ବିଚାର

ବର୍ତମାନ ର ବଡ ଖବର – ପୁଣି ଏକ ଧମାକା! ଜାମ୍ମୁ କାଶ୍ମୀର ରେ ବସ ଭିତରେ ବିସ୍ପୋରଣ – ସେନା ସବୁଆଡୁ ଘେରିଗଲେ ବସ କୁ ଆଉ ତା ପରେ

୧୬ ଫେବୃୟାରୀ ରେ ଏକ ବଡ ଧାରଣା ର ବିସ୍ପୋରଣ ହେଇଥିଲା ,ଯେଉଁଥିରେ ୪୪ ଜଣା ଭାରତୀୟ ଯବାନ ସହିଦ ହେଇଥିଲେ । ସେହିଭଳି ବର୍ତମାନ ର ଏକ ବଡ ଖବର ସାମ୍ନା କୁ ଆସିଛି । ଜାମ୍ମୁ ର ଏକ ବଡ ଧରଣର ବସ ରେ ବିସ୍ପୋରଣ ହୋଇଛି । ଏଥିରେ ଆନେକ ଲୋକ ଆହତ ହେଇଛନ୍ତି ।

ତେବେ ଘଟଣା ଟି ଏକ ବସଷ୍ଟାଣ୍ଡ ରେ ଘଟିଛି ବୋଲି ଜଣା ପଡିଛି । ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିସ୍ଫୋରଣ ଘଟିବା ସମୟରେ ବସ୍‌ଟି ବସ୍‌ଷ୍ଟାଣ୍ଡରେ ରହିଥିଲା। ବସ୍‌ରେ କିଛି ଯାତ୍ରୀ ମଧ୍ୟ ବସିଥିଲେ।

ବିସ୍ଫୋରଣ ସ୍ଥଳରେ ରାଜ୍ୟ ପୁଲିସ ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ଏହା ଗୋଟାଏ ଗ୍ରେନେଡ୍‌ ଆକ୍ରମଣ ବୋଲି ଜମ୍ମୁର ପୁଲିସ କହିଛନ୍ତି । ଗୁରୁବାର ସକାଳେ ବସ୍‌ଷ୍ଟାଣ୍ଡରେ ଥିବା ଏକ ବସ୍‌ ତଳେ ଏହି ବିସ୍ଫୋରଣ ଘଟିଛି ।  ବିସ୍ଫୋରଣରେ ଚାଇନିଜ ଗ୍ରେନେଡ ବ୍ୟବହାର କରାଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖରେ ଥିବା କେତେକ ଗାଡ଼ିମୋଟର ନଷ୍ଟ ହୋଇଯାଇଛି । ପୁଲିସ, ସୁରକ୍ଷା କର୍ମୀ, ଡଗ୍‌ ସ୍କ୍ବାଡ୍‌, ବୋମା ଅନୁସନ୍ଧାନକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । ପୁଲିସ, ସୁରକ୍ଷା କର୍ମୀ, ଡଗ୍‌ ସ୍କ୍ବାଡ୍‌, ବୋମା ଅନୁସନ୍ଧାନକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ପୁଲିସ ସିଲ୍‌ କରିଦେଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button