ସ୍ୱାସ୍ଥ୍ୟ

ପଖାଳ ଖାଇଲେ ମୋଟା ହେବେ ନାହିଁ, ଡାଏଟିସିଆନ କହିଲେ ପଖାଳ ଖାଇଲେ ମିଳୁଥିବା ଫାଇଦା ବିଷୟରେ, ଦେଖନ୍ତୁ video

ବନ୍ଧୁଗଣ ଆଜିକାଲି ମୋଟାପାକୁ ନେଇ ଅନେକ ସମସ୍ଯା ଦେଖା ଯାଉଛି । ମୋଟା ହେବା କାରଣରୁ ବ୍ୟକ୍ତି ନାନା ପ୍ରକାରର ଡାଏଟ କରିବା ସହ ମେଡ଼ିସିନ ମଧ୍ୟ ନେଉଛି । ଏମିତିକି ଯୋଗ ବା ବ୍ୟାୟମ ମଧ୍ୟ କରୁଛନ୍ତି । ତେବେ କିଛି ଲୋକ ଭାବନ୍ତି କି ପଖାଳ ଖାଇଲେ ମୋଟାପା ବୃଦ୍ଧି ପାଇଥାଏ । ତେବେ ଏ ନେଇ ଗଣମାଧ୍ୟମରେ ଜଣେ ମହିଳା ନିଜର ମତ ଦେଇଛନ୍ତି ।

ସେ କହୁଛନ୍ତି ଯେ “ସୂର୍ଯ୍ୟ କିରଣରେ ଦିନକୁ 20ରୁ 25 ମିନିଟ ଯାଏଁ ରହିବା ନିହାତି ଜରୁରୀ ଅଟେ । ସକାଳ 6ରୁ 9ଟା ଯାଏଁ ସୂର୍ଯ୍ୟ କିରଣରେ ଭିଟାମିନ-ଡି ଅଧିକ ରହିଥାଏ । ସକାଳୁ ଖରା ଶରୀରରେ ବାଜିଲେ ଭିଟାମିନ-ଡି ର ଅଭାବ ହେବ ନାହି । ଛତୁ, ଅଣ୍ଡା, ବିଭିନ୍ନ ପ୍ରକାରର ଫଳ ଖାଇଲେ ଆମ ଶରୀରକୁ ଭିଟାମିନ-ଡି ମିଳିଥାଏ । ଆମର ପୂର୍ବ ପରୁଷ ମାନେ ପୂର୍ବରୁ ପଖାଳ ଖାଇ ସୁସ୍ଥ ରହିଥାଏ ।

ପଖାଳ ଖାଇବା ବହୁତ ଭଲ ହୋଇଥାଏ । ପଖାଳ ରେ ବହୁତ ସାରା ଶକ୍ତି ଥାଏ । ଏହାକୁ ଖାଇଲେ କେବେ ବି ବ୍ୟକ୍ତି ମୋଟା ହେବ ନାହି । କିନ୍ତୁ ପଖାଳ ଖାଇ କି ଶୋଇଲେ ବ୍ୟକ୍ତି ମୋଟା ହୋଇଯାଏ । ଏହା ସହ ଇମ୍ୟୁନିଟି ପାୱାର ମଧ୍ୟ ମଜବୁତ ହୋଇଥାଏ । ଗାଁ ମାନଙ୍କରେ ମୁଗ, ଶାଗ ଖାଉ ଥିବାରୁ ସେଠିକାର ଲୋକ ମାନେ ବହୁତ ଷ୍ଟ୍ରାଙ୍ଗ ହୋଇଥାନ୍ତି । ଗାଁ ମାନଙ୍କରେ ହେଉଥିବା ଚାଷ ନ୍ଯାଚୁରାଲ ଅଟେ ।

କିନ୍ତୁ ସହରାଞ୍ଚଳ ରେ ବିଭିନ୍ନ ପ୍ରକାରର କେମିକାଲ ଉକ୍ତ ସାରା ଦିଆ ଯାଉଛି । ଏହି ସବୁ ଖାଦ୍ଯ ରେ ନ୍ୟୁଟ୍ରେସନ ବହୁତ କମ ଥାଏ । ଯଦି ପଖାଳ ଖାଇ ଲୋକ କାମ କରନ୍ତି ତେବେ କେବେ ବି ମୋଟା ହେବେ ନାହି । କିନ୍ତୁ ପଖାଳ ଖାଇ ଯଦି 3 ରୁ 4 ଘଣ୍ଟା ଯାଏଁ ଶୋଇ ପଡିବେ ତେବେ ଚର୍ବି ବୃଦ୍ଧି ପାଇଥାଏ । ବହୁତ ପ୍ରକାରର ଡାଏଟ ଏବେ ଲୋକ ମାନେ କରୁଛନ୍ତି । କିନ୍ତୁ ମୋଟା ହୋଇ ଯାଉଛନ୍ତି ।

ଯଦି ଠିକ ଭାବେ ଡାଏଟ ମେଣ୍ଟେନ କରିବା ତେବେ ମୋଟାପା ବୃଦ୍ଧି ପାଇବ ନାହି । ଯେଉଁ ମାନଙ୍କର ଡାଇବେଟିସ ବା ଅନ୍ୟ କୌଣସି ରୋଗ ଅଛି ତେବେ ସେମାନେ ଉପବାସ ରହିବା ଉଚିତ ନୁହେଁ । ଯଦି ଉପବାସ କରିବାର ଅଛି ତେବେ ଫଳ ଆଦି ଖାଇ ପାରିବେ । କିନ୍ତୁ ଫଳ ଖାଇ କେହି କେବେ ପତଳା ହୋଇ ପାରିବେ ନାହି ।

ଅଧିକ ସମୟ ଯାଏଁ ଉପାସରେ ରହିଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ମୋଟାପା କମ କରିବାକୁ ଚାହୁଁ ଛନ୍ତି ତେବେ ତେଲ ଜାତୀୟ ଖାଦ୍ୟ, ବାହାରର ଖାଦ୍ୟ ଖାଇବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button