ବିଚାର

ଯୁବକ କଲେ ପେଟ୍ରୋଲ ପମ୍ପ, କେହି ନଥିଲେ ବି ପଇସା ଦେଇ ପକେଇ ପାରିବେ ପେଟ୍ରୋଲ

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହା ବିଷୟାରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଭାଇରାଲ ହେଉଥିବା ଭିଡିଓରେ ପୁରୁଣା କବାଡି ଲୁହାରେ ତିଆରି ହୋଇଛି ପେଟ୍ରୋଲ ପମ୍ପ ମେସିନ । ମେସିନରୁ ତେଲ ବାହାରିବା ପରି ପାଇପ ବାହାରକୁ ବାହାରିଛି । ହାଣ୍ଡେଲ ନୋଚଲ ବି ପମ୍ପ ଅନୁରୂପ ସେମିତି ଖଞ୍ଜା ଯାଇଛି ।

ପମ୍ପ ଠାରୁ ଅପେକ୍ଷା କୃତ ଛୋଟ ହେଲେ ବି ଏହା ଯେ ଏକ ଇନ୍ଧନ ଭରା ଯାଉଥିବା ପମ୍ପ ତାହା ଜାଣିବାକୁ ଆଦୌ ଅସୁବିଧା ହେବ ନାହିଁ । ମାତ୍ର ଏଠାରେ ତେଲ ଦେବା ପାଇଁ କେହି ନାହାନ୍ତି ମେସିନ ଟି ସଂପୂର୍ଣ୍ଣ ସ୍ଵୟଂ ଚାଳିତ । ଯାହାର ପେଟ୍ରୋଲ ଆବଶ୍ୟକ ସେ ନିଜେ ନେଇ ଗାଡିରେ ଭରି ପାରୁଛନ୍ତି । ମେସିନରୁ ଥରକେ 100 ଟଙ୍କାର ପେଟ୍ରୋଲ ବାହାରୁଛି ।

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ତେଲ ପାଇଁ ମେସିନରେ 100 ଟଙ୍କା ନୋଟ ଭରିବାକୁ ପଡିଥାଏ । ଏହା ବ୍ୟତୀତ ଏଥିରେ ଥିବା ବାର କୋର୍ଡ ମାଧ୍ୟମରେ ବି ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଟଙ୍କା ପ୍ରାପ୍ତି ହେବା ପରେ ଯାଇ ମେସିନ ତେଲ ଦେଉଛି । ଏମିତି ବିକଳ୍ପ ଜନ୍ତ୍ରର ଉଦ୍ଭାବକ ହେଉଛନ୍ତି ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ରନ । ଘର ଯାଜପୁର ଜିଲ୍ଲା କେନ୍ଦୁଝର ପଞ୍ଚାୟତ ଭାଲୁପଶା ଗ୍ରାମରେ ।

କାହ୍ନୁ ଚରଣ ହେମ୍ରନ ଙ୍କ ପୁଅ ଜିତେନ୍ଦ୍ରଙ୍କର ବୟସ 23 । ପରିବାରର ଅଭାବ ଅସୁବିଧା ପାଇଁ ମାଟ୍ରିକ ପରେ ପାଠରୁ ଡୋରୀ ବାନ୍ଧି କିଛି ବ୍ୟବସାୟ କରିବା ଇଛାରେ ବ୍ରାଂମ୍ହାଣୀପାଳ ବଜାର କୁ ଆସି ସେ ଏଠାରେ ପେଟ୍ରୋଲ ବିକିବା ଆରମ୍ଭ କଲେ । ମାତ୍ର ନିଜେ ନ ରହିଲେ ଲୋକେ ପେଟ୍ରୋଲ ପାଉ ନ ଥିବାରୁ ନିଜେ ଏହି ବିକଳ୍ପ କରିବା ପାଇଁ ପ୍ରଚେଷ୍ଟା କରିଥିଲେ ଜିତେନ୍ଦ୍ର ।

ଅନେକ ଭଙ୍ଗା ଗଢା ପରେ କିଛି କରି ଦେଖେଇବାର ନିଶାରେ ବାସ୍ତବରେ ଏହି ଜନ୍ତ୍ର ଟି କୁ ବିକଶିତ କରିବାରେ ସଫଳ ହୋଇ ପାରିଛନ୍ତି ସେ । ଯାଜପୁର ର କେନ୍ଦୁଝର ଜିଲ୍ଲା ଶିବାନ୍ତ ବ୍ରାଂମ୍ହାଣୀପାଳ ବଜାର ରୁ 16 କିମି ଦୂର ଯାଜପୁର ଜିଲ୍ଲା ଶଗଡପୋଲା କିମ୍ବା କେନ୍ଦୁଝର ଜିଲ୍ଲା ଭଗମୁଣ୍ଡା କଲେଜ ଯାଇ ସେଠାରେ ପେଟ୍ରୋଲ ପମ୍ପ ରେ ସୁବିଧା ମିଳେ ।

ଏଠାରେ 24 ଘଣ୍ଟିଆ ସେବା ଦେବାକୁ ହେଲେ ପେଟ୍ରୋଲ ପମ୍ପ ନିଶା ହିଁ ଜିତେନ୍ଦ୍ର ଙ୍କୁ ବିକଳ୍ପ ସାଧନ ପାଇଁ ବାଟ ଦେଖାଇଥିଲା । ଜିତେନ୍ଦ୍ର ଲିଟର ପ୍ରତି 8 ଟଙ୍କା ଲାଭ ରଖିକି ପେଟ୍ରୋଲ ଦେଉଛନ୍ତି । ଏହି ମେସିନରୁ ଦୈନିକ 50ରୁ 60 ଲିଟର ତେଲ ବିକ୍ରି ହେଉଛି ଆଉ ତାଙ୍କ ପରିବାର ପ୍ରତିପୋଷଣ ହେଉଛି ।

ତେଲ ଭରିବା ସମୟରେ ପରିମାଣ ଓ ମୂଲ୍ୟସୂଚୀ ପ୍ରଦର୍ଶନ କରୁଥିବା ଡିସପ୍ଲେକୁ ଅଧିକ ବିକଶିତ କରିବା ପାଇଁ ପରିକ୍ଷାନିରୀକ୍ଷା ଚଳାଇଥିବା ସେ କହିଛନ୍ତି । ମେସିନକୁ ସଂପୂର୍ଣ୍ଣ ରୂପରେ ସୁରକ୍ଷିତ ଭାବେ ନିର୍ମାଣ କରିଛନ୍ତି ଜିତେନ୍ଦ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button