ଉଲ୍ଲେଖ ରହିଛି କି କଳିଯୁଗ ଶେଷ ସମୟରେ ପାପୀଙ୍କ ସଂଖ୍ୟା ବଢିବାକୁ ଲାଗିବ ।
ଧରିତ୍ରୀ ଅସହ୍ୟ ପାପକୁ ନିଜ ବୁକୁରେ ଆଉସହ୍ୟ କରିପାରିବ ନାହିଁ । ଯାହାଫଳରେ ସୃଷ୍ଟି ବିନାଶର ଅନେକ ତାଣ୍ଡବ ରଚିବ ପୃଥିବୀ । ସେହି ସମୟରେ ଭଗବାନ କଲ୍କି ଅବତାର ନେଇ ହନୁମାନ ସହ ଆସିବେ ପୃଥିବୀ ପୃଷ୍ଠକୁ । ହନୁମାନ ମଣିଷ ରୂପ ଧାରଣ କରି କଲ୍କିଙ୍କୁ ସୁଦର୍ଶନ ଚକ୍ର ଚଳାଇବା ପାଇଁ ପ୍ରଶିକ୍ଷଣ ଦେବେ ।
ସେହି କଲ୍କି ଅବତାର ହିଁ ସୁଦର୍ଶନ ଚକ୍ର ସାହାର୍ଯ୍ୟରେ ପାପୀଙ୍କ ବିନାଶ କରିବାକୁ ଲାଗିବେ । ସେହି ବିନାଶ ସମୟରେ ଘୁରି ବୁଲିବ ଏହି ସୁଦର୍ଶନ ଚକ୍ର । ସେହି ସମୟରେ ପୃଥିବୀ ଗର୍ଭରେ ଲୁଚି ରହିଥିବା ସୁଦର୍ଶନ ଚକ୍ର ବାହାରି ଆସିବ କଲ୍କିଙ୍କ ଆଙ୍ଗୁଠିକୁ । ରୁକବେଦରେ ଏହି ଚକ୍ରକୁ ସମୟ ଚକ୍ର ବୋଲି ମଧ୍ୟ କୁହାଯାଇଛି ।
ସମୟକୁ ଅଟକାଇବା କାମ କେବେଳ ସୁଦର୍ଶନ ହିଁ କରିବା ପାଇଁ ସମର୍ଥ । ଏହା ଏକ ଭୌତିକ ଅସ୍ତ୍ର ନୁହେଁ । ତେଣୁ ଏହା କେବଳ ବିଷ୍ଣୁଙ୍କ ଅବତାର ସମୟରେ ହିଁ ସାମ୍ନାକୁ ଆସେ ଏବଂ ପରେ ଉଭାନ ହୋଇଯାଏ । ଏବେ କିନ୍ତୁ ପାତାଳ ଗର୍ଭରୁ ଫୁଟି ପୂଜା ପାଉଛି ସୁଦର୍ଶନ ଚକ୍ର ଓଡିଶା ମାଟିରେ । ତେବେ ଏହାର ସମ୍ପୂର୍ଣ ରହସ୍ୟ ଜାଣିବା ସମୟ ଆସିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।