ଗାଁ ଅଛି ହେଲେ ପୁରୁଷ ନାହାନ୍ତି! ଏହି ଗାଁ ରେ ନାହାନ୍ତି କେହି ବି ଟୋକା କି ଭେଣ୍ଡା…. କାରଣ ଜାଣି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ଏହି ଗାଁ କୁ ଦେଖିଲେ ମନେ ପଡେ ଛୋଟ ମୋର ଗାଁଟି ଭୂଗୋଳ ପୋଥି ପାଟରେ ପଛେ ନ ଥାଉ ତାର ନା ଟି ର ପଂକ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛି ଛୋଟ ଗାଁଟି । ଯେଉଁ ଗାଁରେ ଆଜି ବି ସରକାରି ଯୋଜନା ପହଞ୍ଚି ନାହି । ଦେଖୁ ନାହାନ୍ତି ଏହି ଗାଁ କୁ ସରକାର ଆଡ ଆଖିରେ ଚାହିଁଲେ ନାହି ବୋଲି ଆଜି ବି ମୁରବି ବିହୀନ ହୋଇ ଯାଇଛି ଗାଁ । ଆପଣ ଭାବୁଥିବେ ଗାଁରେ ତ ଅଳ୍ପ ବହୁତ ଲୋକ ଅଛନ୍ତି । ମହିଳା ଓ ପିଲା ଅଛନ୍ତି ।
ଅଛନ୍ତି ସତ କେବଳ ବୁଢା ବୁଢୀ ମଉସା ମାଉସୀ ଅଛନ୍ତି । ହେଲେ ନାହାନ୍ତି ଟୋକା ଭେଣ୍ଡା ବାପା କି ଦାଦା । କାହିଁକି ସେମାନେ ଏବେ ପର ରାଇଜକୁ ଯାଇଛନ୍ତି ଦାଦନ ଖଟିବାକୁ । ଦାଦନ ଖଟିଲେ ପରିବାର ଚାଲିବ । ତେଣୁ ଆଜି ଏ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଛି । ଆଉ ଗାଁ କୁ ଜଗି ରହିଛନ୍ତି ଏଇ କେତେ ଜଣ ବୃଦ୍ଧ ବୃଦ୍ଧା ଓ କୁନି କୁନି ପିଲା । ଏହି ଗାଁ ର ନାମ ଉଦୟପୁର ।
ହେଲେ ଏଠି ତ ନବୀନ ସରକାର ଙ୍କ ବିକାଶ ଅସ୍ତ ହୋଇ ଯାଇଛି । ନାହି ନାହି ର ଏହି ଗାଁ ରହିଛି ନବରଙ୍ଗପୁର ରେ ଜିଲ୍ଲା ତେନ୍ତୁଳିପୁଟି ସଦର ପଞ୍ଚାୟତରେ ରହିଛି ଏହି ଉଦୟପୁର ଗାଁ । ଗାଁ ରେ ରହିଛି 200 ଜନସଂଖ୍ୟା ବିଶିଷ୍ଟ 2ଟି ୱାର୍ଡ । କୁଲି ମଜୁରି କରିଲେ ଏହି ପରିବାର ଚଳେ । ଗାଁ ରେ ନା ଅଛି ନିଯୁକ୍ତି ନା ମିଳୁଛି ସର୍ବ ନିମ୍ନ ସରକାରି ସୁଯୋଗ ।
ଏଣୁ ଗାଁ ର 40% ଲୋକ ଏବେ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ, ବ୍ୟାଙ୍ଗାଲୋର ଚାଲି ଯାଉଛନ୍ତି କାମ କରିବାକୁ । ତେବେ ଏହି ଗାଁ ରେ କୌଣସି ପ୍ରକାରର ସରକାରି ଯୋଜନା ମିଳି ନାହି । ଯାହା ଫଳରେ ସେଠିକାର ପୁରୁଷ ମାନେ ଦାଦନ ଖଟିବାକୁ ବାହାର ଦେଶକୁ ଚାଲି ଯାଉଛନ୍ତି । ତେବେ ସେଠିକରି ବୃଦ୍ଧ ମହିଳା ଓ ପୁରୁଷ ମାନେ ଗାଁ ରେ ରହିଛନ୍ତି ।
ଏମିତିକି ସେଠିକାର ପିଲା ମାନଙ୍କର ବିକାଶ ରେ ମଧ୍ୟ କୌଣସି ଉନ୍ନତି ହୋଇପାରୁ ନାହି । ଯାହା ଫଳରେ ଏହି ଗାଁ ଟି ଏବେ ପୁରୁଷ ଶୂନ୍ୟ ହେବାକୁ ବସିଲାଣି । ତେବେ ସରକାର ଙ୍କ ଦ୍ରୁଷ୍ଟି ଏହି ଗାଁ ଉପରେ କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।
ଆଉ ଏଠିକାର ଉନ୍ନୟନ କର୍ତ୍ତୁପକ୍ଷ ଏହି ଗାଁ ରେ ସୁଧାର ଆସିବାକୁ ଗଣମାଧ୍ୟମରେ କହିବାର ନଜର ଆସୁଛନ୍ତି