ଦେଶ ବିଦେଶ

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅକ୍ତର ଧାରା ୩୭୦ ପ୍ରସଙ୍ଗରେ ଦେଲେ ଏଭଳି ପ୍ରତିକ୍ରିୟା- କହିଲେ ଭାରତ…

ଏହି କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ନେଇଥିବା ଏକ ବଡ ନିଷ୍ପତ୍ତି ହେଲା କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ । ଯାହା ଏବେ ବହୁତ ଚର୍ଚ୍ଚାର ବିଷୟ ହୋଇଛି ସମସ୍ତଙ୍କ ପାଇଁ । ସାଧାରଣ ଜନତା ଠାରୁ ନେଇ ବଡ ବଡ ନେତା, ଅଭିନେତା ଓ କ୍ରିକେଟର ଆଦି ମଧ୍ୟ ଏ ବିଷୟରେ ନିଜର ମତ ପରାକ୍ଷ କରୁଛନ୍ତି । ତେବେ ଏଭଳି ସମୟରେ ପାକିସ୍ତାନି ବାସିନ୍ଦା କିଛି ଲୋକ ଏହାକୁ ପସନ୍ଦ କରୁ ନଥିବା ସମୟରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁ ମାନେ ଏହି ନିଷ୍ପତ୍ତି କୁ ସ୍ଵାଗତ କରୁଛନ୍ତି  । ତେବେ ଏହି ବିଷୟରେ ପୂର୍ବତ୍ତନ ପାକିସ୍ତାନୀ ଖେଳାଳି ସୋଏବ ଅକ୍‌ତର ମଧ୍ୟ କିଛି ବୟାନ ଦେଇଥିଲେ ।

ସେ ଏହି ନିଷ୍ପତ୍ତି ବିରୁଦ୍ଧାରେ ଯାଇ କହିଥିଲେ କି ଭାରତ ସରକାର ନାଗରିକମାନଙ୍କ ଉପରେ  ଅତ୍ୟାଚାର କରୁଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆରମ୍ଭରୁ ହିଁ କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ରହି ଆସିଛି । ତେବେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅକ୍‌ତର ସୋସିଆଲ ମିଡିଆ​‌ରେ ଏକ ଛୋଟ ପିଲାର ଫଟୋ ପୋଷ୍ଟ କରିଛନ୍ତି।

ଯେଉଁ ଫଟୋରେ ଛୋଟ ପିଲାଟି ଆଖିରେ ଏକ ପଟି ବନ୍ଧା ଯାଇଛି। ଏହି ଫଟୋ ସହ ଅକ୍‌ତର ଲେଖିଛନ୍ତି ଯେ, ‘ଆପଣ ହେଉଛନ୍ତି ତ୍ୟାଗର ପରିଭାଷା ତେଣୁ ଆପଣଙ୍କ ସ୍ବାଧୀନତା ପାଇଁ ଆମେ ପ୍ରର୍ଥନା କରୁଛୁ, ଏହି ଉଦ୍ଦେଶ୍ୟ ନେଇ ବଞ୍ଚିବା ସବୁଠାରୁ ବଡ କଥା’ ​‌ବୋଲି ସୋଏବ ଅକ୍‌ତର ସୋସାଲ ମିଡ଼ିଆରେ ଲେଖିଛନ୍ତି । ତେବେ ପାକିସ୍ତାନୀ ଏମିତି ତ ସବୁବେଳେ ଭାରତ ବିରୁଦ୍ଧରେ ହିଁ ଥିଲେ ଏବେ ଆହୁରି ଅଧିକ ଏମାନେ ଭାରତ ଉପରେ କ୍ରୋଧିତ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button