ବ୍ୟବସାୟ

କେନ୍ଦ୍ରକୁ ଚାଉଳ ଚିନ୍ତା: କମ୍ ଦାମ୍‌ ବାସମତି ରପ୍ତାନି ବନ୍ଦ – Utkal Mail


ନୂଆଦିଲ୍ଲୀ: ଚାଉଳ ଉପଲବ୍ଧତା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଦେଶବାସୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ପର୍ଯ୍ୟାୟକ୍ର‌ମେ ବିଭିନ୍ନ ପ୍ରକାର ଚାଉଳର ରପ୍ତାନି ଉପରେ କଟକଣା ଜାରି କରାଯାଉଛି। ପ୍ରଥମେ ଅଣ ବାସମତି ଧଳା ଚାଉଳ ରପ୍ତାନିକୁ ବନ୍ଦ କରାଯାଇଥିଲା। ଏହା ପରେ ଉଷୁନା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ କଟକଣା ଜାରି କରାଯାଇଥିଲା। ଆଜି କମ୍ ଦାମ୍‌ର ବାସମତି ଚାଉଳ ରପ୍ତାନିକୁ ବନ୍ଦ କରାଯାଇଛି। ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟର ରପ୍ତାନିକୁ ଅନୁମତି ନଦେବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା)କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଜାଣିବା ଲଗି ଆପେଡା ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ।

ଦରଦାମ୍‌ ଉପରେ ସରକାର କଡ଼ା ନଜର ରଖିଛନ୍ତି। ଚଳିତ ବର୍ଷ ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ରହିବା ଆଶଙ୍କା ଥିବାରୁ ଧାନ ଅମଳ ପ୍ରଭାବ ହେବ ବୋଲି କୁହାଯାଉଛି। ସେଥିପାଇଁ ସରକାର ଚାଉଳ ରପ୍ତାନିକୁ ନିରୁତ୍ସାହିତ କରୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଖୁଦ ଚାଉଳ ରପ୍ତାନିକୁ ବନ୍ଦ କରାଯାଇଥିଲା। ଗତ ମାସଠାରୁ ଅନ୍ୟ ପ୍ରକାରର ଚାଉଳ ରପ୍ତାନି ରୋକିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିର କଟକଣା ପରେ ଭାରତ ସରକାର ସବୁ ପ୍ରକାର ଚାଉଳକୁ ରପ୍ତାନି କଟକଣା‌ରେ ସାମିଲ କରିଛନ୍ତି। କେନ୍ଦ୍ର ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ଆରମ୍ଭ କରିବାର କିଛି ଦିନ ପରେ ଜଣାପଡ଼ିଥିଲା ଯେ କାରସାଦି କରି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଚାଉଳକୁ ରପ୍ତାନି କରାଯାଉଛି। ଉଷୁନା ଓ ବାସମତି ଚାଉଳ ରପ୍ତାନିରେ ବଡ଼ ଧରଣର ବୃଦ୍ଧି ଘଟିଛି। ଉଷୁନା ଚାଉଳ ରପ୍ତାନି ୨୧.୧୮ ପ୍ରତିଶତ ବଢ଼ିଥିବା ବେଳେ ବାସମତି ଚାଉଳ ରପ୍ତାନି ୯.୩୫ ପ୍ରତିଶତ ବଢ଼ିଛି। କୋଡ଼ିଏ ପ୍ରତିଶତ ଶୁଳ୍କ ଲାଗିବା ସତ୍ତ୍ବେ ଅଣ ବାସମତି ଚାଉଳ ରପ୍ତାନି ୪.୩୬ ପ୍ରତିଶତ ବଢ଼ିଛି।

ଭାରତ ପକ୍ଷରୁ ଚାଉଳ ରପ୍ତାନି ଉପରେ କଟକଣା ଲାଗୁ କରାଯିବା ପରେ ସାରା ବିଶ୍ବରେ ଚାଉଳ ଦାମ୍‌ ବୃଦ୍ଧି ପାଇଛି। ଥାଇଲ୍ୟାଣ୍ଡ୍‌ ଓ ଭିଏତନାମ୍‌ ଚାଉଳର ମୂଲ୍ୟ ମଧ୍ୟ ବହୁ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ବିଶ୍ବର ୯୦ ପ୍ରତିଶତ ଚାଉଳ ଏସିଆରେ ଉତ୍ପାଦନ ହେଉଥିବା ବେଳେ ବ୍ୟବହାର ମଧ୍ୟ ହେଉଛି। ଏସିଆର ଲୋକମାନେ ଚାଉଳକୁ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ତେଣୁ ଏହି ମହାଦେଶର ବିଭିନ୍ନ ଦେଶ ଅଧିକରୁ ଅଧିକ ଚାଉଳ କିଣିବା ଉପରେ ଧ୍ୟାନ ଦେଉଛନ୍ତି। ୨୦୨୨-୨୩ରେ ଭାରତରୁ ୪୫.୬ ଲକ୍ଷ ଟନ୍ ବାସମତି ଓ ୧୭୭.୯ ଲକ୍ଷ ଟନ୍ ଅଣ ବାସମତି ଚାଉଳ ରପ୍ତାନି କରାଯାଇଛି। ୨୦୨୨-୨୩ରେ ଦେଶର ମୋଟ ଚାଉଳ ଉତ୍ପାଦନ ୧୩୫.୫୪ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button