ବିଚାର

ଏହି ତିନୋଟି ରାଶି ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି- ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ?

ରାଶିଫଳ ଅନୁସାରେ ଦୁନିଆରେ ୧୨ଟି ରାଶି ଅଛି, ଏହି ରାଶି ଦ୍ଵାରା ଦୁନିଆର ସବୁ ଲୋକଙ୍କ ଭବିଷ୍ୟ ଜଣାପଡିଥାଏ। ଶାସ୍ତ୍ର ଅନୁସାରେ ସୃଷ୍ଟିର ରଚନା କରିଥିବା ଭଗବାନ ଶିବ ଏହି ବ୍ରହ୍ମାଣ୍ଡର ସବୁଠୁ ଶକ୍ତିଶାଳୀ ଦେବତା ବୋଲି କୁହାଯାଏ। ଯଦି ପ୍ରଭୁ ଶିବ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି ତେବେ ତାର ଜୀବନ ଖୁସିରେ ଭରିଦିଅନ୍ତି ଏବଂ ସେହି ବ୍ୟକ୍ତି କେବେ କୌଣସି ପ୍ରକାରର ଦୁଃଖ ଅନୁଭବ କରେନି । ୧୨ଟି ରାଶି ମଧ୍ୟରୁ ଠିକ ସେମିତି ତିନୋଟି ରାଶି ଅଛନ୍ତି ଯାହା ଉପରେ ଗ୍ରହମାନଙ୍କର ପ୍ରଭାବ ବିଶେଷ ପଡେ ନାହିଁ ଏବଂ ସେଥିପାଇଁ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ସେମିତି ତ ସବୁ ବ୍ୟକ୍ତିଙ୍କର ଜୀବନ ଗ୍ରହମାନଙ୍କ ପ୍ରଭାବ ଦ୍ଵାରା ପରିଚାଳିତ। ଯଦି କୌଣସି ରାଶି ଉପରେ ଅନ୍ୟ ଗ୍ରହ ମାନଙ୍କର ଖରାପ ପ୍ରଭାବ ପଡେ ତେବେ ତାଙ୍କ ଜୀବନରେ ବହୁତ ପ୍ରକାରର ସମସ୍ୟା ଆସେ ଓ ଯଦି ଏହାର ବିପରୀତ କୌଣସି ଗ୍ରହର ଖରାପ ପ୍ରଭାବ ପଡେ ନାହିଁ ତେବେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି । ତେବେ ଆଜି ଆମେ ସେହିଭଳି ୩ଟି ରାଶି ବିଷୟରେ ଆଲୋଚନା କରିବା ଯାହା ଉପରେ ଭଗବାନ ଶିବଙ୍କର କୃପା ସର୍ବଦା ରହିଛି ବା ସେମାନଙ୍କ ଉପରେ କୌଣସି ବି ଗ୍ରହର ବିଶେଷ ପ୍ରଭାବ ପଡେ ନାହିଁ। ଏହି ରାଶି ଗୁଡିକ ସବୁଠାରୁ ଶକ୍ତିଶାଳୀ ରାଶି ହୋଇଥାନ୍ତି ।

ସବୁଠୁ ଶକ୍ତିଶାଳୀ ରାଶି

୧। ମେଷ ରାଶି-

ରାଶିଫଳରେ ସବୁଠୁ ପ୍ରଥମ ରାଶି ହେଉଛି ମେଷ ରାଶି। ଏହି ରାଶି ୧୨ଟି ରାଶି ମଧ୍ୟରେ ପ୍ରଥମ ଆସିବାର କାରଣ ଏହି ରାଶିଟି ୧୨ଟି ରାଶି ମଧ୍ୟରେ ସବୁଠୁ ଶକ୍ତିଶାଳୀ ଅଟେ। କାହିଁକି ନା ଏହି ରାଶିର ଆରାଧ୍ୟ ଭଗବାନ ହେଉଛନ୍ତି ଶିବ। ଏବଂ ଭଗବାନଙ୍କ ଠୁ ବଡ ତ ଆଉ କେହି ନାହାନ୍ତି ଏହି ସୃଷ୍ଟିରେ।

୨। ସିଂହ ରାଶି-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଏହା ଏକ ସୌଭାଗ୍ୟର କଥା ଯେ ମେଷ ରାଶି ପରେ ସିଂହ ରାଶି ହେଉଛି ସବୁଠୁ ଶକ୍ତିଶାଳୀ ବା ଭାଗ୍ୟଶାଳୀ। ଏହି ରାଶିର ଆରାଧ୍ୟ ସୂର୍ଯ୍ୟ ଦେବ ହେଇଥିବାରୁ ଏହି ରାଶି ଉପରେ କୌଣସି ଗ୍ରହର ବିଶେହ ପ୍ରଭାବ ପଡେ ନାହିଁ। ସେଥିପାଇଁ ଏହି ରାଶି ମଧ୍ୟ ଏକ ଶକ୍ତିଶାଳୀ ରାଶି ବୋଲି କୁହାଯାଏ ।

୩। ତୁଳା ରାଶି-

୧୨ଟି ରାଶି ମଧ୍ୟରେ ଏହି ତୁଳା ରାଶି ମଧ୍ୟ ଶକ୍ତିଶାଳୀ ବୋଲି ମନାଯାଏ। ଭଗବାନ ଶିବଙ୍କର ଏହି ରାଶିର ବ୍ୟକ୍ତିଙ୍କ ଉପରେ ସର୍ବଦା ଆଶୀର୍ବାଦ ରହିଛି। ସେଥିପାଇଁ ଏମାନେ ଜୀବନରେ କୌଣସି ସମସ୍ୟାର ସମାଧାନ ବହୁତ ଭଲ ଭାବେ କରିପାରନ୍ତି। ଏଇ ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କରେ ମଧ୍ୟ ଅନ୍ୟ ରାଶିଠୁ ଅଧିକ ସଫଳ ଅଟନ୍ତି । ଏହି ତିନୋଟି ରାଶିର ସବୁଠୁ ଶକ୍ତିଶାଳୀ ହବାର ପ୍ରମାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମେଷ ରାଶିରେ ମଙ୍ଗଳ ସର୍ବାଧିକ ଶକ୍ତିଶାଳୀ ଅଟନ୍ତି ଓ ସିଂହ ରାଶିର ଆରାଧ୍ୟ ସୂର୍ଯ୍ୟ ଦେବତା ହୋଇଥିବାରୁ ଏହି ରାଶିର ମଙ୍ଗଲ ମଧ୍ୟ ଶକ୍ତିଶାଳୀ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button