କ୍ରାଇମ

ବ୍ରାଉନସୁଗର ଜବତ, ୨ ଗିରଫ

କଟକ, ୮/୯ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ ଆଜି ଅପରାହ୍ନରେ ବାଲେଶ୍ୱରରୁ ନିଆଳିକୁ ଚାଲାଣ କରାଯାଉଥିବା ୩୨ ଲକ୍ଷ ଟଙ୍କା ମୂଲ୍ୟର ୩୦୭ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କଟକ ସଦର ଥାନା ଅନ୍ତର୍ଗତ ସିଠାଳୋ ଅଂଚଳର ପ୍ରଦୀପ ଭୋଇ(୩୮) ଓ ଆଲୋକ କୁମାର ଜେନା(୩୦) । ଏହି ଦୁଇ ଅଭିଯୁକ୍ତ ଏକ ହିରୋହୁଣ୍ଡା ମୋଟରସାଇକେଲରେ ବ୍ରାଉନସୁଗର ନେଇ ନିଆଳି ଅଭିମୁଖେ ଯାଉଥିବାର ଗୁପ୍ତ ଖବରକୁ ନେଇ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ସେମାନଙ୍କ ପିଛା କରିଥିଲେ । ତେବେ ଅଭିଯୁକ୍ତଦ୍ୱୟ ଫୁଲନଖରା ଛକରୁ ଖସିଯିବାକୁ ଉଦ୍ୟମ କରି କଟକ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପଛରୁ ଅନୁସରଣ କରି ଆସୁଥିବା ବିଭାଗୀୟ ଅଧିକାରୀମାନେ ସତୀଚଉରା ରିଙ୍ଗରୋଡର ହନୁମାନ ମନ୍ଦିର ନିକଟରେ କାବୁ କରିନେଇଥିଲେ । ତଲାସୀ ପରେ ସେମାନଙ୍କଠାରୁ ଏହି ପରିମାଣର ବ୍ରାଉନସୁଗର ଜବତ ହୋଇଥିଲା । ଏହି ଚଢଉରେ ଗ୍ରାମାଂଚଳ ଅବକାରୀ ଇନ୍ସପେକ୍ଟର ପ୍ରଭାସ କୁମାର ଚୈାଧୁରୀଙ୍କ ସହିତ ପ୍ରଶାନ୍ତ କୁମାର ମହାନ୍ତି, ଅଜିତ ପାତ୍ର, ନିରାକାର ଦେହୁରୀ ପ୍ରମୁଖ ସାମିଲ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button