ଜୀବନଶୈଳୀ

ନିଜ ଝିଅ ବାହାଘର ଧୁମଧାମରେ କରିବା ବଦଳରେ ୯୦ ଗରିବ ଲୋକଙ୍କୁ ଘର ଦାନ କଲେ ଏହି ବ୍ୟବସାୟୀ – ପଢନ୍ତୁ ପୁରା ଘଟଣା

ସଂସାରରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଝିଅ ବାହାଘର ବହୁତ ଧୁମଧାମରେ କରନ୍ତି, ବହୁତ ଟଙ୍କା ଏମିତି ବରବାଦ କରି ଦିଅନ୍ତି ଭୋଜି ଭାତ ଖାଇବାକୁ ଦେଇ । ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତି ବିଷୟରେ କହିବୁ ଯିଏ ଝିଅ ବାହାଘରରେ ଅଯଥା ଟଙ୍କା ନଷ୍ଟ ନ କରି କିଛି ଲୋକଙ୍କୁ ସେହି ଟଙ୍କାରେ ଘର ଦାନ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣାଟି କଣ ।

ମହାରାଷ୍ଟ୍ରର ଜଣେ ବ୍ୟବସାୟୀ ମନୋଜ ମୁନୋଟ ଔରଙ୍ଗାବାଦ କିଛିଦିନ ପୂର୍ବେ ଏକ ବଡ ନିସ୍ପତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଅନ୍ୟମାନଙ୍କ ପାଇଁ ଏକ ବଡ ଉଦାହରଣ ବନେଇଦେଇଛି । ଏହି ନିର୍ମାଣ ବ୍ୟବସାୟୀ ଜଣକ କୁହନ୍ତି ସେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ପ୍ରେରିତ ହେଇଥିଲେ । ବିଧାୟକ ଜଣକ ତାଙ୍କୁ ଏପରି ଏକ ମାନବୀୟ ବିଚାର ଦେଇଥିଲେ ।

ଆଗରୁ ମନୋଜ ନିଜ ଝିଅ ବାହାଘରରେ ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଅଟକଳ କରିଥିଲେ। କିନ୍ତୁ ପରେ ଏହି ଅର୍ଥକୁ ସେ ଏକ ମହତ୍ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନେଲେ। ନିଜ ଝିଅର ବାହାଘର ଧୁମଧାମରେ ଆୟୋଜନ ନକରି ତା’ବଦଳରେ ସେ ସହରର ବାସହୀନ ଗରୀବଙ୍କୁ ୯୦ଟି ଘର ଉପହାର ସ୍ୱରୂପରେ ଦେଇଛନ୍ତି ।

ମନୋଜ ଦେଇଥିବା ଘରମାନଙ୍କରେ ପ୍ରାୟ ୪୦ଟି ପରିବାର ରହିବା ଆରମ୍ଭ କଲେଣି ଏବଂ ଅନ୍ୟମାନେ ଧୀରେ ଧୀରେ ଆସିବାରେ ଲାଗିଛନ୍ତି। ମନୋଜଙ୍କର ଏହି ପଦକ୍ଷେପ ପାଇଁ ସବୁଦିଗରୁ ପ୍ରଶଂସାର ସୁଅ ଛୁଟିଛି। ତାଙ୍କର ଝିଅ ଶ୍ରେୟା ପିତାଙ୍କର ଏହି ନିଷ୍ପତ୍ତିରେ ବହୁତ ଖୁସି ଓ ଏହାକୁ ନିଜ ବିବାହର ସବୁଠାରୁ ବଡ଼ ଉପହାର ବୋଲି ଭାବନ୍ତି ।

ମୁଁ କେତୋଟି ଘରେ ଘରୁଆ କାମ କରେ। ଏବେ ମୋତେ ଆଉ ପାଣି ଓ ବିଜୁଳି ବିଲ୍ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ମାସକୁ ମାସ ଘରଭଡ଼ାର ବୋଝ ମଧ୍ୟ ମୋ ମୁଣ୍ଡରୁ ଚାଲିଗଲା,
-ସାବ ଅଲି ଶେଖ ନାମରେ ଜଣେ ହିତାଧିକାରୀ କୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button