ପ୍ରସବ ଦେଖିବାକୁ ବନିଥିଲା ନକଲି ଡାକ୍ତର ! ଧରାପଡିଲା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ଯାଏଁ ଏହି ଭିଡିଓ କୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ରହି ଯାଉଛି । ଆପଣ ମାନେ ମଧ୍ୟ ଏହି ଭିଡିଓ ପଛରେ ଥିବା ଗୁମର କଥା ଜାଣିଲେ ଅବାକ ହୋଇଯିବେ ଆଉ କହିବେ ଆଜିର ଦୁନିଆର ଏଭଳି ମଣିଷ କେମିତି ଆମ ସମାଜରେ ଘୁରି ବୁଲୁଛନ୍ତି ।
ଡାକ୍ତର ସାଜି ଖେଳ କରିଥାନ୍ତେ…ମେଡିକାଲରେ ପଶି ଦେଖିଥାନ୍ତେ ପ୍ରସବ…ଫିଟିଗଲା ଗୁମର, ପଡ଼ିଲା ଚାବୁକ୍ ! ଜେଲରେ ପଶିଲେ ନକଲି ଡାକ୍ତର ବାବୁ । ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଖବର ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଘଟିଛି ।
ଆଉ ଭଦ୍ରକରୁ ଆସୁଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣ ବି ନିଜକୁ ଲଜ୍ଜିତ ଅନୁଭବ କରିବେ । ହାତରେ ଡାକ୍ତର ହେବାର ପରିଚୟ ପତ୍ର ଧରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶି ଗଲେ ଯୁବକ । ଯିଏ ପଚାରିଲେ କହୁଥିଲେ ସେ ନୂଆ ପୋଷ୍ଟିଂ ପାଇ ଛନ୍ତି । ଏମିତିରେ ପ୍ରସୂତି ବିଭାଗ କେଉଁଠି ବୋଲି ସେ ପଚାରି ଯେବେ ଓଟି ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।
ଧରି ପକେଇଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଯୁବକ ଙ୍କ ହାବ ଭାବରୁ ତାଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ପାରିଥିଲେ ସିଡିଏମଓ ବାବୁ । ଏହା ପରେ ତାଙ୍କୁ ଧରି ନେଇ ଥିଲେ ଆଉ ଯୁବକଙ୍କ ଆଇଡି କାର୍ଡ ମଧ୍ୟ ଫେକ ବୋଲ ଜଣା ପଡିଗଲା । ପ୍ରସବ ଦେଖିବାକୁ ନକଲି ଡାକ୍ତର ସାଜି ଯୁବକ ଜଣକ ଏଭଳି କାଣ୍ଡ କରିଥିବା କୁହା ଯାଉଛି । ତେବେ ତାଙ୍କୁ ଏବେ ପୋଲିସ ଥାନାକୁ ଆଣି ପଚରା ଉଚରା କରୁଛି ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଜୋର୍ଦାର ଚର୍ଚ୍ଚା ହେଉଛି । ବିକୃତ ମାନସିକତା ଥିବା ମଣିଷ ବି ଏଭଳି ଭାବିବେ ନାହି ବୋଲି କହୁଛନ୍ତି ଲୋକେ । CDMO ଥିଲେ ବୋଲି ଆଜି ଏମିତି ଏକ ବଡ ଅଘଟଣ ହେବାରୁ ଟଳି ପଡିଗଲା । ହେଲେ ଏବେ ମେଡିକାଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ଛାଡି ଦେଇଗଲା ଅନେକ ପ୍ରଶ୍ନ