ଦେଶ ବିଦେଶ

ମଦ ପିଇ ବିଚ୍ ରାସ୍ତାରେ ମହିଳାଙ୍କ ହାଇଡ୍ରାମା, ପୁଲିସକୁ ଚାପୁଡ଼ା ମାରିବା ସହ ଧକ୍କା ଦେଲେ – Utkal Mail


ଭଦୋଦରା: ମଦ ପିଇ ବିଚ୍ ରାସ୍ତାରେ ମହିଳାଙ୍କ ହାଇଡ୍ରାମା। ପୁଲିସକୁ ଚାପୁଡ଼ା ମାରିବା ସହ ଧକ୍କା ଦେଲେ ନିଶାଗ୍ରସ୍ତ ମହିଳା। ଗୁଜରାଟର ଭଦୋଦରାରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ରେକର୍ଡ କରିଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଭାଇରାଲ ହୋଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ମହିଳାଜଣକ ମଦ ପିଇ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ମହିଳାଜଣକ ଗାଳି କରିବା ଆରମ୍ଭ କରିଥିଲେ। ତାଙ୍କୁ ଶାନ୍ତ ହେବାକୁ କହୁଥିବା ପୁରୁଷ ପୁଲିସକର୍ମୀଙ୍କୁ ମହିଳାଜଣକ ଧକ୍କା ମାରିଥିଲେ। ଟିମ୍ ସହିତ ଜଣେ ମହିଳା ପୁଲିସ ଥିବା ବେଳେ ମହିଳାଙ୍କୁ କାବୁ କରିବା ଅସମ୍ଭବ ଥିଲା। ତେଣୁ ଆଉ ୨-୩ଜଣ ମହିଳା ପୁଲିସଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏହା ପରେ ମହିଳାଙ୍କୁ କାବୁ କରି ପୁଲିସ ଗାଡ଼ିରେ ବସାଯାଇଥିଲା। ହେଲେ ଏହି ସମୟରେ ମଧ୍ୟ ମହିଳାଜଣକ ପୁଲିସକୁ ମାଡ଼ ମାରିଥିବାରୁ ଖୁସି ହେବା ସହ ଜଣେ ମହିଳା ପୁଲିସକର୍ମୀଙ୍କୁ ଚାପୁଡ଼ା ମାରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button