ଓଡିଶା

କୋଣାର୍କ ଏନଏସିରେ ବର୍ଷାଜଳ ଅମଳ ପ୍ରକଳ୍ପ ବାଟବଣା ଭିଜିଲାନ୍ସ ତଦନ୍ତ ଦାବି

କୋଣାର୍କ ,୦୮.୦୯- କୋଣାର୍କ ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା) ଯୋଜନାରେ ନିର୍ମିତ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ଏହାର ପ୍ରକୃତ ଉଦେଶ୍ୟ ଏବେ ବାଟବଣା ହୋଇଥିବା ଚର୍ଚ୍ଚା ହେଉଛି । ଏନେଇ ଜନ ସାଧାରଣ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅନ୍ତର୍ଗତ ୧୩ଗୋଟି ୱାର୍ଡର ବସ୍ତି ଉନ୍ନୟନ କମିଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା) ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବର୍ଷାଜଳ ସଂରକ୍ଷଣ ଓ ଅମଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇଛି । ମାତ୍ର ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା ତାହା ଅଦ୍ୟାବଧି ଫଳପ୍ରଦ ହୋଇପାରିନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କୋଣାର୍କ ଏନଏସି ପକ୍ଷରୁ ୧୩ଗୋଟି ୱାର୍ଡର ବସ୍ତି ଉନ୍ନୟନ କମିଟି ମାଧ୍ୟମରେ ନାମକୁମାତ୍ର କାର୍ଯ୍ୟ କରାଯାଇ ମିଥ୍‌ଯା ବିଲ କରାଯାଇ ବ୍‌ଯାପକ ଅର୍ଥ ହରିଲୁଟ କରାଯାଇଥିବା ଅଂଚଳବାସୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଣାର୍କ ଏନଏସି ପକ୍ଷରୁ ନଗର ଉନ୍ନୟନ ବିଭାଗ ସହାୟତାରେ ମୁକ୍ତା ଯୋଜନାରେ ୨୦୨୧-୨୨ ମସିହାରେ ନିର୍ମିତ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ତତ୍କାଳୀନ କୋଣାର୍କ ଏନଏସି କନିଷ୍ଠ ଯନ୍ତ୍ରୀ ଓ ଏଥିରେ ସଂଶ୍ଲିଷ୍ଟ ମୁକ୍ତା ଯୋଜନା ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ, ବିଭାଗୀୟ ସଚିବ, ପୁରୀ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏନେଇ କୋଣାର୍କ ଏନଏସି ଅଧକ୍ଷା ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚରିବାରେ ସେମାନେ ଆମ ପ୍ରତିନିଧିଙ୍କୁ ସଠିକ୍ ତଥ୍ୟ ଦେଇ ପାରି ନଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button