ଦେଶ ବିଦେଶ

ବ୍ରିଟେନ ମହାରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଗୁରୁତର।  ୯୬ବର୍ଷିୟା ଏଲିଜାବେଥ ଏବେ ଡାକ୍ତରଙ୍କ ଦେଖାଶୁଣାରେ ଅଛନ୍ତି। ତାଙ୍କର ଚିକିତ୍ସା ସ୍କଟଲ୍ୟାଣ୍ଡରେ ଚାଲିଛି। ଏନେଇ ବକିଂହାମ ପାଲେସରୁ ବୟାନ ଜାରି କରାଯାଇଛି। ତାଙ୍କ ଅସୁସ୍ଥତା ଖବର ମିଳିବା ପରେ ରାଜ ପରିବାରର ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚିବା ଆରମ୍ଭ କରୁଛନ୍ତି।

୯୬ ବର୍ଷୀୟା ବ୍ରିଟେନ ମହାରାଣୀ ଏଲିଜାବେଥ ଗୁରୁତ।  ବକିଂହାମ ପାଲେସ ତରଫରୁ ଜାରି ହୋଇଛି ଏସମ୍ପର୍କିତ ଏକ ବୟାନ। ତାଙ୍କୁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଓ ତାଙ୍କ ପତ୍ନୀ କେମିଲା, ନାତି ପ୍ରିନ୍ସ ୱିଲିୟମ୍ସ ଓ ସ୍କଟଲ୍ୟାଣ୍ଡ ପହଞ୍ଚୁଛନ୍ତି। ନାତି ପିନ୍ସ ହେରୀ ଓ ତାଙ୍କ ପତ୍ନୀ ମିଗନ ମଧ୍ୟ ସ୍କଟଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।

ମହାରାଣୀ ଏଲିଜା ବେଥ ଗ୍ରଷ୍ମ ଅବକାଶ ପାଇଁ ସ୍କଟଲ୍ୟାଣ୍ଡ ଯାଇଥିଲେ। ସେଠାରେ ବାଲମୋରାଲ କାଷ୍ଟଲରେ ରହୁଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅଧଇବ ଖରାପ ହୋଇଛି। ତେବେ କିଛି ଦିନ ହେବ ମହାରାଣୀ ଅସୁସ୍ଥ ରହି ଆସୁଛନ୍ତି। ତାଙ୍କୁ ଏପିସୋଡିକ ମୋବିଲିଟି ସମସ୍ୟା ରହିଛି। ଏହି ରୋଗ ସାଧାରଣତଃ ବୟସ୍କଙ୍କଠାରେ ଦେଖାଦେଇଥାଏ। ଗତ ଅକ୍ଟୋବରରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧିତ ସମସ୍ୟା ଦେଖାଦେଇଥିଲା। ସେବେଠାରୁ ତାଙ୍କ ଠିଆହେବା ଓ ଚଲାବୁଲାରେ ସମସ୍ୟା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button