ଜୀବନଶୈଳୀ

ସୁନିଆଁ ଉତ୍ସବ ଓ ଓଡିଆ ଘରର ପିଠା ପତିଯୋଗିତା

କଟକ, ୮/୯ ଓଡିଶା ମିଳିତ ଶିକ୍ଷକ କର୍ମଚାରୀ ସଂଘ(ୟୁଟିଆ) କାର୍ଯ୍ୟାଳୟରେ ସୁନିଆଁ ଉତ୍ସବ ଓ ଓଡିଆ ଘରର ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାର ବିଶେଷ ଉତ୍ସବ ସୁନିଆଁ ସଂପର୍କରେ ଆଲୋଚନା କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ଓଡିଆ ଘରର ପିଠା, କାକରା, ମଣ୍ଡା, ଆରିସା, ଚକୁଳି ଭଳି ପିଠା ଆଣି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ଉତ୍ସବରେ ଡ. ଅର୍ଜୁନ କୁମାର ବିଶ୍ୱାଳ, ଶରତ ଚନ୍ଦ୍ର ପାଇକରାୟ, ପବିତ୍ର ମୋହନ ଦାଶ, ଶରତ କୁମାର ରଥ, କୈାଳାଶ ଚନ୍ଦ୍ର ଦାଶ, ଶିବ ପ୍ରସାଦ ସ୍ୱାଇଁ, କ୍ରିଷ୍ଣା କୁମାରୀ ବର୍ମା ଓ ଅର୍ପିତା ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମସ୍ତଙ୍କୁ ପିଠା ବଣ୍ଟନ କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button