ଜୀବନଶୈଳୀ

ଦେଖନ୍ତୁ କେମିତି ପୋଲିସ ଓ ସାମ୍ବାଦିକ ମିଶି ବଞ୍ଚାଇଲେ ଶହ ଶହ ଲୋକଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ, ଦେଖି ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ସାବାସି ଦେବାକୁ ବାଧ୍ୟ ହେବେ । ଅନ୍ଧାର ରାତିରେ ବାଲି ପକାଉଛନ୍ତି ପୋଲିସ ଆଉ ଏଥିରେ ସହଯୋଗ କରୁଛନ୍ତି ଦୁଇ ସାମ୍ବାଦିକ । କାରଣ ଏହି ବାଲି ନ ପଡିଲେ ଦୁର୍ଘଟଣା ରେ ଅନେକ ଜୀବନ ଯିବାର ସମ୍ଭାବନା ରହିଥିଲା ।
ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଅନେକ ବାଇକ ଚାଳକ ଙ୍କ ଜୀବନ ବଞ୍ଚାଇଛନ୍ତି ଉଭୟ ପୋଲିସ ଓ ସାମ୍ବାଦିକ ମାନେ । ରବିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵର ରେ ଏମିତି କିଛି ଘଟିଥିଲା ଯାହା ଏକେ ନିଶ୍ଚିନ୍ତ ବିପଦରୁ ହଜାର ହଜାର ଲୋକଙ୍କୁ ବଞ୍ଚାଇ ଦେଇଥିଲା । ସାମ୍ବାଦିକ ଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ରାସ୍ତା ରେ ଯାଉଥିବା ହଜାର ହଜାର ଲୋକଙ୍କର ଜୀବନକୁ ବଞ୍ଚାଇ ଦେଇଛି ।

କେବଳ ଏତିକି ନୁହେଁ ବରଂ ପୋଲିସର ସହଯୋଗରେ ସେମାନେ ଏକ ବଡ ଅଘଟଣ ରୁ ଅନେକ ଲୋକଙ୍କୁ ବଞ୍ଚାଇ ପାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ହେଉଛି ରାଜଧାନୀ ଦେଇ ଯାଉଥିବା ରସୁଲଗଡ ଓଭର ବ୍ରିଜ ଉପରର । ରାସ୍ତା ରେ କିଛି ଜଣ ବାଲି ପକାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

 

ଏମାନେ ଆଉ କେହି ନୁହନ୍ତି ବରଂ ସେହି ପୋଲିସ ଓ ସାମ୍ବାଦିକ ଯେଉଁ ମାନେ ଲୋକଙ୍କ ଜୀବନକୁ ବଞ୍ଚାଇ ଦେଇଛନ୍ତି । ବିଳମ୍ବିତ ରାତି ରେ ଯେତେବେଳେ ରସୁଲଗଡ ଓଭର ବ୍ରିଜ ଉପରେ ଗାଡି ଯାଉଥିଲା ସେତେବେଳେ ହଠାତ କିଛି ଗାଡି ରାସ୍ତା ଉପରେ ଖସୁ ଥିବାର ନଜର ଆସୁଥିଲା । ସେହି ରାସ୍ତା ରେ ଯାଉଥିବା ସାମ୍ବାଦିକ ସୁବ୍ରତ ନାୟକ ମଧ୍ୟ ଏହାର ଶିକାର ହୋଇଥିଲେ ।

 

ସେ ତୁରନ୍ତ ରାସ୍ତା ଉପରେ ନଜର ପକାଇବାରୁ ଦେଖିଥିଲେ ଯେ ଅନେକ ଦୂର ଯାଏଁ ମୋଭିଲ ବା ତୈଳ ଜାତୀୟ ସାମଗ୍ରୀ କିଛି ପଡିଛି । ସଙ୍ଗେ ସଙ୍ଗେ ସେ ପିସିଆର ଭ୍ୟାନ କୁ ଫୋନ କରିଥିଲେ । ପିସିଆର ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ରାସ୍ତା ରେ ବାଲି ପକାଇବାକୁ ଲାଗିଥିଲେ । ଅନେକ ସମୟ ଧରି ରାସ୍ତା ଉପରେ ସହ ସହ ଗାଡି ଅଟକି ରହିଥିଲା ।

 

ରାସ୍ତା ରେ ବାଲି ପଡିବା ପରେ ଲୋକଙ୍କ ଚଳ ପ୍ରଚଳ ଆରମ୍ଭ ହୋଇଥିଲା । ସ୍ଥାନୀୟ କିଛି ବନ୍ଧୁ ଙ୍କ ସହଯୋଗରେ ରାସ୍ତା ଉପରେ ବାଲି ପଡିବା ପରେ ଲୋକେ ସୁରକ୍ଷିତ ଭାବେ ଯିବା ଆସିବା କରିଛନ୍ତି । ତେବେ ସାମ୍ବାଦିକ ଓ ପୋଲିସ ର ମିଳିତ ପ୍ରୟାସ କୁ ନେଇ ଏବେ ପ୍ରଶଂସା ମିଳୁଛି । ଲୋକେ ଏହାକୁ ପ୍ରଶଂସା କରିବା ସହ ସମାଜ ପାଇଁ ଏକ ବଡ ଉଦାହରଣ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button