ଦେଶ ବିଦେଶ

ପ୍ରଭୁ ଶ୍ରୀ ରାମଙ୍କ ଝଲକ୍ ଦେଖିବାକୁ ମିଳିଛି ବିଧାନସଭାରେ – Utkal Mail


ନିକଟରେ ରାମ ମନ୍ଦିର ପ୍ରତିଷ୍ଠାର ପ୍ରଭାବ ଏବେ ଯାଏଁ ଲୋକଙ୍କ ମନରୁ ଲିଭିନି । ସାରା ଦେଶରେ ଏବେ ବି ରାମ ନାମ ଚାଲିଥିବା ବେଳେ ଏବେ ଏହାର ଏକ ଛାପ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବିଧାନସଭାରେ । ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଗୋଟିଏ ପଟେ ସମାଜବାଦୀ ପାର୍ଟିର ଲୋକମାନେ ସରକାର ବିରୋଧରେ ହଟଗୋଳ୍ କରୁଥିବାବେଳେ ସେପଟେ ବିଜେପିର ବିଧାୟକମାନେ କାନ୍ଧରେ ରାମନାମୀ ଗାମୁଛା ପକାଇ ଜୟ ଶ୍ରୀ ରାମର ନାରା ଦେଇଥିଲେ ।

ଅନ୍ୟପଟେ ଅଧିବେଶନ ଆରମ୍ଭ ହେବା ମାତ୍ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଧନ୍ୟବାଦ ପ୍ରଦାନ କରିଥିଲେ । ବିଜେପିର ସମସ୍ତ ସଦସ୍ୟ ଜୟ ଶ୍ରୀ ରାମର ନାରା ଦେଇଥିଲେ, କେବଳ ସେତିକି ନୁହଁ ସମସ୍ତଙ୍କର ମୁରବି ରାଜ୍ୟପାଳ ମଧ୍ୟ ତାଙ୍କ ଭାଷଣ ଆରମ୍ଭରେ ଜୟ ଶ୍ରୀ ରାମ କହି ତାଙ୍କ ଅଭିଭାଷଣ ରଖିଥିଲେ । ବିଜେପି ବିଧାୟକଙ୍କ କହିବା କଥା ଆମେ ଜନତାଙ୍କ ପାଇଁ ପ୍ରତିନିଧିତ୍ଵ କରୁଛୁ ତେଣୁ ସେମାନଙ୍କ ଭାବନାରେ ପ୍ରଭୁ ଶ୍ରୀ ରାମ ଜଡିତ । ତେଣୁ ଆମେ ଏହି ଢଙ୍ଗରେ ନିଜକୁ ପ୍ରତିପାଦିତ କରୁଛୁ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button