ଦେଶ ବିଦେଶ

ସାମସଙ୍ଗର ବଡ଼ ନିଷ୍ପତ୍ତି, ଛଟେଇ ହେବେ ୧୦% କର୍ମଚାରୀ, ଜାଣନ୍ତୁ ଭାରତ ଉପରେ କିପରି ରହିବ ପ୍ରଭାବ

ନୂଆଦିଲ୍ଲୀ ୨।୧୦: ଏପର୍ଯ୍ୟନ୍ତ କମ ହୋଇନି ଛଟେଇ ମାଡ଼। ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଦକ୍ଷିଣପୂର୍ବ ଏସିୟା, ଅଷ୍ଟ୍ରେଲିୟା ଓ ନ୍ୟୁଜିଲ୍ୟାଣ୍ଡରେ ନିଜ କର୍ମଚାରୀ ଛଟେଇ କରୁଛି। ସାମସଙ୍ଗର ଏହି ଯୋଜନା ଯୋଗୁ ସାରା ବିଶ୍ୱରୁ ହଜାର ହଜାର କର୍ମଚାରୀ ଛଟେଇ ହେବାର ଏବେ ଆଶଙ୍କା ଦେଖା ଦେଇଛି। ବ୍ଲୁମ ବର୍ଗ ସୂତ୍ରରୁ ଏହି ସୂଚନା ମିଳିଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଯେଉଁ ସବୁ ଦେଶରେ ଏହି ଛଟେଇ ହେଉଛି, ସେଠାରେ ୧୦ ପ୍ରତିଶତ କର୍ମଚାରୀ ହ୍ରାସ ହେବେ।

ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ କମ୍ପାନୀର ନିଜସ୍ୱ ଓ ବିଦେଶୀ ସବସିଡାରୀରୁ ଏହି ଛଟେଇ କରିପାରେ ଓ ପାଖାପାଖି ୧୦ ପ୍ରତିଶତ କର୍ମଚାରୀ ଚାକିରୀ ହରାଇ ପାରନ୍ତି। ତେବେ ଏହି ଛଟେଇର ପ୍ରଭାବ ମେନୁଫେକ୍ଚରିଂ କର୍ମଚାରୀଙ୍କ ଉପରେ ପଡିବ ନାହିଁ। ତେବେ ମ୍ୟାନେଜମେଣ୍ଟ ଓ ସପୋର୍ଟ ଫଙ୍କସନ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି। କମ୍ପାନୀ ନିକଟରେ ଭାରତ ଓ କେତେକ ଲାଟିନ ଆମେରିକୀୟ ଦେଶରେ ପାଖାପାଖି ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିଥିଲା।

ଦକ୍ଷିଣ କୋରିଆ କମ୍ପାନୀ ହେଉଛି ସାମସଙ୍ଗ। ବିଦେଶରେ ଏହାର ୧.୪୭ ଲକ୍ଷ କର୍ମଚାରୀ ଅଛନ୍ତି। ଯାହା ଏହାର ୨୬୭,୮୦୦ରୁ ଅଧିକ କର୍ମଚାରୀ ସଂଖ୍ୟାର ଅଧାରୁ ଅଧିକ ହେବେ। ଏଥିରେ ସାମସଙ୍ଗ ଯେଉଁ ଛଟେଇ ଯୋଜନା କରିଛି ଏହା କେବଳ ବିଦେଶରେ ନିଜର ସବସିଡାରୀଙ୍କ କର୍ମଚାରୀ ହ୍ରାସ କରିବ। ତେବେ ଘରୋଇ ମାର୍କେଟ ଅର୍ଥାତ ଦକ୍ଷିଣ କୋରିଆରେ କମ୍ପାନୀରୁ ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯିବନି। ଦକ୍ଷିଣ କୋରିଆରେ କର୍ମଚାରୀଙ୍କ ସହ କମ୍ପାନୀର ବିବାଦ ଲାଗି ରହିଛି, ଏଥି ପାଇଁ ଗତ ମେ ମାସରେ ଏହାର ସବୁଠୁ ବଡ଼ କର୍ମଚାରୀ ୟୁନିୟନ ହରତାଳ କରିଥିଲା।

ନିକଟରେ କମ୍ପାନୀ ଅଲଗା ଅଲଗା ଟିମ୍ର କର୍ମଚାରୀଙ୍କୁ ଏଚଆର ମ୍ୟାନେଜର ଓ ସେମାନଙ୍କ ରିପୋର୍ଟିଂ ମ୍ୟାନେଜରଙ୍କ ସହିତ ବୈଠକ କରାଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ଜଣାପଡିଥିଲା। ମେମୋରୀ ଚିପ୍ ଓ ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗଙ୍କ କାରବାରକୁ ବିଶ୍ୱର କିଛି ଗୁରୁତ୍ୱପୂର୍ଣ୍ଣ ବଜାରରେ ଝଟକା ଲାଗିଛି। ଏଥି ଯୋଗୁ ସାମସଙ୍ଗର ସେୟାର ଚଳିତବର୍ଷ ୨୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଏଆଇରେ ବ୍ୟବହୃତ ହେଉଥିବା ମେମୋରୀ ଚିପ୍ ଯୋଗୁ ସେ ତାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଏସକେ ହାଇନିକ୍ସଠୁ ପଛରେ ପଡିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button