ମତ୍ସ୍ୟ ନିର୍ଦ୍ଦେଶାଳୟ ଅମଲା ସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନ
କଟକ, ୮/୯ ମତ୍ସ୍ୟ ନିର୍ଦ୍ଦେଶାଳୟ ଅମଲା ସଂଘର ସାଧାରଣ ଅଧିବେଶନ ଓ ୨୦୨୨-୨୪ ପାଇଁ କର୍ମର୍କା ନିର୍ବାଚନ ମଙ୍ଗଳାବାଗସ୍ଥିତ ମତ୍ସ୍ୟ ଓ ପଶୁପାଳନ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସତ୍ୟପ୍ରିୟ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଂପାଦକ ଦିଲ୍ଲିପ କୁମାର ମୁଦୁଲି ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ଏହି ଅବସରରେ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଶାନ୍ତିବର୍ଦ୍ଧନ ପରିରାୟ ଚୋଧୁରୀ, ବୋର୍ଡ ଅଫ୍ ରେଭିନ୍ୟୁର ଉପବିଭାଗ ଅଧିକାରୀ ଭାଗ୍ୟଧରେ ସାହୁ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସହ ଉପ ବିଭାଗ ଅଧିକାରୀ ବିଦେଶୀ ମହାକୁଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସଂପାଦନ କରାଯାଇଥିଲା । ଡଃ ଦିଲ୍ଲିପ କୁମାର ମୁଦୁଲିଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଅନିରୁଦ୍ଧ ପ୍ରଧାନ ଉପାଧ୍ୟକ୍ଷ, ମନୋଜ କୁମାର ମଲ୍ଲିକ, ସଂପାଦକ, ସୁଶ୍ରିତା ବିଶ୍ୱାଳ ସହ ସଂପାଦକ, ମମତା ବେହେରା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି ଭାବେ ମନୋନୀତ ହୋଇଥିଲେ । ସେହିପରି ପାରିଷଦ ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀଧର ପ୍ରଧାନ, ଦୀପକ ଦାସ, ବିକ୍ରମ ଦାସ, ବିକାଶ କୁମାର ନାୟକ ଓ ଉପମା ଦାଶ ମନୋନୀତ ହୋଇଥିଲେ । ସେହିଭଳି ପ୍ରଶାସନିକ ଅଧିକାରୀ ଶାନ୍ତିବର୍ଦ୍ଧନ ପରିରାୟ ଚୋଧୁରୀ, ସଂସ୍ଥା ଅଧିକାରୀ ଉମାକାନ୍ତ ବେହେରା ଓ ବିଭୁତି ଭୁଷଣ ମିଶ୍ରଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ନିର୍ଦ୍ଦେଶାଳୟର ସମସ୍ତ ସଂସ୍ଥା ଅଧିକାରୀ, ମୁଦ୍ରଣ, ଲିଖନ ଓ ପ୍ରଶାସନ ନିର୍ଦ୍ଦେଶାଳୟର ସଂସ୍ଥା ଅଧିକାରୀ ବି. ବଳରାମ ରାଓ, ଶିଳ୍ପ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ପରେଶ କୁମାର ଦାସ, ବାଣିଜ୍ୟକର ଆୟୁକ୍ତ ଉପବିଭାଗର ଅଧିକାରୀ ବିଶ୍ୱଜିତ ସାହୁ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଉପବିଭାଗ ଅଧିକାରୀ ଅମୀୟ ଶଙ୍କର ମହାନ୍ତ ଓ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ସହକାରୀ ଉପ ବିଭାଗ ଅଧିକାରୀ ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।