ଓଡିଶା

ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ସମାଜ, ଦଳିତ ଓ ସଂରକ୍ଷଣ ବିରୋଧର ପ୍ରତିବାଦ

ଭୁବନେଶ୍ୱର, ୦୮.୦୯.୨୦୨୨ : ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମୀଠାରେ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସେଠୀଙ୍କର ଦେଶ, ଧର୍ମ-ଜାତି, ମହିଳା-ଶିଶୁ, ଦଳିତ-ଆଦିବାସୀ, ସମ୍ବିଧାନ ଓ ସର୍ବୋପରି ସଂରକ୍ଷଣ ବିରୋଧୀ ବିବୃି ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି । ସେ ମହାଶୟ ଦଙ୍ଗା କରିବେ ଓ ମାଡ଼ ମାରିବେ ବୋଲି କହୁଛନ୍ତି । ତଲାକ ପାଇଥିବା ମହିଳାମାନଙ୍କୁ ରେଲ ଲାଇନ୍‌ର ବେଶ୍ୟା ବୋଲି କହୁଛନ୍ତି । ଅନୁସୂଚିତ ଜାତି ଓ ଜାତିର ପିଲାମାନଙ୍କୁ ହରିଜନ ବା ଜାରଜ କହି ଅପମାନିତ କରୁଛନ୍ତି ଏବଂ ତାଙ୍କ ଅମଳର ଉଡ଼ାଜାହାଜ ପଛରେ ଗୋଡ଼ାଇବା କଥା କହି ନିନ୍ଦିତ କରୁଛନ୍ତି । ଭାଗେ ଗୋବର୍ଦ୍ଧନ କେବେଠାରୁ ପରଲୋକ ପ୍ରାପ୍ତି ହେଲେଣି । ସେ ଏବଂ ତାଙ୍କ ପରିବାର ମନୁବାଦର ଶିକାର ହୋଇ ବହୁ କ୍ଷତି ସହିଛନ୍ତି । ସେ ଆଦିବାସୀମାନଙ୍କର ଗର୍ବ ଓ ଗୌରବ ଥିଲେ । ସେ ସମୟରେ ଆଇ.ଏ.ଏସ୍‌. ଟପ୍ପର ହୋଇଥିଲେ । ତାଙ୍କୁ ତାତ୍ସଲ୍ୟ କରି କହିବା ଦ୍ୱାରା ସେ ଆଦିବାସୀ ସମାଜକୁ ଅପମାନିତ କରୁଛନ୍ତି । ବିଷ୍ଣୁବାବୁ ମହାଶୟ ୮ ଥର ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିଛନ୍ତି ଓ ଦୁଇ ଥର ମଧ୍ୟ ନିର୍ବାଚିତ ହୋଇଛନ୍ତି । ଦଳକୁ ତେଲ ମାରି ଆଗକୁ ଉଠିବା ପାଇଁ ଚାହୁଁଛନ୍ତି । ସେ ସଂରକ୍ଷଣକୁ ଦୃଢ଼ ବିରୋଧ କରୁଛନ୍ତି ଏବଂ ଅସ୍ପୃଶ୍ୟତାକୁ ସମର୍ଥନ କରୁଛନ୍ତି । ସଂରକ୍ଷଣ ଉଠାଇବା ଲାଗି ଦାବି କରୁଛନ୍ତି । ଏବେ ସାଧାରଣ ବର୍ଗ ପାଇଁ ସଂରକ୍ଷଣ ହୋଇଯିବାରୁ କହୁଛନ୍ତି, ଅର୍ଥନୈତିକ ଆଧାରରେ ହେଉ । ସାଧାରଣ ବର୍ଗର ଆର୍ଥିକ ସୀମା ୮ ଲକ୍ଷ ଥିଲାବେଳେ ଦଳିତ ଆଦିବାସୀଙ୍କ ପାଇଁ କାହିଁକି ୪ ଲକ୍ଷ ରଖାଯାଇଛି, ସେ କଥା କହୁନାହାନ୍ତି । ସେ କହୁଛନ୍ତି, ମୋର ସଂରକ୍ଷଣ ଦରକାର ନାହିଁ । ମୁଁ ସଂରକ୍ଷଣ ନେଇନି । ମୋ ପିଲାମାନେ ମଧ୍ୟ ନେବେନାହିଁ । କିନ୍ତୁ ସାମ୍ବାଦିକମାନେ ନେଇଥିବାର ପ୍ରଶ୍ନ ପଚାରିବାରୁ କହୁଛନ୍ତି, ମିଳୁଛି ବୋଲି