ମନୋରଞ୍ଜନ

ପ୍ରଥମ ଥର ଦେଖନ୍ତୁ ଆନି ଭବନ, ନିଜ ସ୍ତ୍ରୀଙ୍କ ନାମରେ ଏହାର ନାମ ରଖିଥିଲେ Mihir Das, ଆଜି ସେହି Ani ଭବନରେ ଭାଙ୍ଗି ପଡିଛି ଦୁଃଖର ପାହାଡ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଆଉ ଏ ଦୁନିଆରେ ନାହାନ୍ତି । ସେ ଲିଭର ଜନିତ ସମସ୍ୟରେ ପୀଡିତ ଥିବାରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେ-ହା-ନ୍ତ ଘଟିଛି । ଆଉ ଏବେ ସୋସିଆଲ ମିଡିଆରେ ମିହିର ଦାସ ଙ୍କ ଘର ର ଏକ ଚିତ୍ର ସାମ୍ନା କୁ ଆସିଛି । ଯାହାକୁ ଦେଖିଲେ ଲାଗୁଛି ସେ ଘର ଅଛି ସତ କିନ୍ତୁ ସେ ଘରେ କେହି ମଣିଷ ଆଉ ନାହାନ୍ତି ।

ଲୋକେ ସେହି ରାସ୍ତା ଦେଇ ଜୀବ ଆସିବା କରୁଛନ୍ତି ଘର ଆଡକୁ ଚାହିଁ କି କହୁଛନ୍ତି ଏ ହେଉଛି ମିହିର ଦାସ ଙ୍କ ଘର । ନୀତି ସକାଳୁ ସଞ୍ଜ ଯେଉଁ ଘରେ ଅତିଥିଙ୍କ ଗହଳି ଜମୁଥିଲା ଆଉ କଳାକାର ମାନଙ୍କର ଭିଡ ଜମୁଥିଲା ଆଉ ନିଜ ନିଜର ଡାଇଲଗ ରେ ସେ ଘର ଉଠୁଥିଲା ପଡୁଥିଲା । କିନ୍ତୁ ଆଜି ସେହି ଘରେ କଳା ର ବାଦଲ ଘୋଟି ଯାଇଛି ।

ହଁ ଦର୍ଶକ ବନ୍ଧୁ ବରିଷ୍ଠ ଅଭିନେତା ସ୍ବ-ର୍ଗ-ତଃ ମିହିର ଦାସ ଯିଏ ନିଜ ସ୍ତ୍ରୀ ଙ୍କୁ ଏତେ ଭଲ ପାଉଥିଲେ କି ସବୁ ସଭା ସମିତି ଯେଉଁଠି କି ଯାଉଥିଲେ ନିଜ ସ୍ତ୍ରୀ ଆନି ଙ୍କ କଥା କହୁଥିଲେ । ଆଉ ନିଜ ସ୍ଵପ୍ନର ଘର ଯାହାକୁ ସେ ପରିଶ୍ରମ କରି ତିଆରି କରିଥିଲେ ଯାହାର ନାମ ରଖିଥିଲେ ଆନି । ଆଜି ସେହି ଆନି ଘର ଖାଲି ପଡିଛି । ଘର ଅଛି ସତ ଘରର ନାଁ ଅଛି ସତ କିନ୍ତୁ ଘରର ଖୁସି ସବୁ ମିଳେଇ ଯାଇଛି ।

ଘରର ଖୁସି ସବୁ ପାଣି ଫୋଟକା ପରି ଫାଟି ଯାଇଛି । କାରଣ ସେହି ଘରର ନାଁ ଯାହାର ସେ ନାହି । ଯିଏ ଘରର ନାଁ ରଖିଥିଲେ ସିଏ ନାହାନ୍ତି । ଆଉ ସେହି ଘରର ଭବିଷ୍ୟତ ଯିଏ ଥିଲା ସେ ବି ଆଜି ନାହି । ସ୍ନେହ, ଶ୍ରଦ୍ଧା, ମମତା ଦେଇ ସିମେଣ୍ଟ, ବାଲି, ରଡ ରେ ତିଆରି ହୋଇଥିବା ସୁନ୍ଦର ଘର ଟି ହେଉଛି ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ଘର । ଯାହା ତାଙ୍କ ସ୍ତ୍ରୀ ଙ୍କ ନାମରେ ନାମିତ କରା ଯାଇଛି ଆନି ଭବନ ।

ନୀତି ସକାଳେ ହେଲେ କଳାକାର ଙ୍କର ସ୍ଵର ଉଠେ କିନ୍ତୁ ଆଜି ଖାଁ ଖାଁ ପଡିଛି । ଲୋକେ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଆଉ ଘର ଆଡକୁ ଚାହିଁ କହୁଛନ୍ତି ଏ ହେଉଛି ମିହିର ଦାସ ଙ୍କ ଘର । ଏ ହେଉଛି ଆନି ଭବନ ଯାହାକୁ ମିହିର ଦାସ ତିଆରି କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button