ଦେଶ ବିଦେଶ

ବାଂଲାଦେଶରେ ଦଙ୍ଗା ଓ ରକ୍ତପାତକୁ ନେଇ କଙ୍ଗନା ରଣାୱତଙ୍କ ବୟାନ , କହିଲେ …

ନୂଆଦିଲ୍ଲୀ – ବାଂଲାଦେଶରେ ଶେଖ୍ ହାସିନାଙ୍କ ଗାଦିଚ୍ୟୁତ ପରେ ମଧ୍ୟ ଦଙ୍ଗାହଙ୍ଗାମା ଜାରି ରହିଛି। ଭାରତ ସରକାରଙ୍କ କହିବାନୁସାରେ , ତାଙ୍କର ସବୁଠୁ ବଡ଼ ଚିନ୍ତା ଏହା କି, ଏବେ ବି ସେଠାରେ ୧୯ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି। ଆମେ ବାଂଲାଦେଶରେ ହେଉଥିବା ପ୍ରତି ଘଟଣାକ୍ରମ ଉପରେ ଲଗାତାର ନଜର ରଖିଛୁ। ହସିନାଙ୍କ ଗାଦିଚ୍ୟୁତ ପର ଠାରୁ ଦଙ୍ଗାକାରୀମାନେ ୧୦୦ରୁ ଅଧିକ ଲୋକଙ୍କୁ ମାରି ଦେଇଛନ୍ତି।

ଶହ ଶହ ହିନ୍ଦୁଙ୍କ ଘରେ ଓ ମନ୍ଦିରରେ ଭଙ୍ଗା ରୁଜା ହେଉଛି।

ବାଂଲାଦେଶରେ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ମଙ୍ଗଳବାର ସଂସଦ ଭଙ୍ଗ କରି ସାରିଛନ୍ତି। ଏହି ସ୍ଥିତିରେ ଖୁବ୍ ଶୀଘ୍ର ଅନ୍ତରୀଣ ସରକାରର ଘୋଷଣା କରାଯାଇ ପାରେ। ବାଂଲାଦେଶରେ ଦଙ୍ଗା ଓ ରକ୍ତାକ୍ତ ଖେଳକୁ ନେଇ ବିଜେପି ସାଂସଦ କଙ୍ଗନା ରଣାୱତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଇସଲାମୀ ଦେଶର ବିଶେଷତ୍ୱ ଯେ, ସେଠାରେ ସର୍ବଦା ଅନ୍ୟ ଧର୍ମକୁ ‘ଶେଷ’ କରିବାକୁ ପ୍ରୟାସ କରାଯାଏ।

ଅଭିନେତ୍ରୀରୁ ନେତା ହୋଇଥିବା କଙ୍ଗନା ଏହି ଟିପ୍ପଣୀ ଏହି ସମୟରେ କରିଛନ୍ତି , ଯେତେବେଳେ ସାମ୍ୱାଦିକମାନେ ତାଙ୍କୁ ପଡୋଶୀ ଦେଶର ସ୍ଥିତି ଉପରେ ଟିପ୍ପଣୀ କରିବା ପାଇଁ କହି ଥିଲେ। ଚାକିରିରେ ସଂରକ୍ଷଣକୁ ନେଇ ବ୍ୟାପକ ପ୍ରଦର୍ଶନ ପରେ ବାଂଲାଦେଶ ଅନିଶ୍ଚତତାର ଭଉଁରୀରେ ଫସି ଯାଇଛି, ଯେଉଁଥି ପାଇଁ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଇସ୍ତଫା ଦେଇ ଛାଡ଼ିବାକୁ ପଡ଼ିଛି।

କଙ୍ଗନା କହିଛନ୍ତି, ସବୁ ଇସଲାମୀ ଦେଶରେ କେବେ ନା କେବେ ଏମିତି ସ୍ଥିତି ଜାରି ରହିଛି। ସେ ବ୍ରିଟେନରେ ପ୍ରବାସୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଦାବି କରିଛନ୍ତି କି, ସେଠାରେ ସଡ଼କରେ ଖ୍ରୀଷ୍ଟ୍ରିୟାନଙ୍କ ଉପରେ ଆକ୍ରମଣ ହେଉଛି। ମଣ୍ଡିର ଏହି ବିଜେପି ସାଂସଦ କହିଛନ୍ତି କି, ଶିକ୍ଷା ମିଳିଛି ଯେ, ସନାତନର ଦୀପ ପ୍ରଜ୍ୱଳିତ ହେବା ଉଚିତ୍। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟାର ସଦ୍ୟ ପ୍ରୟାସକୁ ଗଣତନ୍ତ୍ରର ହତ୍ୟା ଭାବେ ଦର୍ଶାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button