ଦେଶ ବିଦେଶ

୧୦ରେ ଦିଲ୍ଲୀ ପ୍ରଦୂଷଣ ଉପରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ପ୍ରଦୂଷଣ ଏବେ ସର୍ବୋଚ୍ଚ କୋର୍ଟରେ। ଦିଲ୍ଲୀ ପ୍ରଦୂଷଣ ମାମଲାରେ ଦାୟର ଯାଚିକାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସନମତି ପ୍ରକାଶ କରିଛନ୍ତି। ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ। ଏହି ଯାଚିକା ଓକିଲ ଶଶାଙ୍କ ଶେଖର ଝାଙ୍କ ଦ୍ବାରା ଦାୟର ହୋଇଥିଲା। ପରାଲି ଜାଳିବାକୁ ଯାଚିକାକର୍ତ୍ତା ଦାୟୀ କରି କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ଝା।

ଦିଲ୍ଲୀ ପ୍ରଦୂଷଣକୁ ନେଇ ଓକିଲ ଶଶାଙ୍କ ଶେଖର ଝାଙ୍କ ଦ୍ବାରା ଦାୟର ଯାଚିକା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବର୍ତ୍ତମାନ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ରେ ପହଞ୍ଚିଥିବା ଯାଚିକାରେ ଉଲ୍ଲେଖ କରାଯାଇଛି। ଏହା ଉପରେ ସିଜେଆଇ ୟୁ ୟୁ ଲଲିତ କହିଛନ୍ତି, ଆମକୁ ଲାଗୁଛି, ଏଥିରେ ହସ୍ତକ୍ଷେପର ଆବଶ୍ୟକତା ରହିଛି।

ଦିଲ୍ଲୀ ପ୍ରଦୂଷଣ ମାମଲାରେ କେନ୍ଦ୍ର, ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ୟୁପି ସରକାରକୁ ପକ୍ଷ କରାଯାଇଛି। ଯାଚିକାରେ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ପାଳନ କରାଯାଇ ନ ଥିବାକୁ ନେଇ ଉପରୋକ୍ତ ରାଜ୍ୟଗୁଡିକର ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିବାକୁ ଦାବି ହୋଇଥିଲା। ଏଥିସହ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମଧ୍ୟ ଦାବି ହୋଇଛି। ଯାଚିକାରେ ସ୍କୁଲ ଓ ଅଫିସକୁ ଭର୍ଚ୍ୟୁଆଲ କରିବାକୁ ଦାବି ହୋଇଛି।  ସେହପରି ସ୍ମଗ ଟାୱାର ଓ ଦିଲ୍ଲୀ ପ୍ରଦୂଷଣ ଶେଷ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button