ଦେଶ ବିଦେଶ

ବିବାହ ପରେ ପରକୀୟା ପ୍ରୀତି ଅପରାଧ ହେଉ, କେନ୍ଦ୍ରକୁ ଗୃହମନ୍ତ୍ରାଳୟ ସଂସଦୀୟ କମିଟିର ପ୍ରସ୍ତାବ – Utkal Mail



ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ବଜାୟ ରଖିବା ଆବଶ୍ୟକ। ତେଣୁ ପରକୀୟା ପ୍ରତିକୁ ଅପରାଧ ବୋଲି ବିବେଚନା ହେଉ। କେନ୍ଦ୍ର ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ସଂସଦୀୟ କମିଟି। ଏହାର ଅର୍ଥ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୯୭କୁ ବଜାୟ ରଖିବାକୁ ସୁପାରିଶ କରିଛି ସଂସଦୀୟ ଷ୍ଟାଣ୍ଡିଂ କମିଟି।

ଏହି ପ୍ରସ୍ତାବ ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ରାୟର ବିପରୀତ। ଆଗକୁ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି। ଏହା ପୂର୍ବରୁ ସରକାର ଯଦି ଏହି ପ୍ରସ୍ତାବ ଗ୍ରହଣ କରିବେ ତାହେଲେ ଆଇନରେ ପରିଣତ କରିପାରନ୍ତି ସରକାର।

ଯଦି ଜଣେ ବିବାହିତା ମହିଳାଙ୍କ ଅନ୍ୟ ପୁରୁଷ ସହିତ ସମ୍ପର୍କ ଥାଏ, ଏପରି ପରିସ୍ଥିତିରେ ସ୍ୱାମୀ ବ୍ୟଭିଚାର ଆଇନ ଅନୁଯାୟୀ ସେହି ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିପାରନ୍ତି। ସେହିଭଳି ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖନ୍ତି, ତେବେ ପତ୍ନୀ ତାଙ୍କ ବିରୋଧରେ ମାମଲା ଦାୟର କରିପାରିବେ।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୭ ଅନୁଯାୟୀ ଏହା ଏକ ଅପରାଧ ଥିଲା ଯେଉଁଥିରେ ଅଭିଯୁକ୍ତଙ୍କ ଉପରେ ପାଞ୍ଚ ବର୍ଷ କାରାଦଣ୍ଡ ଏବଂ ଜୋରିମାନା ବ୍ୟବସ୍ଥା ରହିଥିଲା। ଏପରି ମାମଲାରେ ମହିଳାଙ୍କ ବିରୋଧରେ କିନ୍ତୁ କୌଣସି ମାମଲା ପଞ୍ଜୀକୃତ ହୋଇନଥିଲା କିମ୍ବା ତାଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ମଧ୍ୟ ନଥିଲା। ଏବେ କିନ୍ତୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେଥିରେ କୁହାଯାଇଛି ମହିଳାଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇପାରିବ।

୨୦୧୮ ରେ ସୁପ୍ରିମକୋର୍ଟ ବ୍ୟଭିଚାର ଆଇନକୁ ଖଣ୍ଡନ କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଥିଲେ। ବ୍ୟଭିଚାରକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଜୋସେଫ ଜ୍ୟେନିଙ୍କ ପିଆଇଏଲ ଉପରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ନିଷ୍ପତ୍ତି ନେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button