ଦେଶ ବିଦେଶ

ନେପାଳ ବିମାନ ଦୁର୍ଘଟଣା: ଫେସବୁକ Live ଭିଡିଓ କେମିତି ହେଲା ଭାଇରାଲ ? ଦେଖନ୍ତୁ Videoରେ ଛାତିଥରା ଦୃଶ୍ୟ

ନେପାଳ ବିମାନ ଦୁର୍ଘଟଣା ର ଭିଡିଓ ଭାଇରାଲ ହୋଇଛି ଏବେ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ । ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଏହି ଛାତି ଥରା ଭିଡିଓ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ କୁ ନେଇ ନାନା ଚର୍ଚ୍ଚା ହେଉଛି । ବିମାନରେ କେମିତି ହେଲା ଫେସବୁକ ଲାଇଭ । ଫ୍ଲାଇଟ ମୋଡ ରେ ମୋବାଇଲ ରଖିବାକୁ ନିୟମ ଥିଲେ ବି ଏମିତି କିଏ କରିଲା ଲାଇଭ ଏବେ ପ୍ରଶ୍ନ ଉଠୁଛି ।

ନେପାଳ ବିମାନ ଦୁର୍ଘଟଣା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି । ଏକା ଥରକେ ପ୍ରାଣ ହରାଇଛନ୍ତି 4-କୃ ମେମ୍ବର କୁ ମିଶାଇ 68 ଜଣ ଯାତ୍ରୀ । ତେବେ ସୋସିଆଲ ମିଡିଆରେ ଦୁର୍ଘଟଣା ର ଲାଇଭ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥି ରେ ଫ୍ଲାଇଟ ଭିତରେ ଥିବା ଜଣେ ବ୍ୟକ୍ତି ଫେସବୁଲ ଲାଇଭ କରୁଥିବା ଦେଖିବାକୁ ମିଳିଛି । ଠିକ ଏହି ସମୟରେ ବିମାନ ଟି ଦୁର୍ଘଟଣା ଗ୍ରସ୍ତ ହେବ ସହ ହୁତୁହୁତୁ ହୋଇ ଜଳି ଯାଉଛି ।

ଭିଡିଓ କୁ ଦେଖିବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାଇରାଲ ଭିଡିଓ ଟି କେଉଁଠୁ ମିଳିଲା ବୋଲି ପ୍ରଶ୍ନ ଉଠୁଥିବାରୁ ଏହାକୁ ଇଛି ଲୋକ ଫେସବୁକ ରୁ ସଂଗ୍ରହ କରିଥିବା ଉତ୍ତର ଆସିଛି । ତେବେ ଫେସବୁଲ ଲାଇଭ ପରେ ଭିଡିଓ ଟି ସେୟାର ହୋଇ ନ ଥିବାରୁ ଭିଡିଓ ଟି କେଉଁଠୁ ମିଳିଲା ବୋଲି କୁହା ଯାଉଛି । ଏହା ସହ ଆଉ ଅନେକ ଲୋକ ଆଉ ଏକ ଦିଗକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ବିମାନ ସୁରକ୍ଷା ଉପରେ ଏହି ପ୍ରଶ୍ନ ଉଠିଛି । ବିମାନ ରେ ଯିବା ସମୟରେ ମୋବାଇଲ ଫୋନ ସୁଇଜ ଅଫ ବା ଏରୋ ପ୍ଳେନ ରେ ମୋଡ ରେ ରଖିବାକୁ କୁହା ଯାଇଥାଏ । ହେଲେ ଏହି ଗାଇଡ ଲାଇନ କୁ କିଛି ଲୋକ ମାନି ନ ଥାନ୍ତି । ବେଳେବେଳେ ଏହା ବିପଦକୁ ଟାଣି ଆଣିଲା ଭଳି ଆଶଙ୍କା କରା ଯାଉଛି । ବୀମାନରେ ମୋବାଇଲ ଏରୋପ୍ଳେନ ମୋଡ ରେ ନ ରହିଲେ କିଛି ବି ଦୁର୍ଘଟଣା ଘଟେ ନାହି ।

ହେଲେ ସୁରକ୍ଷା ଗତ କାରଣରୁ ଏରୋପ୍ଳେନ ମୋଡ ରେ ରଖିବାକୁ କୁହା ଯାଇଥାଏ । ମୋବାଇଲ ସିଗନାଲ ଇଲେକ୍ଟ୍ରୋ ମ୍ୟାଗେଟିକ ଇଣ୍ଟରଫରେନ୍ସ କରୁ ଥିବାର ବିପଦ ଜନକ ମନେ କରି ମୋବାଇଲ କୁ ସୁଇଜ ଅଫ ବା ଏରୋପ୍ଳେନ ମୋଡ ରେ ରଖିବାକୁ କୁହା ଯାଇଥାଏ ।

କିଛି ଲୋକ ଙ୍କ କହିବା କଥା ବିମାନ ଭିତରେ ଥିବା ୱାଇ-ଫାଇ କୁ ବ୍ୟବହାର କରି ବ୍ୟକ୍ତି ଜନକ ଫେସବୁକ ଲାଇଭ କରି ପାରନ୍ତି । ସେ ଯାହା ବି ହେଉ ଭିଡିଓ ଟି କେମିତି ଭାଇରାଲ ହେଲା ତାହାର ସତ ପଦା କୁ ଆସିବା ନିହାତି ଜରୁରୀ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button