ନୀତି

ମହିଳା କନ୍‌ଷ୍ଟେବଲ୍‌ଙ୍କୁ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଅନୁମତି ଦେଲେ ମଧ୍ୟପ୍ରଦେଶ ସରକାର – Utkal Mail


ଭୋପାଳ: ମଧ୍ୟପ୍ରଦେଶ ସରକାର ରତଲମ ଜିଲ୍ଲାରେ ନିଯୁକ୍ତିପ୍ରାପ୍ତ ଜଣେ ମହିଳା କନ୍‌ଷ୍ଟେବଲ୍‌ଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପରୁଷ ହେବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ନିଆରା ନିଷ୍ପତ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ସୋମବାର ଦିନ ଏକ ଆଦେଶ ଜାରି ହୋଇଛି। ଏହି ଆଦେଶରେ ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି।

ଗୃହ ବିଭାଗର ଆଦେଶ ଅନୁସାରେ, ରତଲମ୍‌ ଜିଲ୍ଳାର ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ ଦୀପିକା କୋଠରୀଙ୍କୁ ନିଜର ଜେଣ୍ଡର୍‌ ଆଇଡେଣ୍ଟିଟି ଡିଜ୍‌ଅର୍ଡର ପାଇଁ ପୁରୁଷ ହେବାକୁ ଅନୁମତି ମିଳିଛି। ଏ ସଂପର୍କରେ ମନୋଚିକିତ୍ସକ ଡକ୍ଟର ରାଜୀବ ଶର୍ମା ସୂଚନା ଦେଇଛନ୍ତି। ସେ ତାଙ୍କ ରିପୋର୍ଟରେ ମହିଳା କନ୍‌ଷ୍ଟେବଲ୍‌ଙ୍କ ଇଚ୍ଛାକୁ ଦର୍ଶାଇଛନ୍ତି। ଦୀପିକା କୋଠରୀ ୨୦୨୧-୨୨ ମସିହାରେ ନିଜର ଲିଙ୍ଗ୍‌ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ବେଳେ ଏବେ ତାଙ୍କୁ ଅନୁମତି ମିଳିଛି।

ଦୀପିକା ରାଜ୍ୟ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ଲିଙ୍ଗ ପରିବର୍ତ୍ତନ କରିବାକୁ ଗୁହାରି କରିଥିଲେ। ତାଙ୍କ ଆବେଦନର ଆଧାରକୁ ଭିତ୍ତି କରି ପୁଲିସ୍‌ ମୁଖ୍ୟାଳୟ ଆଇନ୍‌ ବିଭାଗର ପରାମର୍ଶ ନେଇଥିଲେ। ତାପରେ ତାଙ୍କୁ ପୁରୁଷ ବନିବାକୁ ଅନୁମତି ପ୍ରଦାନ କରାଯାଇଛି।

ଏହାସହିତ ଏକଥା ବି କୁହାଯାଇଛି ଯେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବା ପରେ ତାଙ୍କୁ ଜଣେ ମହିଳା କର୍ମଚାରୀ ଭାବେ ମିଳୁଥିବା ସେ ସମସ୍ତ ସୁବିଧା ଆଉ ମିଳିବ ନାହିଁ। ଏହାପୂର୍ବରୁ ୨୦୨୧ ମସିହାରେ ମଧ୍ୟପ୍ରଦେଶ ସରକାର ଜଣେ ମହିଳା କନ୍‌ଷ୍ଟେବଲ୍‌ଙ୍କୁ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଅନୁମତି ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button