ମନୋରଞ୍ଜନ

ଘୋଷଣା ହେଲା ତାରିଖ, ଏହି ଦିନ ରିଲିଜ୍ ହେବ ‘ଯବାନ’ର ଟ୍ରେଲର – Utkal Mail


ମୁମ୍ବାଇ: ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥି ସହିତ ନିର୍ମାତା ସିନେମାର କାହାଣୀକୁ ନେଇ ସପେନ୍ସ ଜାରି ରଖିଛନ୍ତି। ଆଜି ‘ଯବାନ’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା, ଯାହା ଦର୍ଶକଙ୍କ ଉତ୍ସାହ ବଢ଼ାଇଛି।

କୁହାଯାଉଛି ଯେ, ଅଗଷ୍ଟ ୩୧ରେ ଫିଲ୍ମର ଟ୍ରେଲର ରିଲିଜ୍ କରିବେ ନିର୍ମାତା। ଜୁଲାଇ ୧୦ରେ ‘ଯବାନ’ର ପ୍ରିଭ୍ୟୁ ରିଲିଜ୍ ହୋଇଥିଲା, ଯେଉଁଥିରେ ଫିଲ୍ମର ଝଲକ ଦେଖିବାକୁ ମିଳିଥିଲା। ପ୍ରିଭ୍ୟୁ ରିଲିଜ୍ ପରେ ଦର୍ଶକ ଫିଲ୍ମର ରିଲିଜକୁ ଅପେକ୍ଷା କରିଥିବା ବେଳେ ଏବେ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛନ୍ତି ନିର୍ମାତା।

ଫିଲ୍ମରେ ଶାହରୁଖ ଓ ନୟନତାରାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବତନ୍ତ୍ର ଭୂମିକା ରହିଛି। ଏହା ସହ ନିଜ ଅଭିନୟ ପାଇଁ ଆଜି ଲୋକପ୍ରିୟ ହୋଇଥିବା ଅଭିନେତା ବିଜୟ ସେଥୁପତିଙ୍କ ଲୁକ ବି ଫିଲ୍ମରେ ନିଆରା ରହିଛି। ଶାହରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟର ୟୁଟ୍ୟୁବ ଚ୍ୟାନେଲରେ ଯେଉଁ ପ୍ରିଭ୍ୟୁ ଭିଡିଓ ରିଲିଜ୍ ସେୟାର କରାଯାଇଥିଲା ସେଥିରେ ଶାହରୁଖ ଦମଦାର ସଂଳାପ କହୁଥିବା ଦେଖିବାକୁ ମିଳିଥିଲା। ମେଁ କୌନ ହୁଁ, କୌନ ନେହି, ପତା ନେହି। ମା’ କୋ କିଆ ୱାଦା ହୁଁ, ୟା ଅଧୁରା ଏକ ଇରାଦା ହୁଁ। ମେଁ ଅଚ୍ଛା ହୁଁ ୟା ବୁରା ହୁଁ। ପୁଣ୍ୟ ହୁଁ ୟା ପାପ୍ ହୁଁ। ୟେ ଖୁଦ ସେ ପୁଛନା, କ୍ୟୁକି ମେଁ ଆପ ହୁଁ। ରେଡି…ବୋଲି ଶାହରୁଖ କହୁଥିବା ଦେଖାଯାଇଥିଲା।। ତାଙ୍କର ଏହି ସଂଳାପ ଲୋକଙ୍କ ମନ କିଣିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button