ଜୀବନଶୈଳୀ

ଏମିତି ଯୁବକଙ୍କୁ ଶହେ ସଲାମ! ଭାଉଜ ମଥାରେ ସିନ୍ଦୁର ଦେଲେ Anil… କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ କଣ କହୁଛନ୍ତି ଶାଶୁ

ନମସ୍କାର ବନ୍ଧୁଗଣ, ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଭାଉଜ ମଥାରେ ସିନ୍ଦୁର ଦେଲେ ଦିଅର । ଆଉ ଭାଉଜର 3ଟି ପିଲାଙ୍କୁ ବାପାର ପରିଚୟ ଦେଲେ ଦିଅର । ଆଜ୍ଞା ହଁ ଏହି କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ । କୋଟିଏ ଠାକୁର ପୂଜିଲେ ଏମିତି ଶାଶୁ ମିଳିବେ ନାହି ସନ୍ଦେହ ।

ଆଉ 3ଟି ପିଲାର ମା ନିଜର ବିଧବା ଭାଉଜକୁ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଦିଅର ଅନିଲ କୁ ମଧ୍ୟ ଯେତେ ପ୍ରଶଂସା କରିଲେ କମ ହେବ । ଗାଁ ଜଗନ୍ନାଥ ମନ୍ଦିରରେ ଭାଉଜ ମଥାରେ ସିନ୍ଦୁର ଦେଇଛନ୍ତି ଅନିଲ । ବାହାଘରରେ ଉପସ୍ଥିତ ଅଛନ୍ତି ଗାଁ ଲୋକେ ଓ ବନ୍ଧୁ ବାନ୍ଧବ । ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କୁମ୍ଭାରଟଙ୍ଗା ଗାଁ ର ଅନିଲ ଶେଠୀ ବିଦେଶରେ ରହି କାମ କରନ୍ତି ।

ତାଙ୍କ ଭାଇ ସୁନିଲ ଶେଠୀ କିଛି ବର୍ଷ ତଳେ ତାଙ୍କର ଗାଁ ରେ କାଜଲ ଶେଠୀଙ୍କୁ ପ୍ରେମ ବିବାହ କରିଥିଲେ । ଭାଇ ଭାଉଜଙ୍କର 3ଟି ପିଲା । ସଂସାର ବେସ ଭଲରେ ଚାଲିଥିଲା । ହେଲେ ଦେଢ ବର୍ଷ ତଳେ ଭାଇ ସୁନିଲ କ୍ୟାନସରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଏହା ପରେ ସ୍ତ୍ରୀ କାଜଲ ଅସହାୟ ହୋଇ ପଡିଥିଲେ 3 ପିଲାଙ୍କୁ ।

ଭାଇଙ୍କ ବାର୍ଷିକୀୟାକୁ ନେଇ ଘରକୁ ଆସିଥିବା ସାନ ଭାଇ ଅନିଲ ଭାଉଜ ସହ ବିବାହ କରିବାକୁ ବାପା-ମା ପ୍ରସ୍ତାବ ଦେଇଥିଲେ । ଭାଉଜଙ୍କ ଅସହାୟତା ଓ ପୁତୁରା ଝିଆରୀଙ୍କ ମୁହଁକୁ ଚାହିଁ ଶେଷରେ ଅନିଲ ବି ଏଥିରେ ରାଜି ହୋଇଥିଲେ । ଉଜୁଡି ଯାଇଥିବା ଏକ ସଂସାର ପୁଣି ହସି ଉଠିଛି । ଯୋଡି ହୋଇ ଯାଇଛି ସେମାନଙ୍କ ପରିବାର । ଭାଉଜ କାଜଲ ଙ୍କୁ ନୂଆ ଜୀବନସାଥୀ ମିୟଲିଛି ।

ତାଙ୍କ ବାପା ଛେଉଣ୍ଡ ତିନି ପିଲାଙ୍କୁ ଆଜି ବାପା ମିଳିଛି । ଭାଉଜକୁ ବିବାହ କରିବାକୁ ଅନିଲଙ୍କ ନିଷ୍ପତିରେ ପରିବାର ଲୋକେ ଖୁସି ତାହା ନୁହନ୍ତି ବରଂ ବନ୍ଧୁ ବାନ୍ଧବ ଓ ଗ୍ରାମ ବାସୀ ବି ଅନିଲଙ୍କୁ ବାହା ବାହା କହିଛନ୍ତି । ଆଜିକାଲି ଯୁବ ପିଢୀ ନିଜ ସୁଖରେ ବ୍ୟସ୍ତ ରହୁଛନ୍ତି । ବଡ ହେଲା ପରେ ସେମାନେ ବାଛୁଛନ୍ତି ନିଜର ଜୀବନ ସାଥି ଆଉ ଗଢୁଛନ୍ତି ନିଜର ସଂସାର ।

ଭାଇ ଭାଉଜ ଙ୍କ କଥା ଦୂରରେ ଥାଉ ଆଜିକାଲି ବାପା ମା ଙ୍କ କଥା ବି ପୁଅ ମାନେ ମାନୁ ନାହାନ୍ତି । ହେଲେ କୁମ୍ଭାରଟଙ୍ଗା ଗାଁ ର ଯୁବକ ଅନିଲ ଏ କ୍ଷେତ୍ରରେ ଏକ ଆଦର୍ଶ ଉଦାହରଣ ସାଜିଛନ୍ତି ଆଜିର ସମାଜ ପାଇଁ । ଏଥିପାଇଁ ତାଙ୍କୁ ଯେତେ ପ୍ରଶଂସା କରିଲେ ବି କମ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button