ଏବେ ଆଧାରରରେ ଠିକଣା ଅପଡେଟ କରିବା ହେଲା ଆହୁରି ସହଜ, ଘରର ମୁରବି ଅନୁମତି ଦେଲେ Aadhar Card ରେ ଠିକଣା ହେବ ଅପଡେଟ, ଜାଣନ୍ତୁ କେମିତି କରିବେ?

ବନ୍ଧୁଗଣ ଆପଣ ଆଧାର କାର୍ଡ ରେ ଠିକଣା ଅପଡେଟ କରିବା ନେଇ ଚିନ୍ତାରେ ଅଛନ୍ତି କି ? ଠିକ ଅପଡେଟ ପାଇଁ ଏ ଅଫିସରୁ ସେ ଅଫିସ ଚକର କାଟିବାକୁ ପଡୁଛି କି ? ତେବେ ଆଉ ଚିନ୍ତା କରନ୍ତୁ ନାହି । ଆପଣଙ୍କ ଚିନ୍ତା ଏବେ ସହଜରେ ଦୂର ହୋଇଯିବ । ଏବେ ଆପଣ ଘରେ ବସି କରିପାରିବେ ଆଧାର କାର୍ଡ ଠିକଣା ଅପଡେଟ । ଆଉ ଏଥିରେ ଆପଣଙ୍କୁ କୌଣସି ଡକୁମେଣ୍ଟ ମଧ୍ୟ ଦରକାର ପଡିବ ନାହି ।
କେବଳ ଆପଣଙ୍କର ଘରର ମୁରବି ରାଜି ହୋଇଗଲେ ଅପଡେଟ ହୋଇଯିବ ଆପଣଙ୍କ ଠିକଣା । ପୂର୍ବରୁ ଆଧାର କାର୍ଡ ରେ ଠିକଣା ଅପଡେଟ ପାଇଁ ରାସନ କାର୍ଡ, ମ୍ୟାରେଜ ସାର୍ଟିଫିକେଟ, ପାସପୋର୍ଟ ଭଳି ଡକୁମେଣ୍ଟ ଦରକାର ପଡୁଥିଲା । ଯଦି ଏ ସବୁ ଆହି ତେବେ ଆପଣଙ୍କ ଅଞ୍ଚଳର ଏମଏଲଏ, ସରପଞ୍ଚ ଙ୍କ ଚିଠି ଦରକାର ପଡୁଥିଲା । ହେଲେ ଏବେ ଏ ସବୁର ଆବଶ୍ୟକ ନାହି ।
କେବଳ ଆପଣଙ୍କ ଘରର ମୁରବି ଙ୍କ ଡକୁମେଣ୍ଟ ଦେଇ ଆଧାର କାର୍ଡ ରେ ଠିକଣା ପଡେଟ କରି ପାରିବେ । ଯଦି ଆପଣଙ୍କ ପାଖରେ ଠିକଣା ଅପଡେଟ ପାଇଁ ଆବଶ୍ଯକୀୟ ଡକୁମେଣ୍ଟ ନାହି କିମ୍ବା ନବ ବିବାହିତ ମାନେ ଘରର ମୁରବୀ ଙ୍କ ଡକୁମେଣ୍ଟ ଦେଇ ଏହି ସୁବିଧା ପାଇ ପାରିବେ । ଯେଉଁ ଡକୁମେଣ୍ଟ ରେ ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ ସ୍ପଷ୍ଟ ଜଣା ପଡୁଥିବ ।
ୟୁଏବିଆଇ ର ନିୟମ ଅନୁଯାୟୀ 18 ବର୍ଷରୁ ଅଧିକ କୌଣସି ବ୍ୟକ୍ତି ଘରର ମୁରବି ର ଭୂମିକା ନିଭାଇ ପାରିବେ । ଏହି ଡକୁମେଣ୍ଟ ସାହାଯ୍ୟରେ ଆପଣ ଘରେ ବସି ଠିକଣା ଅପଡେଟ କରି ପାରିବେ । ତେଣେ ଅନ ଲାଇନ ରେ କେମିତି ଆପଣ ଠିକ ଅପଡେଟ କରିବେ ଆସନ୍ତୁ ଜାଣିବା ଏହାର କିଛି ପ୍ରକ୍ରିୟା ବିଷୟରେ । ପ୍ରଥମେ ଆପଣଙ୍କୁ ମାଇଁ ଆଧାର ଯୁଡିଆଇ. Gov.in ରେ ଲଗିନ କରି ଅପଡେଟ ଆଧାରରେ କ୍ଲିକ କରିବାକୁ ପଡିବ ।
ଏଠାରେ ଆପଣଙ୍କୁ ଆପଣଙ୍କ ମୁରବି ଙ୍କ ଆଧାର ନମ୍ବର ଦେବାକୁ ହେବ । ମୁରବୀଙ୍କ ସହ ଆପଣଙ୍କର ସମ୍ପର୍କ ପ୍ରମାଣ ଥିବା ଡକୁମେଣ୍ଟ ଦେବାକୁ ପଡିବ । ଏହା ପରେ 50 ଟଙ୍କାର ଏକ ପେମେଣ୍ଟ କରିବାକୁ ହେବ । ପେମେଣ୍ଟ କରିବା ପରେ ମୁରବି ଙ୍କ ପାଖକୁ ଏକ ମ୍ୟାସେଜ ଯିବ । ଯେଉଁଥିରେ ଏକ ଆଡ୍ରେଶ ଋକ୍ଵେଷ୍ଟ ଥିବ । ମୁରବୀଙ୍କ ଅନୁମତି ମିଳିବା ପରେ ଆପଣଙ୍କ ଆଧାର କାର୍ଡ ର ଠିକଣା ଅପଡେଟ ପ୍ରିୟା ଆରମ୍ଭ ହୋଇଯିବ ।
ଆଉ ମାତ୍ର 30 ଦିନ ଭିତରେ ଏହା ଶେଷ ହୋଇଯିବ । ଏଭଳି ଭାବରେ ସହଜରେ ଆପଣ ଘରେ ବସି ଆପଣ ନିଜର ଆଧାର କାର୍ଡ ଠିକଣା ଅପଡେଟ କରି ପାରିବେ । ନ ଆପଣଙ୍କୁ କୌଣସି ଡକୁମେଣ୍ଟ ର ଦରକାର ପଡିବ ନାହି ନା କେଉଁ ଅଫିସର ଚକର ପଡିବାକୁ ହେବ । ଆପଣ କେବଳ ଅନ ଲାଇନରେ ଆଧାର ଅପଡେଟ ପ୍ରକ୍ରିୟା କରି ପାରିବେ ।