ବିଚାର

ମୃତ୍ୟୁ ସମୟରେ ମହାଜ୍ଞାନୀ ରାବଣ କହିଥିଲେ ଏହି ତିନୋଟି କଥା – ଜାଣିଲେ ଜୀବନରେ ବଡ ପରିବର୍ତ୍ତନ ଆସିବ

ରାବଣ ଥିଲେ ମହାନ ବିଦ୍ୱାନ ତଥା ପଣ୍ଡିତ, କିନ୍ତୁ ନିଜର ଅପ କର୍ମ ଯଥା ସୀତା ମାତା ଙ୍କୁ ହରଣ କରି ରାମ ଙ୍କ ଦ୍ୱାରା ମୃତ୍ୟୁ ହେଇ ଥିଲା I ରାବଣ ମୃତ୍ୟୁ ସମୟ ରେ ସେଠାରେ ଉପସ୍ଥିତ ଥିବା ଲକ୍ଷ୍ମଣ ଙ୍କୁ ତିନୋଟି ଉପଦେଶ ତଥା ନୀତିବାଣୀ କହିଥିଲା, ଯାହାକି ଆଜିର ସମାଜ ରେ ଭଲ ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ଏହି ସବୁ ନୀତିବାଣୀ କୁ ଯଦି କାମରେ ଲଗା ଯାଇ ପାରିବ ତେବେ ଆପଣ ଜୀବନ ରେ ଅନେକ ଉନ୍ନତି କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେ ମହତ କଥା ସବୁ କଣ ଥିଲା ଯାହାକୁ ଜାଣିଲେ ଜୀବନରେ ବଡ ପରିବର୍ତ୍ତନ ଆସିବ।

1- ନିଜର ଗୁପ୍ତ ରହସ୍ୟ କାହାକୁ ବି ଜଣାନ୍ତୁ ନାହିଁ –

କାହିଁକିନା ଏହା ଦ୍ୱାରା ଆପଣଙ୍କର ବହୁ ଅସୁବିଧା ହେଇ ଥାଏ I ରାବଣ ର ମୃତ୍ୟୁ ରହସ୍ୟ କେବଳ ନିଜ ଭାଇ ବିଭୀଷଣ ଜାଣି ଥିଲା ଏବଂ ଏହି ରହସ୍ୟ ରାମ ଙ୍କୁ ଜଣାଇ ଥିଲା ବିଭୀଷଣ , ଯାହା ଫଳରେ ରାବଣ ର ମୃତ୍ୟୁ ହେଇ ଥିଲା ।

2- ଶୁଭ କାର୍ଯ୍ୟ କୁ ଯଥା ଶୀଘ୍ର ପୂରଣ କର-

ଅର୍ଥାତ ପ୍ରଭୁ ରାମ ଚନ୍ଦ୍ର ଙ୍କ ଅବତାର କୁ ରାବଣ ଚିନ୍ହି ପାରି ନଥିଲା , ଯେଉଁଥି ପାଇଁ ତାଙ୍କ ଶରଣ କୁ ଆସିବାକୁ ବହୁ ଡେରି ହେଇ ଗଲା I ଯାହାର ପରିଣାମ ଥିଲା ରାବଣ ର ବଂଶ ନିପାତ ସହିତ ଲଙ୍କାପୁରି ର ଧ୍ବଂସ I

3- ନିଜ ଶତ୍ରୁକୁ କେବେ ଭି ଦୁର୍ବଳ ଭାବିବନି –

ବ୍ରହ୍ମା ଙ୍କ ଅମର ବର ପ୍ରାପ୍ତ ସମୟ ରେ ମହାନ ଯୋଦ୍ଧା ରାବଣ ମାଗି ଥିଲା ଯେ କେବଳ ମଣିଷ ଏବଂ ବାନର ଛଡା ଅନ୍ୟ କେହି ବି ତାକୁ ମାରି ପାରିବେ ନାହିଁ I ଫଳ ସ୍ୱରୂପ ମନୁଷ୍ୟ ରୁପି ରାମଚନ୍ଦ୍ର ଙ୍କୁ ରାବଣ ଦୁର୍ବଳ ଭାବି ହେୟ ଜ୍ଞାନ କରି ଥିଲା ଯାହାର ପରିଣାମ ତାକୁ ସେହି ମନୁଷ୍ୟ ରୁପି ରାମ ଙ୍କ ହାତରେ ମୃତ୍ୟୁ ଦଣ୍ଡ ମିଳି ଥିଲା I

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button