ଓଡିଶା

ପିଣ୍ଟୁ ଭାଇ ପାଖରେ କଣ ପଇସା ନାହିଁ ? ସେ 25 ବର୍ଷର କଳାକାର… କାହିଁକି ଓଡିଶାବାସୀଙ୍କୁ ହାତଯୋଡି ଭିକ ମାଗୁଛନ୍ତି, କାହିଁକି ଏମିତି କହିଲେ Rudra… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ତଥାପି ତାଙ୍କ ପାଖରେ ପଇସା ନାହିଁ ନିଜର ଚିକିତ୍ସା ପାଇଁ ଏବଂ ଯେଉଁଥିପାଇଁ ସେ ହାତ ଯୋଡି ଆସି ଓଡିଶାବାସୀଙ୍କ ସମ୍ମୁଖରେ ଭୋକ ମାଗୁଛନ୍ତି । ଏହି କଥା ଆମେ କହୁନାହୁଁ କହୁଛନ୍ତି ରୁଦ୍ର । ତେବେ ସେ ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ଏକ କଥା କହିବାର କାରଣ କଣ ରହିଛି । କାହିଁକି ସେ ଏହିଭଳି ଏକ ପ୍ରଶ୍ନ ଉଠାଇଲେ ? ତେବେ ଆଜି ଆମେ ଏହା ବିଷୟରେ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ଆପଣଙ୍କୁ ଜଣାଇବା ପାଇଁ ଯାଉଛୁ ।
ରୁଦ୍ର ପ୍ରଥମେ ନିଜ କାନ ଧରି ଭୁଲ ମାଗି ମିଡିଆ ସାମ୍ନାରେ ଗୋଟିଏ କଥା କହିଲେ । ପିଣ୍ଟୁ ନନ୍ଦ ଜଣେ 20, 25 ବର୍ଷ ତଳର କଳାକାର । ତାଙ୍କର ଗୋଟିଏ ଆକଟିଂ ସ୍କୁଲ ମଧ୍ୟ ଥିଲା । ଅଲଗା ବ୍ୟବସାୟ ମଧ୍ୟ ରହିଛି ପିଣ୍ଟୁ ନନ୍ଦଙ୍କର । ଏବଂ ସେ ଗୋଟିଏ ଭଲ ପରିବାରର ଅଟନ୍ତି । ଭିକ ମାଗି ନିଜେ କରୁଥିବା ପ୍ରଫେସନକୁ ନିଚ୍ଚ ଦେଖାଇବା କଣ ନିହାତି ଜରୁରୀ ଏହି କଥା କହିଛନ୍ତି ରୁଦ୍ର ।

ତାଙ୍କ କହିବା ଅନୁଯାୟୀ ଯାହାର ଯାହା ସକ୍ଷ ସେମାନେ ନିଜ ଇଛାରେ ଦାନ ତ ନିଶ୍ଚିନ୍ତ କରିବେ । ତେବେ ଜଣେ କଳାକାର ହୋଇ ନିଜର ସମ୍ମାନ ହରାଇ ଭିକ୍ଷା ମାଗିବା କଣ ନିହାତି ଦରକାର । କଳାକାର ଜଗତରେ ତଥା ସିନେମା ଜଗତର ଅବସ୍ତା କଣ ଏତେ ଖରାପ କି ଗୋଟିଏ କଳାକାରର ଚିକିତ୍ସା ପାଇଁ ପଇସା ନାହିଁ ଆଉ ସେ ଭିକ ମାଗିବ । ଏହି କଥାର ଯୁକ୍ତି ରଖିଛନ୍ତି ରୁଦ୍ର ।

 

ଓଡିଆ ସିନେ ଜଗତରେ କେଉଁ କଳାକାରଙ୍କର ଦେହ ଖରାପ ତଥା ଚିକିତ୍ସା ପାଇଁ ଦାନ କରାଯାଉଥିବା କଥାକୁ ରୁଦ୍ର ଏକ ଟ୍ରେଣ୍ଡ ବୋଲି କହିଛନ୍ତି । ନିଜେ କଳାକାର ହୋଇ ଭିକ ମାଗିବା କିଛି ଆବଶ୍ୟକ ନାହିଁ । ଦୁଃଖ ସମୟରେ ନିଜ ପରିବାର ଲୋକ ସମ୍ପର୍କୀୟ ମାନେ ଥାନ୍ତି ସହଯୋଗ ପାଇଁ ।

 

ତେବେ ଦୁନିଆ ଲୋକଙ୍କ ଆଗରେ ଡବା ଧରି ଭିକ ମାଗିବା କଳାକାରକୁ ସୋଭା ଦେଉନାହିଁ । ତେବେ ଏହି କଥା କହି ସାରିବା ପରେ ରୁଦ୍ର ଭୁଲ ମଧ୍ୟ ମାଗିଛନ୍ତି କିନ୍ତୁ କଳାକାର ମାନଙ୍କୁ ଏହି କଥାଟିକୁ ଅବଗତ କରାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button