ମୁଁ ନେଉଛି । ତାଙ୍କର ନିଜ କଥା ଅନୁସାରେ ସେ ପ୍ରଥମେ ଧାମନଗର ଆସନରୁ ଇସ୍ତଫା ଦିଅନ୍ତୁ ଏବଂ ସାଧାରଣ ବର୍ଗ ଆସନରୁ ନିର୍ବାଚନ ଜିତିକି ଆସନ୍ତୁ । ନଚେତ୍ ତାଙ୍କ ବିରୋଧରେ ଦୃଢ଼ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ନିକଟରେ ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାନା ଗାଁରେ ଥିବା ଏକ ଘରୋଇ ବିଦ୍ୟାଳୟରେ ପାନୀୟ ଜଳ ରଖାଯାଇଥିବା ପାତ୍ରକୁ ଛୁଇଁବାରୁ ୯ ବର୍ଷର ଦଳିତ ଛାତ୍ର ଇନ୍ଦ୍ର ମେଘୱାଲଙ୍କୁ ଶିକ୍ଷକ ପିଟିପିଟି ମାରିଦେଲେ । ତାଙ୍କ ପିତା ଆର୍ଥିକ ସ୍ୱଚ୍ଛଳ ଥିବାରୁ ଘରୋଇ ସ୍କୁଲରେ ପାଠ ପଢ଼ାଉଥିଲେ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା କରି ମଧ୍ୟ ବାଇ ପାରିଲେ ନାହିଁ । ଏହି ଘଟଣାର ଆମେ ଦୃଢ଼ ନିନ୍ଦା କରିବା ସହିତ ଦୋଷୀ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଓ ପରିବାର ପ୍ରତି ଉପଯୁକ୍ତ କ୍ଷତିପୂରଣ ଦେବାର ଦାବି ଉପସ୍ଥାପନ କରୁଅଛୁ । ଶ୍ରୀଯୁକ୍ତ ବିଷ୍ଣୁ ସେଠୀ ମନେ ରଖିବା ଦରକାର, ଏସ୍‌.ସି. ସଂରକ୍ଷଣ ଅସ୍ପୃଶ୍ୟତା ନିମି ଏବଂ ଏସ୍‌.ଟି. ସଂରକ୍ଷଣ ସାମାଜିକ ଅନଗ୍ରସରତା ନିମି ସମ୍ବିଧାନରେ ବ୍ୟବସ୍ଥା କରାଯାଇଅଛି । ଏହାକୁ ବିରୋଧ କରିବା ସମ୍ବିଧାନ ବିରୋଧୀ କାର୍ଯ୍ୟ ଅଟେ । ସେ ମହାଶୟ ଏଜେ ପରି କାମ କରି ବହୁ ସବର୍ଣ୍ଣ ଜାତିଙ୍କୁ ଏସ୍‌.ସି., ଏସ୍‌.ଟି. ତାଲିକାରେ ପୂରାଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି । ତେଣୁ ଶ୍ରୀ ସେଠୀଙ୍କୁ ଅନୁରୋଧ କରାଯାଇଛି, ସେ ଏହିପରି ବିବୃିରୁ ନିବୃ ରୁହନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ସର୍ବଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ, ସୁନାକର ବେହେରା, ରବି ସେଠୀ, ଲକ୍ଷ୍ମୀଧର ବେହେରା, ଲଡ଼ୁକିଶୋର ଦାସ, କଳ୍ପତରୁ ମଲ୍ଲିକ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ଭାଗ ନେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଓ ଅନ୍ୟାନ୍ୟ ବହୁ ସଂଗଠନର କର୍ମର୍କା ଯୋଗ ଦେଇଥିଲେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button