ମୋତେ ଇଙ୍ଗ୍ଲିଶ ଆସେ ନାହିଁ, ମୋ ସହ ଓଡିଆରେ କଥା ହୁଅ! କାହିଁକି ଏମିତି କହିଲେ Anubhab ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଦେଖିବାକୁ ଗଲେ ଓଡିଆ ଇଣ୍ଡଷ୍ଟ୍ରିର ଖାସ କରି ସମସ୍ତ ଅଭିନେତା ମାନେ ନିଜ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରିବାର ଦେଖିଥିବେ ।
ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଅନୁଭବ ଜଣେ ଓଡିଆ ଅଭିନେତା ହେବା ସହ ଜଣେ ନେତା ଅଟନ୍ତି । ସେ କେନ୍ଦ୍ରପଡାର ସାଂସଦ ଅଟନ୍ତି । ଏମିତିରେ ଦେଖିବାକୁ ଗଲେ ଅନୁଭବ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଫିଲ୍ମ ଦୁନିଆ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ହେଲେ ଗତ କିଛି ସମୟ ହେବ ଅନୁଭବ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାରେ ନଜର ଆସିଛନ୍ତି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଅନୁଭବଙ୍କର ଏକ ଫିଲ୍ମ ସୁଟିଙ୍ଗ ସେଟ ର ।
ଏଠାରେ ଅନୁଭବଙ୍କ ସହ ଜଣେ ବ୍ୟକ୍ତି ଇଂରାଜୀରେ କଥା ବାର୍ତ୍ତା ହେଉ ଥିବାର ନଜର ଆସୁଛନ୍ତି । ପ୍ରଥମେ ବ୍ୟକ୍ତି ଜଣକ ଅନୁଭବ ଙ୍କୁ ଇଂରାଜୀ କିଛି ପ୍ରଶ୍ନ କରୁଛନ୍ତି ଆଉ ତା ପରେ ଅନୁଭବ ଇଂରାଜୀରେ କିଛି କହୁଛନ୍ତି ହେଲେ ପରେ ସେ କହୁଛନ୍ତି ତାଙ୍କୁ ଇଂରାଜୀ ଆସେନି । ସେ ଇଂରାଜୀ ବୁଝି ପାରନ୍ତି ନାହିଁ ତେଣୁ ତାଙ୍କୁ ଓଡିଆରେ କହିଲେ ଭଲ ହେବ ବୋଲି କହୁଛନ୍ତି ଅନୁଭବ ।
ଏହା ପରେ ଅନୁଭବ ଯେଉଁ ଭଳି କଥା କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ବି ହସି ହସି ଗଡିଯିବେ । ଅନୁଭବ ମହାନ୍ତି କେତେ ଭଲ ଇଂରାଜୀ କୁହନ୍ତି ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । କିନ୍ତୁ ଭାଇରାଲ ହେଉଥିବା ଭିଡିଓ ରେ ସେ ଏମିତି କାହିଁଙ୍କି ଇଂରାଜୀ ନ ଆସିବାର ବାହାନା କରୁଛନ୍ତି ତାହା କିଛି ବୁଝା ପଡୁ ନାହି । ହେଲେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।