ମନୋରଞ୍ଜନ

୫ ବର୍ଷ ବୟସରେ ବାପାଙ୍କ ଉପରେ ରାଗିକି ଘର ଛାଡ଼ିଥିବା ଅଭିନେତ୍ରୀ ଆଜି ଜଣେ ସୁପର୍‌ଷ୍ଟାର୍‌ – Utkal Mail


ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ପିଲାଦିନର ଫଟୋ ଦେଖାଇଛୁ। ସେମାନଙ୍କ ମଧ୍ୟରୁ କିଛି ସେଲିବ୍ରିଟିଙ୍କର ପିଲାଦିନର ମୁହଁ ସହ ଏବେକାର ମୁହଁରେ ଏତେ ସାମଞ୍ଜସ୍ୟ ଥାଏ ‌ଯେ ଚିହ୍ନିବା ଖୁବ୍ ସହଜ ହୋଇଥାଏ। ଅନେକଙ୍କୁ ଚିହ୍ନିବା ଆଦୌ ବି ସମ୍ଭବ ହୁଏ ନାହିଁ।

ଆଜି ଆମେ ଏପରି ବଲିଉଡ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଆଣିଛୁ, ଯିଏ ବହୁତ ସୁନ୍ଦର ଏବଂ ଦକ୍ଷ ମଧ୍ୟ। ଏହି ଅଭିନେତ୍ରୀ ହେଉଛନ୍ତି ମିସ୍ ଏସିଆ ପେସିଫିକ୍। ଏହି ଅଭିନେତ୍ରୀ ଜଣକ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ରାତାରାତି ଖ୍ୟାତି ଲାଭ କରିଥିଲେ। ଜଣେ ବଙ୍ଗୀୟ ମା ଏବଂ ଜର୍ମାନ ପିତାଙ୍କଠାରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀ ତାଙ୍କ ସାବତ ପିତାଙ୍କ ସାଙ୍ଗିଆ ବ୍ୟବହାର କରନ୍ତି।

ଆପଣ ବର୍ତ୍ତମାନ ଏହି ସୁନ୍ଦର ଅଭିନେତ୍ରୀ କିଏ ବୋଲି ଅନୁମାନ କରି ସାରିବେଣି। ଯଦି କରିନାହାନ୍ତି, ତେବେ ଜାଣିରଖନ୍ତୁ ଯେ କଳା ଏବଂ ଧଳା ଫଟୋରେ ଦେଖା ଯାଉଥିବା ଏହି କୁନି ଝିଅ ହେଉଛି ଆଜି ବଲିଉଡର ଜଣାଶୁଣା ଅଭିନେତ୍ରୀ ଦିୟା ମିର୍ଜା।

ndtv.in

ଦିୟା ମିର୍ଜାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥାଏ, ତାଙ୍କ ପିତାଙ୍କ ଉପରେ କ୍ରୋଧିତ ହୋଇ ଅଭିନେତ୍ରୀ ଘର ଛାଡ଼ି ପଳାଇ ଯାଇଥିଲେ।  ଦିୟାଙ୍କ ବାପା ରାଗରେ ତାଙ୍କୁ ଗାଳି କରିଥିବାରୁ ସେ ଘରୁ ବାହାରି ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲେ। ତେବେ ଏହା ପରେ ତାଙ୍କ ବାପା ତାଙ୍କୁ ଆଉ ଗାଳି କରିବେନି ବୋଲି କହି ଘରକୁ ଫେରାଇ ଆଣିଥିଲେ।

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ, ଦିୟା ମିର୍ଜା ଏକ ମିଡିଆ ଫାର୍ମରେ ମାର୍କେଟିଂ ଏଜୁକ୍ୟୁଟିଭ୍ ଭାବେ କାମ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ପାଞ୍ଚ ହଜାର ଟଙ୍କା ଦରମା ମିଳୁଥିଲା।
୨୦୦୧ ମସିହାରେ ଆର ମାଧବନଙ୍କ ସହ ଆସିଥିବା ଦିୟା ମିର୍ଜାଙ୍କ ପ୍ରଥମ ଚଳଚ୍ଚିତ୍ର ‘ରେହେନା ‌ହେ ତେରେ ଦିଲ୍‌ ମେ’ ସୁପର ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି ବଲିଉଡର ସର୍ବୋତ୍ତମ ରୋମାଣ୍ଟିକ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button