ଜୀବନଶୈଳୀ

ଯଦି ଆପଣଙ୍କ ଘରେ ବି ଅଛି ତୁଲସୀ ଗଛ ତେବେ ଜାଣନ୍ତୁ ତୁଲସୀ ପୂଜାର ସଠିକ ନିୟମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ । ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନକରାତ୍ମକ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ ।

ଜ୍ୟୋତିଷ ଶାସ୍ତ୍ର ରେ ତୁଳସୀ ବୃକ୍ଷ କୁ ନେଇ କିଛି ବିଶେଷ ନିୟମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ନିୟମ ଗୁଡ଼ିକ ମାନିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ପ୍ରାତଃ କାଳ ରୁ ଉଠି ସ୍ନାନ କରିବା ଉଚିତ । ସ୍ନାନ କରିବା ପରେ ଆପଣ ଏକ ଶୁଦ୍ଧ କଳସୀ ରେ ଜଳ ପୂର୍ଣ୍ଣ କରନ୍ତୁ । ଏହା ସହିତ ଆପଣ ଘିଅ ଦୀପ ଓ କପୁର ମଧ୍ୟ ସାଙ୍ଗ ରେ ନିଅନ୍ତୁ । ତୁଳସୀ ବୃଷ ରେ ଆପଣ ୩ ଥର ଜଳ ଅର୍ପଣ କରନ୍ତୁ ଏବଂ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣ ତୁଳସୀ ଗଛ ସାମ୍ନା ରେ ଯାହା ବି ମନୋକାମନା ରଖିବେ ତାହା ଅବଶ୍ୟ ପୂର୍ଣ୍ଣ ହେବ । କାରଣ ତୁଳସୀ ବୃକ୍ଷ ରେ ସ୍ଵୟଂ ଶ୍ରୀହରି ବିଷ୍ଣୁ ଙ୍କ ବାସ ରହିଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

୨. କେବେବି ତୁଳସୀ ବୃକ୍ଷ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ । ମନ୍ଦିର ରେ ଯେପରି ଜୋତା ଏବଂ ଚପଲ ପିନ୍ଧିଲେ ପ୍ରବେଶ କରିବା ନିଷେଧ ହୋଇଥାଏ ସେହିପରି ତୁଳସୀ ବୃକ୍ଷ ପାଖରେ ମଧ୍ୟ ଜୋତା ଏବଂ ଚପଲ ରଖିବା ଅନୁଚିତ ହୋଇଥାଏ । କାରଣ ତୁଳସୀ ବୃକ୍ଷ କୁ ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମାନି ନିଆଯାଇଥାଏ । ତେଣୁ ଭୁଲ ରେ ବି ମଧ୍ୟ ତୁଳସୀ ବୃକ୍ଷ ପାଖରେ ଜୋତା ଏବଂ ଚପଲ ରଖନ୍ତୁ ନାହିଁ ।

୩. କେବେବି ରାତ୍ରି ସମୟରେ ତୁଳସୀ ବୃକ୍ଷ ପାଖରେ ଜଳ ରଖନ୍ତୁ ନାହିଁ । ଏହା ସହିତ କେବେବି ରାତିରେ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସର୍ବଦା ସକାଳେ ସ୍ନାନ କରିବା ପରେ ହିଁ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ବୃକ୍ଷ ପାଖରେ କେବେବି କୌଣସି ଖାଲି ଜଳ ର ପାତ୍ର ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଏବଂ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ତେଣୁ କେବେବି ଏପରି ଭୁଲ କରନ୍ତୁ ନାହିଁ ।

୪. ତୁଳସୀ ବୃକ୍ଷ ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି କରିଥାଏ ଏବଂ ଘରେ ଶାନ୍ତି ବଜାୟ ରଖିଥାଏ । ତେଣୁ ସର୍ବଦା ତୁଳସୀ ବୃକ୍ଷ ଥିବା ସ୍ଥାନକୁ ସଫା ସୁତୁରା ରଖନ୍ତୁ ଏବଂ କେବେବି ସେହି ସ୍ଥାନ ଅପରିଷ୍କାର ରଖନ୍ତୁ ନାହିଁ । ତୁଳସୀ ବୃକ୍ଷ ରହୁଥିବା ସ୍ଥାନ ଅପରିଷ୍କାର ହେଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button