ଓଡିଶା
ବେଆଇନ କରତକଳ ଉପରେ ଚଢଉ
କଟକ, ୮/୯ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ଆଜି ଜଗତପୁର ଥାନା ଅନ୍ତର୍ଗତ ପ୍ରଧାନପଡା ଅଂଚଳରେ ଚାଲୁଥିବା ଏକ ବେଆଇନ କରତକଳ ଉପରେ ଚଢଉ କରି କୈାଣସି ପଂଜୀକୃତ ହୋଇନଥିବା ସଂସ୍ଥାକୁ ସିଲ କରିବା ସହିତ ସେହି ସଂସ୍ଥାର କିଶନନଗର ଉରକଳାରେ ଥିବା ଏକ ଫର୍ଣ୍ଣିଚର ସୋରୁମକୁ ସିଲ କରିଛନ୍ତି । ତେବେ ଭିଜିଲାନ୍ସ କର୍ମଚାରୀମାନେ ଉଭୟ ଓ ମିଲ୍ ଓ ଫର୍ଣ୍ଣିଚର ସୋରୁମରୁ ୮ ଲକ୍ଷ ୮୧ ହଜାର ଟଙ୍କା ମୂଲ୍ୟର କାଠ ଓ ଯନ୍ତ୍ରପାତି ଜବତ କରିଛନ୍ତି ।