ଦେଶ ବିଦେଶ

କତାରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ, ଆଇନଗତ ବିକଳ୍ପ ସନ୍ଧାନ କରୁଛି ଭାରତ – Utkal Mail


ନୂଆଦିଲ୍ଲୀ:  ଉପସାଗରୀୟ ଦେଶ କତାରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। କତାରରେ ଅଦାଲତଙ୍କ ରାୟ କୁ ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି । ଏ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆମେ ଏଥିରେ ଗଭୀର ଆଶ୍ଚର୍ଯ୍ୟ ଏବଂ ଆମେ ଏକ ବିସ୍ତୃତ ରାୟକୁ ଅପେକ୍ଷା କରିଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଛୁ।

ଅଲ୍ ଦହରା କମ୍ପାନିର ୮ ଜଣ ଭାରତୀୟ କର୍ମଚାରୀଙ୍କ ସମ୍ପୃକ୍ତି ମାମଲାରେ କତାରର ଏକ ଅଦାଲତ ଆଜି ରାୟ ଶୁଣାଇଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। କୋର୍ଟ ସମସ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ବର୍ଷ ଅକ୍ଟୋବରରୁ ଏହି ୮ ଜଣ ଭାରତୀୟ କତାରରେ ବନ୍ଦୀ ଥିଲେ ।

“ଆମେ ମୃତ୍ୟୁଦଣ୍ଡରେ ଗଭୀର ଭାବରେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ରାୟକୁ ଅପେକ୍ଷା କରୁଛୁ । ଆମେ ଉକ୍ତ ୮ ଜଣଙ୍କ ପରିବାର ସଦସ୍ୟ ଏବଂ ଆଇନଜୀବୀ ଦଳ ସହିତ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ । ଆମେ ଏହି ମାମଲାକୁ ବହୁତ ଗୁରୁତ୍ୱ ଦେଉଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ । ଆମେ ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବୁ । ଆମେ କତାର କର୍ତ୍ତୃପକ୍ଷଙ୍କ ସହ ଏହାକୁ ଉଠାଇବୁ । ଏହି ମାମଲାର ଶୁଣାଣିର ଗୋପନୀୟ ପ୍ରକୃତି ହେତୁ ବର୍ତ୍ତମାନ ଅଧିକ ତଦନ୍ତ ହୋଇପାରୁନାହିଁ।

ଏମାନେ ସମସ୍ତେ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୦୨୨ରୁ ସେଠାରେ ଭାରତୀୟ ଯବାନଙ୍କୁ ଜେଲରେ ରଖାଯାଇଛି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କତାର କର୍ତ୍ତୃପକ୍ଷ ସାର୍ବଜନୀନ କରିନାହାନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button