ସ୍ୱାସ୍ଥ୍ୟ

ଜାଣନ୍ତୁ ଏବେ ପର୍ଯ୍ୟନ୍ତର ସବୁଠାରୁ ଭୟାନକ ଭୂତାଣୁ ହନ୍ତା ବିଷୟରେ ! କଣ ଏହା ସତରେ ମାରାତ୍ମକ?

ଆପଣମାନେ ସମସ୍ତେ କରୋନା ଭୂତାଣୁ ବିଷୟରେ ନିଶ୍ଚିନ୍ତ ଭାବରେ ଅବଗତ ଥିବେ ଯେ କିପରି ଏହି ଭୂତାଣୁ ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରିଛି । ଏହି ଭୂତାଣୁ କାରଣରୁ ଲୋକଙ୍କ ମନରେ ଭୟ ଓ ଆତଙ୍କର ଛାୟା ଖେଳି ଯାଇଛି । କରୋନା ଭୂତାଣୁ ଏବ ଭାରତରେ ନିଜର କାୟା ବିସ୍ତାର କରିବା ପାଇଁ ପ୍ରସ୍ତୁତି ଲଗେଇଛି । ଏତେ ସବୁ ପରେ ମଧ୍ୟ ଲୋକଙ୍କ ସମୁଖରେ ଅନ୍ୟ ଏକ ଭୟଙ୍କର ଭୂତାଣୁ ପ୍ରକଟ ହୋଇଛି । ଏହି ଭୁତାଣୁର ନାମ ହନ୍ତା ଭୂତାଣୁ ।

ଏହି ଭୂତାଣୁ କାରଣରୁ ଚୀନର ୟୂନାନ ପ୍ରାନ୍ତରେ ବସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଚୀନର ଦୈନିକ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହନ୍ତା ଭୂତାଣୁ କାରଣରୁ ଘଟିଛି । ଏକ ତଥ୍ୟରୁ ପ୍ରକାଶିତ ଯେ ଏହି ଭୂତାଣୁ ର ଶତକଡା ହାରାହାରି ମୃତ୍ୟୁ କାରୋନା ଅପେକ୍ଷା ୨୪% ଅଧିକ ଅଟେ । ଯେଉଁ ବସରେ ଏହି ସଂକ୍ରମିତ ବ୍ୟକ୍ତି ଯାତ୍ରା କରୁଥିଲେ ସେହି ବସରେ ଅନ୍ୟ ୩୨ ଜଣ ଯାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏବେ ସମସ୍ତ ଯାତ୍ରୀଙ୍କ ପରୀକ୍ଷା କରାଯାଉଛି ।

କଣ ଏହି ହନ୍ତା ଭୂତାଣୁ ?

CDC ଅନୁସାରେ ହନ୍ତା ଭୂତାଣୁ ମୁଖ୍ୟତଃ ମୂଷା, ଝିଟିପିଟି ଇତ୍ୟାଦି ଜନ୍ତୁଙ୍କ ଠାରୁ ଆସିଥିବା ଭୂତାଣୁ, ଯାହା ସମଗ୍ର ଦୁନିଆର ଅନେକ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିପାରେ । କୌଣସି ହନ୍ତା ଭୂତାଣୁ ସଂକ୍ରମଣରୁ ହନ୍ତା ଭୁତାଣୁର ରୋଗ ହେଇପାରେ । ଏଥିରୁ ହନ୍ତା ଭୂତାଣୁ ପଲ୍ମୋନାରୀ ଶିଣ୍ଡ୍ରୋମ ଓ ରେନଲ ଶିଣ୍ଡ୍ରୋମ ସହିତ ହେମରିକ ଜ୍ଵର ଭଳି ରୋଗ ହୋଇପାରେ ।

ହନ୍ତା ଭୂତାଣୁ ପଲ୍ମୋନାରୀ ଶିଣ୍ଡ୍ରୋମ ର ଲକ୍ଷଣ :-

ପ୍ରାରମ୍ଭିକ ଲକ୍ଷଣ

1.       ଥକାପଣ

2.       ଜ୍ଵର

3.       ମାଂସପେଶୀରେ ଯନ୍ତ୍ରଣା

4.       ମୁଣ୍ଡ ବିନ୍ଧା

5.       ମୁଣ୍ଡ ବୁଲାଇବା

6.       ଶରୀରରେ କମ୍ପନ

7.       ଉଦର  ଜନିତ ସମସ୍ଯା

୪ଜଣ ଙ୍କ ମଧ୍ୟରୁ ୧୦ ପରର ଲକ୍ଷଣ

1.       ରକ୍ତଚାପ କମ ହେବା

2.       ତୀବ୍ର ଝଟକା ଲାଗିବା

3.       ବୃକକ ବିଫଳ ହେବା

ବି:ଦ୍ର :- କୃପାକରି ଏହି ସବୁ ଭୂତାଣୁ ଠାରୁ ନିଜକୁ ରକ୍ଷା କରନ୍ତୁ । ଯଦିଓ ଏହି ଭାଇରସରେ ଜଣଙ୍କର ମୃତ୍ୟୁ ହୋଇଛି ଚୀନ ରେ ତେବେ ଏହା COVID-19 ଭଳି ଏତେ ମାରାତ୍ମକ ନୁହେଁ ଓ ଏହା ଛୁଇଁଲେ ବ୍ୟାପୀବ ନାହିଁ । ଏହା କେବଳ ମୂଷା ଜାତୀୟ ଜୀବ ମାନଙ୍କ ଠାରୁ ସୃଷ୍ଟି ହୁଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button