ଦେଶ ବିଦେଶ

ପାକିସ୍ତାନ ର ବି ଇଜ୍ଜତ ଅଛି! ଯଦି ଟିମ ଇଣ୍ଡିଆ ପାକିସ୍ତାନ ଆସିବନି ତେବେ ପାକିସ୍ତାନ ବି ଭାରତ ଯିବନି… Asia Cupକୁ ନେଇ କିଛି ଏଭଳି କହିଲେ ପାକିସ୍ତାନ କ୍ରିକେଟର

ବନ୍ଧୁଗଣ କେଉଁଠି ଏସିଆ କପ ଖେଳାଯିବ, କେଉଁ ଜାଗାରେ ଟିମ ଇଣ୍ଡିଆ ମ୍ଯାଚ ଖେଳିବ ସେ ନେଇ ଏବେ ବି ପ୍ରଶ୍ନ ଚିହ୍ନ ଲାଗି ରହିଛି । ଏସିଆ କପ କୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଟିମ ଇଣ୍ଡିଆର ପାକିସ୍ତାନ କୁ ନ ଯିବାକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର କାମ୍ରାନ ଆକମଲ ।

ସେ କହିଛନ୍ତି ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଆସୁ ନାହି ତେବେ ପାକିସ୍ତାନ ବି ବିଶ୍ଵକପ ଖେଳିବାକୁ ଭାରତ ଯିବା ଠିକ ନୁହେଁ । ପାକିସ୍ତାନର ବି ଇଜ୍ଜତ ଅଛି । ତେଣୁ ପାକିସ୍ତାନ ବିଶ୍ଵକପ ଖେଳିବାକୁ ଯିବାନି ବୋଲି କହିଛନ୍ତି ପାକିସ୍ତାନର ୱିକେଟ କିପର କାମ୍ରାନ ଆକମଲ । କାମ୍ରାନଙ୍କ କହିବା କଥା ପାକିସ୍ତାନ ବି ଚାମ୍ପିୟାନ ଟିମ । ପାକିସ୍ତାନ ବିଗତ ଦିନ ମାନଙ୍କରେ ଚାମ୍ପିୟାନ ହେବା ସହ ଟ୍ରଫି ବି ଜିତିଛି ।

ଏମିତିକି ସବୁ ଫର୍ମାଟରେ ଶୀର୍ଷ ସ୍ଥାନ ବି ଅଧିକାର କରିଛି ପାକିସ୍ତାନ ଟିମ । ତେଣୁ ଏଭଳି ଟିମ ସହ ମ୍ଯାଚ ଖେଳିବାକୁ ଯଦି  ଭାରତ ପାକିସ୍ତାନ ଗସ୍ତରେ ଆସୁ ନାହି ତେବେ ପାକିସ୍ତାନ ବି ଦିନିକିଆ ବିଶ୍ଵକପ ଖେଳିବାକୁ ଭାରତ ଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ହେଲେ ପାକିସ୍ତାନ ଗସ୍ତରେ ଯାଇ ଏସିଆ କପ ଖେଳିବାକୁ ମନା କରି ଦେଇଥିଲା ଟିମ ଇଣ୍ଡିଆ ।

ବିଶିସିଆଇ ସମ୍ପାଦକ ଜୟ ସାହା ଏ ନେଇ ସ୍ପଷ୍ଟ ଭାବେ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ଓ ଆଲୋଚନା । ତେବେ ଭାରତ ପକ୍ଷ ରୁ ଏମିତି କଥା ଶୁଣିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ର ପୂର୍ବତନ ଅଧ୍ୟକ୍ଷ ଓ ବର୍ତ୍ତମାନର ଅଧ୍ୟକ୍ଷ ଭାରତକୁ ବି ଧମକ ଦେଇଥିଲେ । ଭାରତ ଯଦି ପାକିସ୍ତାନ ନ ଆସି ଏସିଆ କପ ଖେଳେ ତେବେ ପାକିସ୍ତାନ ମଧ୍ୟ 2023 ଦିନିକିଆ ବିଶ୍ଵକପ ଖେଳିବାକୁ ସେମାନେ ଧମକ ଦେଇଥିଲେ ।

ଯାହା ସେହି ସମୟରେ ବେସ ଚର୍ଚ୍ଚାକୁ ଆସିଥିଲା । ଏ ସବୁ ଭିତରେ ଏକ ନିରପେକ୍ଷ ଭେନ୍ୟୁ ରେ ଏସିଆ କପ ଖେଳା ଯିବାକୁ କଥା ଉଠିଲାଣି । ଭାରତ ସବୁ ମ୍ଯାଚ ୟୁଆଇ ରେ ଖେଳିବା ସହ ଅନ୍ୟ ସବୁ ଟିମ ପାକିସ୍ତାନରେ ଏସିଆ କପ ମ୍ଯାଚ ଖେଳି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏସିଆ କପ ରେ ଭାରତ ସହ ଶ୍ରୀଲଙ୍କା, ବାଙ୍ଗାଲାଦେଶ, ଆଫଗାନିସ୍ତାନ ଟିମ ମ୍ଯାଚ ଖେଳିବ । ତେବେ କେଉଁ ଟିମ ସହ ମ୍ଯାଚ ଖେଳାଯିବ ସେ ନେଇ ଏ ଯାଏଁ ସ୍ପଷ୍ଟ ସୂଚନା ମିଳିପାରି ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button