ଜୀବନଶୈଳୀ

Pintuଙ୍କ ପରେ ପୁଣି ଜଣେ ଅଭିନେତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, କମେଡି ସହ ଖଳନାୟକ ଚରିତ୍ର କରୁଥିବା Satyaki Mishra ଏବେ ଗୁରୁତ୍ଵର… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଏହି କିଛି ଦିନ ହେବ ଓଡିଆ ଚଳଚିତ୍ର ଜଗତର ଜଣା ଶୁଣା ଜଣେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ଵର ଅଛି । କୁହା ଯାଉଛି ପିଣ୍ଟୁଙ୍କ ପେଟ ଫୁଲି ଥିବା ବେଳେ ପରିସ୍ରା କମ ହେଉଥିଲା । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଉ ଜଣେ ଅଭିନେତା ତଥା କଳାକାର ସାତ୍ୟକ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ଅଛି ।

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏବେ ଏହି ଖବର ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି କି ସାତ୍ୟକି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର । ଏଠି କହିବାକୁ ଚାହିଁବୁ ଯେ ଦୀର୍ଘ ଚାରି ବର୍ଷ ହେବ ସାତ୍ୟକି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ସେ ନିୟମିତ ଚିକିତ୍ସିତ ହେଉଥିଲେ । ଏହି ନିକଟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇ ପଡିଛି ।

ସେପଟେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଶିରୋସିଆ ରୋଗରେ ପୀଡିତ ଅଛନ୍ତି । ଆଉ ଏବେ ସେ ଚିକିତ୍ସିତ ହେଉଥିବା ବେଳେ ଏପଟେ ସାତ୍ୟକି ମିଶ୍ର କ୍ୟାନ୍ସର ସହ ଲଢୁ ଥିବା ଚର୍ଚ୍ଚା ହେଉଛି । ତେବେ ଶୁଣିବାକୁ ମିଳୁଛି କି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅପରେସନ ସରିଛି । ତେବେ ଏଠାରେ ଆମେ କହିବାକୁ ଚାହିଁବୁ ସାତ୍ୟକି ମିଶ୍ର ଉଭୟ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକ ଙ୍କ ହୃଦୟ ଜିତି ଥିଲେ ।

ସେ ବି ଅନେକ ଧାରାବାହିକ ଆଉ ସିନେମା ରେ ଅଭିନୟ କରିଛନ୍ତି । ଓଡିଶାର ଘରେ ଘରେ ସେ ପରିଚିତ ଅଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅଧିକ କିଛି ସୂଚନା ନ ଥିବା ବେଳେ କେମିତି ସେ ଜଲ୍ଦି ସୁସ୍ଥ ହୋଇ ପୁଣି ଥରେ କ୍ୟାମେରା ଆଗରେ ଛିଡା ହୋଇ ଦର୍ଶକଙ୍କୁ ହସେଇବେ କନ୍ଦେଇବେ ସେଥିପାଇଁ ସମସ୍ତେ ଭଗବାନଙ୍କୁ ଡାକୁ ଛନ୍ତି ।

ତେବେ ଏହାରି ମଧ୍ୟରେ ଆମେ ବି ମହାପ୍ରଭୁ ଜଗନ୍ନାଥଙ୍କୁ ଡାକୁଛୁ ସାତ୍ୟକି ମିଶ୍ର ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ତାଙ୍କ କର୍ମ ଜୀବନକୁ ଫେରନ୍ତୁ । ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ସାତ୍ଵିକ ଙ୍କ ଫ୍ୟାନ୍ସ ମାନେ ଏ ନେଇ ବହୁତ ବ୍ୟସ୍ତ ବିବ୍ରତ ହେବା ସହ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button